Advertisment

Heavy Rain: ବୁଡିଲା ରାଜଧାନୀ, ଆସୁଛି ବଡ଼ ବର୍ଷା

ଦିନରେ ଅନ୍ଧାର ହୋଇଗଲା ରାଜଧାନୀ । ମାଡିଆସିଲା କଳାହାଣ୍ଡିଆ ମେଘ । ଅଟକିଗଲା ଭୁବନେଶ୍ୱର । ବୁଡେଇଲା, ଭସେଇଲା... ଜାମ୍ ହୋଇଗଲା ସହର । ଯିଏ ଯୋଉଠି, ସେଇଠି ଅଟକିଲା । ସରକାରୀ କ୍ୱାର୍ଟରେ ପଶିଲା ପାଣି ।

author-image
Manas Ranjan Mohanty
RAIN-IN-BBSR

RAIN-IN-BBSR Photograph: (OTV)

ଦିନରେ ଅନ୍ଧାର ହୋଇଗଲା ରାଜଧାନୀ । ଅଟକିଗଲା ଭୁବନେଶ୍ୱର । ବୁଡେଇଲା, ଭସେଇଲା... ଜାମ୍ ହୋଇଗଲା ସହର । ଯିଏ ଯୋଉଠି, ସେଇଠି ଅଟକିଲା । ସରକାରୀ କ୍ୱାର୍ଟରରେ ପଶିଲା ପାଣି । ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ବର୍ଷା ।  ରାଜରାସ୍ତାରେ ସୃଷ୍ଟି ହେଲା ହେଉଛି ନଦୀର ଭ୍ରମ ।  

Advertisment

ରାଜଧାନୀରେ ଛେଚୁଛି ବର୍ଷା । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଛି ଭୁବନେଶ୍ୱର । ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି । ସେପଟେ ପୁଣି ଆସୁଛି ବଡ ବର୍ଷା । ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ କାଚିବ ପ୍ରବଳ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବ ସରି ଆସୁଥିବା ବେଳେ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଥିବାରୁ ଏବେ ବର୍ଷାରୁ ମିଳିବନି ନିସ୍ତାର । ବର୍ତ୍ତମାନ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । 

ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ହାଲ୍‌ ପୂରା ବେହାଲ୍ । 

Advertisment

ପୂର୍ବାହ୍ନରେ ହଠାତ୍ ରାଜଧାନୀରେ ମାଡି ଆସିଥିଲା କଳାହାଣ୍ଡିଆ ମେଘ । ନିର୍ଦ୍ଧୁମ କାଚିଲା । ଜାମ୍ ହୋଇଗଲା ସହର । ରାଜଧାନୀ ରାଜରାସ୍ତାରେ ଲହଡି ଭାଙ୍ଗିଲା ବର୍ଷା ପାଣି । ଜଳାର୍ଣ୍ଣବ ପୂରା ସହର । ବ୍ୟସ୍ତବହୁଳ ରାଜଧାନୀରେ ଅସ୍ତବ୍ୟସ୍ତ  ଜନଜୀବନ । ୟୁନିଟ୍‌-୧ ଅଞ୍ଚଳରେ ସରକାରୀ କ୍ବାର୍ଟର୍ସରେ ପଶିଛି ପାଣି । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଗୁରୁତର ଟ୍ରାଫିକ୍ ସମସ୍ୟା । ରାସ୍ତାରେ ଅଟକି ରହିଥିଲା ଶହ ଶହ ଗାଡି ।  ଆଗକୁ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଥିବାରୁ ଆହୁରି କିଛି ଦିନ ରାଜ୍ୟରେ ଲାଗି ରହିପାରେ ବର୍ଷା ।

Advertisment
Related Articles
Advertisment