Advertisment

Sex Racket: ରାସ୍ତା କଡ ହୋଟେଲରେ ଦେହ ବ୍ୟବସାୟ; ରାତିକୁ ୪ ହଜାର

ଜାତୀୟ ରାଜପଥ ପାର୍ଶ୍ଵରେ କାୟା ମେଲାଉଛି ଦେହ ବ୍ୟବସାୟ । ରାସ୍ତା ପାର୍ଶ୍ଵରେ ଥିବା ହୋଟେଲଗୁଡିକରେ ଚାଲିଛି ଖୁଲମଖୁଲା ବେପାର। ରାତିକ ପାଇଁ ୪ ହଜାରରୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଛନ୍ତି ଦେହଜୀବୀ, ଦଲାଲ ମାଲେମାଲ।

author-image
Pramod Behera
Hotels Along NH-16 in Balasore Turn Into Hubs of Illegal Sex Trade

ରାସ୍ତା କଡ ହୋଟେଲରେ ଦେହ ବ୍ୟବସାୟ; ରାତିକୁ ୪ ହଜାର Photograph: (OTV)

ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱ ହୋଟେଲ ପାଲଟିଛି ଦେହ ବ୍ୟବସାୟର ପେଣ୍ଠସ୍ଥଳୀ। ହୋଟେଲରେ ସ୍ଥାନୀୟ ଯୁବତୀଙ୍କ ଠାରୁ ବଙ୍ଗୀୟ ଯୁବତୀ କାୟା ମେଲାଇଥିବା ବେଳେ ଖନ୍ତାପଡା ପୋଲିସ ଏବଂ ଜିଲ୍ଲା ପୋଲିସର ସ୍ଥାଣୁତା ପଦାରେ ପଡିଛି।  ଏଥିରେ ଧରାପଡିଛି ଦେହ ବ୍ୟବସାୟର ବାସ୍ତବ ଚିତ୍ର, କ୍ୟାମରାରେ କଏଦ ହୋଇଛି ଦେହଜୀବୀଙ୍କ ସହ ଦେହ ବ୍ୟବସାୟର ଚିତ୍ର। 

Advertisment


ଜାତୀୟ ରାଜପଥ ପାର୍ଶ୍ଵରେ ଗୋଟିଏ କି ଦୁଇଟି ନୁହଁ ଏକାଧିକ ହୋଟେଲରେ ଏକାଧିକ ଦେହଜୀବୀଙ୍କୁ ନେଇ ଚାଲିଛି ଖୁଲମଖୁଲା ଏହି ଦେହ ବ୍ୟବସାୟ। ନାଁ ଅଛି ପୋଲିସର ଭୟ, ନା ଆଇନ କାନୁନର ଭୟ। ଆଇନ କାନୁନକୁ ଦଳି ମକଚି ଏହି ଦେହ ବ୍ୟବସାୟ ଜାରି ରହିଥିବା ବେଳେ ପୋଲିସ ବିଭାଗର ସ୍ଥାଣୁତା ଅନ୍ୟ ଦିଗ ଆଡକୁ ଇସାରା କରୁଛି। 


ସୂଚନା ମୁତାବକ, ଖନ୍ତାପଡା ଥାନା ଜାତୀୟ ରାଜପଥ ପାର୍ଶ୍ଵରେ ବିନା  ଲଜିଂ ଲାଇସେନ୍ସରେ ଏକାଧିକ ହୋଟେଲ ଗଢିଉଠିଛି। ଜାତୀୟ ରାଜପଥ ହୋଟେଲଗୁଡିକରେ ଏବଂ ଦେହାଜୀବୀଙ୍କୁ ରଖାଯାଇ ଦେହ ବ୍ୟବସାୟ କରୁଛନ୍ତି ହୋଟେଲ କର୍ତ୍ତୁପକ୍ଷ। 

Advertisment


ଏଠାରେ ଦେହଜୀବୀଙ୍କ ସହ ରାତିକୁ ୪ ହଜାର ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି ହୋଟେଲ କର୍ତ୍ତୃପକ୍ଷ। ବିଭିନ୍ନ ହୋଟେଲରେ ଯୁବତୀଙ୍କୁ ରଖାଯାଇ ଦେହ ବ୍ୟବସାୟ କରାଯାଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଅସାମାଜୀକ ବ୍ୟବସାୟ ଚାଲୁଥିବା ହୋଟେଲଗୁଡିକ ଥାନା ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ଥିବା ବେଳେ ପୋଲିସ ଟେର ନ ପାଇବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି। 
ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏହି ଦେହଜୀବୀମାନେ ବାଲେଶ୍ଵର, ଜଳେଶ୍ଵର, ଭଦ୍ରକ, ଯାଜପୁର ସହ ପଶ୍ଚିମବଙ୍ଗ ଅଞ୍ଚଳର। ଏମାନଙ୍କ ମଧ୍ୟରେ ଉଭୟ ବିବାହିତ ଏବଂ ଅବିବାହିତ ଦେହଜୀବୀଙ୍କ ସହ କିଛି କଲେଜ ପଢୁଥିବା ଛାତ୍ରୀ ମଧ୍ୟ ଅଛନ୍ତି। 


ଫଟୋ ଦେଖାଇ ପସନ୍ଦ କରିବା ପରେ ଘଣ୍ଟାଘଣ୍ଟା ପାଇଁ ବିକ୍ରି ହୁଅନ୍ତି ଏମାନେ। ହେଲେ ଦେହଜୀବୀଙ୍କୁ ସ୍ୱଳ୍ପ ଟଙ୍କା ଦେଇ ମାଲେମାଲ ହେଉଛନ୍ତି ଦଲାଲ ଏବଂ ହୋଟେଲ କର୍ତ୍ତୁପକ୍ଷ। ଏନେଇ ସମ୍ପୃକ୍ତ ହୋଟେଲ କର୍ତ୍ତୁପକ୍ଷଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Sex Racket Crime Balasoe Balasore Sex Racket
Advertisment
Advertisment