Advertisment

Worsens Road Condition:ଦଶ କିଲୋମିଟର ରାସ୍ତାରେ ଦଶ ହଜାରରୁ ଅଧିକ ଗର୍ତ୍ତ, ଯିବା ଆସିବା କରନ୍ତି ପାଞ୍ଚ ହଜାର ଲୋକ

ଲଗାଣ ବର୍ଷା ଯୋଗୁଁ ଆରମ୍ଭ ହେଇ ପାରୁନି ରାସ୍ତା କାମ । ଫଳରେ ଦଶ କିଲୋମିଟର ରାସ୍ତାରେ ସୃଷ୍ଟି ହୋଇଛି ଦଶ ହଜାର ରୁ ଅଧିକ ଗର୍ତ୍ତ। ଅନ୍ୟପଟେ ରାସ୍ତାରେ ଭୟଙ୍କର କାଦୁଅ ଓ ଖାଲ ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି ଦୁଇଟି ପଞ୍ଚାୟତର ପାଞ୍ଚରୁ ଅଧିକ ଗାଁ ।

author-image
Manas Ranjan Mohanty
road problem

road problem Photograph: (OTV)

ଲଗାଣ ବର୍ଷା ଯୋଗୁଁ ଆରମ୍ଭ ହେଇ ପାରୁନି ରାସ୍ତା କାମ । ଫଳରେ ଦଶ କିଲୋମିଟର ରାସ୍ତାରେ ସୃଷ୍ଟି ହୋଇଛି ଦଶ ହଜାର ରୁ ଅଧିକ ଗର୍ତ୍ତ। ଅନ୍ୟପଟେ ରାସ୍ତାରେ ଭୟଙ୍କର କାଦୁଅ ଓ ଖାଲ ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି ଦୁଇଟି ପଞ୍ଚାୟତର ପାଞ୍ଚରୁ ଅଧିକ ଗାଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ର ତେହେରାଇ ଛକ ଠାରୁ ମଣ୍ଡଯୋଡା ପର୍ଯ୍ୟନ୍ତ ଦଶ କିଲୋମିଟର ରାସ୍ତାର । ଏଇ ରାସ୍ତା ଉପରେ ନିର୍ଭର ପାଞ୍ଚ ରୁ ଅଧିକ ଗାଁର ପାଞ୍ଚ ହଜାର ଲୋକ । 

ଅନ୍ୟପଟେ ଖଣି ପରିବହନ ପାଇଁ ଏଇ ରାସ୍ତା ଉପରେ ଦୁଇ ଦୁଇଟି ବଡ଼ ଖଣି କଂପାନୀ । ଖଣି କଂପାନୀର ଭାରିଯାନ ଗୁଡ଼ିକ ଏଇ ରାସ୍ତାରେ ଖଣି ବୋଝେଇ କରି ଚଳ ପ୍ରଚଳ କରିବା ଦ୍ୱାରା ରାସ୍ତାରେ ସୃଷ୍ଟି ହୋଇଛି ଆଣ୍ଠୁଏ ଆଣ୍ଠୁଏ ଖାଲ ସାଙ୍ଗକୁ ଭୟଙ୍କର କାଦୁଅ । ଦୁଇଟି ପଞ୍ଚାୟତ ର ଲୋକେ ଏଇ ରାସ୍ତାରେ ମେଡିକାଲ , କଲେଜ , ବ୍ଲକ୍ , ତହସିଲ୍ ସହିତ କୋଇଡା ମୁଖ୍ୟ ବଜାର କୁ ଆସିଥାନ୍ତି। ହେଲେ ରାସ୍ତା ଏପରି ହୋଇଛି ଯେ ଲୋକେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି  ଅନ୍ୟପଟେ ରାସ୍ତା ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଅଧିକାରୀଙ୍କ ର କୌଣସି ପ୍ରତିକ୍ରିୟା ମିଳିପାରିନି। 

Advertisment

Advertisment
Related Articles
Advertisment