/odishatv-khabar/media/media_files/2025/12/24/lulu-vs-bulu-2025-12-24-16-20-02.jpg)
LULU VS BULU Photograph: (OTV)
ଦିନେ ଅନ୍ କ୍ୟାମେରା କୋଳାକୋଳି ହେଉଥିଲେ, ଗୋଟିଏ ଥାଳିରେ ଖାଉଥିଲେ। ହେଲେ ଆଜି କଟ୍ଟର ବିରୋଧୀ, ଉଭୟଙ୍କ ମଧ୍ୟରେ ଚାଲିଛି ଆଟାକ୍ କାଉଣ୍ଟର୍ ଆଟାକ୍। ଜଣେ ପ୍ରେସମିଟ କରି ବାଣ ମାରିଲେ ତ ଆଉ ଜଣେ ମାରୁଛନ୍ତି ତୀର। ଭଦ୍ରକ ରାଜନୀତିରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଲୁଲୁ-ବୁଲୁ କଳି।
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ନଗଦ ବିଜେପିରେ ଯୋଗ ଦେଇଥିବା ପୁଅ ପ୍ରୟାସକାନ୍ତ ସାମଲ ଓରଫ ଲୁଲୁ । ଭଦ୍ରକର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓରଫ ବୁଲୁ । ଦିନେ ଉଭୟ ଲୁଲୁ ବୁଲୁ ବିଜେଡିରେ ଥିଲେ। ବୁଲୁଙ୍କୁ ଲୁଲୁ ଡାକୁଥିଲେ ବଡ଼ଭାଇ। ହେଲେ ଏବେ ରାଜନୀତିର ରଙ୍ଗ ବଦଳି ଯାଇଛି। ଉଭୟଙ୍କ ବାପା ବିଜେଡିର ଭେଟେରାନ୍ ଲିଡର ହୋଇଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ବୁଲୁ ମିଶିଗଲେ କଂଗ୍ରେସରେ ଆଉ ଏବେ ନିକଟରେ ଲୁଲୁ ମିଶିଗଲେ ବିଜେପିରେ। କିନ୍ତୁ କଥା ହେଉଛି ଲୁଲୁଙ୍କ ବିଜେପି ଏଣ୍ଟ୍ରିକୁ ନେଇ ବୁଲୁ କହିଲେ ଆମେ ପାଳିବୁ ବ୍ଲାକ୍ ଡେ। ଆଉ ଏହାକୁ କାଉଣ୍ଟର୍ କରି ପ୍ରୟାସକାନ୍ତି ଓରଫ ଲୁଲୁ, ବୁଲୁଙ୍କୁ ଦଙ୍ଗାକାରୀ କହିବା ସହିତ ବହୁ ଚର୍ଚ୍ଚିତ ୩୫ ବର୍ଷ ତଳର ରଙ୍ଗଲତା ମୃତ୍ୟୁ ଘଟଣାକୁ ନେଇ ଉଖାରିଲେ।
ଜବାବରେ ପୁଣି ସାମ୍ବାଦିକ ସମ୍ମିଳନୀ କରି ବୁଲୁ ପଟ୍ଟନାୟକ ମଧ୍ୟ ଲୁଲୁଙ୍କୁ ଧୋଇଛନ୍ତି। ସ୍ଥାନୀୟ ବରପଦା ଇଞ୍ଜିନିୟରିଂ କଲେଜରେ ୨୦୦ କୋଟିର ଘୋଟାଲାରେ ଲୁଲୁଙ୍କ ସମ୍ପୃକ୍ତି ଓ ଇଡିର ଖୋଳତାଡ଼କୁ ନେଇ ଆକ୍ଷେପ କରିବା ସହିତ ବୁଲୁ କହିଛନ୍ତି, ମୋ ନାଁରେ ଗୋଟିଏ ବି କେସ୍ ଦେଖେଇଦେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।
ଦୁଇ ବରିଷ୍ଠ ନେତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ଏବେ ଚାଲିଛି ଶୀତଳ ଯୁଦ୍ଧ। କମ୍ପୁଛି ଭଦ୍ରକ ସହର। ତେବେ ଆଗକୁ ଲୁଲୁ ବଲୁ କଳି କି ମୋଡ଼ ନେଉଛି ତାକୁ ଦେଖିବାକୁ ଭଦ୍ରକବାସୀଙ୍କ ଅପେକ୍ଷା ।
Turkey Plane Crash: ବିମାନ ଦୁର୍ଘଟଣା; ୪ ସୈନ୍ୟ ଅଧିକାରୀଙ୍କ ସହ ଆର୍ମି ଚିଫ୍ ମୃତ

Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

Indian Woman Murdered In Canada: ଯୁବତୀଙ୍କୁ ହତ୍ୟା, ପ୍ରେମିକ ଅବଦୁଲ ଗଫୁରିକୁ ଖୋଜୁଛି ପୁଲିସ୍

Police Search for Cat Killer: ବିଲେଇକୁ ହତ୍ୟା, ତଦନ୍ତ କରୁଛି ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)