/odishatv-khabar/media/media_files/2025/12/29/badri-2025-12-29-20-08-33.jpg)
BADRI Photograph: (OTV)
ପୁଣି ବଦ୍ରି ବାଣ। ଟାର୍ଗେଟରେ ପାଣ୍ଡିଆନ୍ ଆଣ୍ଡ କୋ। ନବୀନଙ୍କ ବିକଳ୍ପ ବୋଲି ନିଜକୁ ଭାବୁଥିଲେ । ଲୋକେ କହିଲେ ନବୀନ ନାହିଁ ତ ଭୋଟ ନାହିଁ। ଏବେ ସେଇ ବିପର୍ଯ୍ୟୟକାରୀଙ୍କ ମୁଖା ଖୋଲାଯିବ କହି ପାଣ୍ଡିଆନ୍ ଗୋଷ୍ଠୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି, ଯେଉଁମାନେ ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଲେ, ନିଜକୁ ନବୀନଙ୍କ ବିକଳ୍ପ ଭାବିଲେ ଏବଂ ନବୀନଙ୍କୁ ଦୁରେଇ ରଖିଲେ ସେମାନଙ୍କୁ ଲୋକେ ଜବାବ ଦେଲେ। ଆମ ନେତାଙ୍କୁ ଯେଉଁମାନେ ଦୁର୍ବଳ କରିଥିଲେ ଆମେ ସେମାନଙ୍କୁ ସାମ୍ନାକୁ ଆଣିବାକୁ ଚାହୁଁଛୁ। ଖାଲି ଏହା ନୁହଁ ବିଜେଡି ନେତାଙ୍କ ମେଳିକୁ ବି ସମର୍ଥନ ଦେଇଛନ୍ତି ବଦ୍ରି। କହିଛନ୍ତି, ଦଳ ବିପର୍ଯ୍ୟୟ ଦେଇ ଗତି କରୁଛି। ଏହା ମେଳି ନୁହେଁ, ଦଳକୁ ବାଟକୁ ଆଣିବାକୁ, ନେତାଙ୍କୁ ସବଳ କରିବାକୁ। ବଦ୍ରିଙ୍କ ବୟାନକୁ ନେଇ ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ସବୁ ଦଳରେ ଝଡ଼ ଅଛି। କିନ୍ତୁ ଦଳ ସଙ୍ଗଠିତ ଅଛି। ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଛି ଶୃଙ୍ଖଳା କମିଟି।
ଏଣେ ଛାତ୍ର ଓ ଯୁବ ବିଜେଡିର ବଡ ଟିମ୍ ଘୋଷଣା ପରେ ଅସନ୍ତୋଷ ବଢିଛି। ବଡ ଟିମ୍ ମାଧ୍ୟମରେ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା ହୋଇଥିଲେ ବି ବିସିଜେଡିରେ ବିଦ୍ରୋହ ତେଜିଛି। ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ପରେ ଆରମ୍ଭ ହୋଇଛି ଇସ୍ତଫା ପର୍ବ। ପଦବୀ ପାଇ ବି ଅସନ୍ତୋଷ ଝାଡି ଇସ୍ତଫା ଦେଇଛନ୍ତି ଦୁଇ ଛାତ୍ରନେତା ରାଉରକେଲାର ଦୁଷ୍ମନ୍ତ ରାଉତରାୟ ଓ ଭୁବନେଶ୍ୱରର ସ୍ମୃତି ରଞ୍ଜନ ପଣ୍ଡା। ସେପଟେ କର୍ମୀଙ୍କ ଅଭିଯୋଗ ସାଂସଦ ଦେବାଶିଷ ସାମନ୍ତରାୟ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ କ୍ୟାମ୍ପର ଅନେକ ଛାତ୍ର ଓ ଯୁବ ନେତାଙ୍କୁ ସାଇଡ ଲାଇନ କରାଯାଇ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ର ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଶେଷ କରି କଟକ ଓ ଭୁବନେଶ୍ବର ଟିମରେ ଅସନ୍ତୋଷ ତୀବ୍ର ହେବା ସହ ଦଳର ସଭାପତିଙ୍କୁ ଏନେଇ ଅବଗତ କରିବାକୁ କିଛି ଛାତ୍ର ନେତା ସଜବାଜ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ପାଣ୍ଡିଆନ୍ କ୍ୟାମ୍ପ ଛାତ୍ର ନେତାଙ୍କୁ ଗୁରୁତ୍ବ ଦିଆଯାଇଛି।
ବିଜେଡିରେ ଏବେ ବି ପାଣ୍ଡିଆନ ରାଜ ଚାଲିଛି। ଯାହାକୁ ଅନୁଭବ କରି କନିଷ୍ଠଠୁ ବରିଷ୍ଠ ଙ୍କ ଯାଏ ସବୁଠି ବିଦ୍ରୋହର ସ୍ବର ଶୁଣିବାକୁ ମିଲୁଛି। ତେବେ ମୁଖିଆ ବଢୁଥିବା ଫାଟକୁ କେମିତି ଯୋଡୁଛନ୍ତି ତା ଉପରେ ନଜର।
Badri Patra Targets VK Pandian: ନାଁ ନେଇ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରି ପାତ୍ର, କହିଲେ...

Zero Night Alert: ‘ରାତି ୧୨ଟା ପରେ ମ୍ୟୁଜିକ୍ ମନା, ମଦ୍ୟପାନ କରି ଗାଡି ଚଳାଇଲେ ଜେଲ ଯିବେ’

Sex Racket: ରାସ୍ତା କଡ ହୋଟେଲରେ ଦେହ ବ୍ୟବସାୟ; ରାତିକୁ ୪ ହଜାର

PUCC Tension: ପଲ୍ୟୁସନ ସାର୍ଟିଫିକେଟ୍କୁ ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ; ନିୟମ ନ ମାନିଲେ ଦଣ୍ଡ ଭୋଗିବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)