/odishatv-khabar/media/media_files/2025/10/08/churamada-2025-10-08-17-46-20.jpg)
CHURAMADA Photograph: (OTV)
ମାମୁ-ଭଣଜାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ଛୁରା ମାଡ଼। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଂଚଳରେ ଏହି ଆକ୍ରମଣ ହୋଇଛି। ଅଜିବ ଜେନା ତାଙ୍କ ଭଣଜାଙ୍କ ସହିତ ଏକ ସ୍କୁଟିରେ ନିଜ ପୁଅକୁ ଡାକ୍ତରଖାନା ନେବା ବେଳେ ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଗାଡି କିସ୍ତି ଖିଲାପ ଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହାପରେ ସେଠାରୁ ଅଜୀବ ଡାକ୍ତରଖାନା ପଳାଇଯାଇଥିଲେ। କିନ୍ତୁ ଫାଇନାନ୍ସ କର୍ମଚାରୀ ତାଙ୍କ ପିଛା ଛାଡି ନଥିଲେ। କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ନିକଟରେ ପହଞ୍ଚି ପୁଣି ପାଟିତୁଣ୍ଡ କରିଥିଲେ। ଏହାପରେ ଫାଇନାନ୍ସ କର୍ମଚାରୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଜୀବ ଜେନା ଗୁରୁତର ଆହତ ହୋଇଛନ୍ତି ।
ସେହିପରି ଭଣଜା ପୂର୍ଣ୍ଣ ଜେନାଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପ୍ରଥମେ କେରାଣ୍ଡିଆ ଡାକ୍ତରଖାନା ଓ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥରେ ପହଂଚି ସ୍କୁଟି ଏବଂ ଫାଇନାନ୍ସ କର୍ମଚାରୀଙ୍କ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଫାଇନାନ୍ସ କର୍ମଚାରୀ ଚମ୍ପଟ ମାରିଛନ୍ତି। ...
ବ୍ରହ୍ମଗିରିରେ ମାମୁ-ଭଣଜାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ଛୁରା ମାଡ଼
ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଛୁରାମାଡ଼
ଗୁରୁତର ମାମୁ-ଭଣଜା ପୁରୀ ବଡ଼ ମେଡିକାଲରେ ଭର୍ତ୍ତି
କାହିଁକି ଛୁରାମାଡ଼ କଲେ ସ୍ପଷ୍ଟ ହୋଇନି
ଘଟଣା ସ୍ଥଳରୁ ଫେରାର ହୋଇଗଲେ ଫାଇନାନ୍ସ କର୍ମଚାରୀ
ପୋଲିସ ଘଟଣାର ଚଲାଇଛି ତଦନ୍ତ
BSNL: ଲଞ୍ଚ୍ ହେଲା VoWiFi; ଘର ଭିତରେ ବି ମଜବୁତ୍ କଲ୍

No Pin Needed: ପିନ୍ ଦରକାର ନାହିଁ, ଏଭଳି ହେବ ୟୁପିଆଇ ପେମେଣ୍ଟ...ପଢ଼ନ୍ତୁ ଗୋଟିଏ କ୍ଲିକରେ

Eating Bananas: କଦଳୀ ଖାଇବା ପରେ ପାଣି ପିଇଲେ କଣ ହୁଏ ? ଜାଣନ୍ତୁ ଖାଇବାର ସଠିକ ଉପାୟ

Rohit Sharma Rocks: ନିଜ ଲୁକରେ ଫ୍ୟାନ୍ସଙ୍କୁ ସରପ୍ରାଇଜ କଲେ ରୋହିତ, କମାଇଲେ ୨୦ କେଜି ଓଜନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)