/odishatv-khabar/media/media_files/2025/09/24/vastu-tips-2025-09-24-19-22-27.jpg)
vastu tips Photograph: (OTV)
/odishatv-khabar/media/media_files/2025/09/24/vastu-tips-2025-09-24-19-23-14.jpg)
vastu tips
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗକୁ ଅତ୍ୟନ୍ତ ଶୁଭ ଏବଂ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ବାସ ଅଛି ଯେ ଏହି ଦିଗରେ ଦେବତାମାନଙ୍କର ବାସ ରହେ। ଏହି କାରଣରୁ ଧନୀ ଏବଂ ସଫଳ ଲୋକମାନେ ନିଜ ଘରର ଉତ୍ତର ଦିଗକୁ ବିଶେଷ ଗୁରୁତ୍ୱ ଦିଅନ୍ତି। କୁହାଯାଏ ଯେ ଏହି ଦିଗରେ ଶୁଭ ବସ୍ତୁଗୁଡ଼ିକ ରଖାଗଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।
/odishatv-khabar/media/media_files/2025/09/24/vastu-2025-09-24-19-24-32.jpg)
vastu tips
ଏହାଦ୍ୱାରା ଘରେ ଧନ-ଧାନ୍ୟ, ସୁଖ-ସମୃଦ୍ଧି ଏବଂ ସକାରାତ୍ମକ ଊର୍ଜା ବଜାୟ ରହେ। ଏହିକାରଣରୁ ଯେଉଁ ଲୋକେ ଏହି ବାସ୍ତୁ ନିୟମର ପାଳନ କରନ୍ତି, ତାଙ୍କର ଘରେ ଟଙ୍କାପଇସାର ଅଭାବ କେବେ ହୁଏ ନାହିଁ। ଆସନ୍ତୁ ଜାଣିବା ଯେ ଉତ୍ତର ଦିଗରେ କେଉଁ ଜିନିଷ ଗୁଡ଼ିକ ରଖିଲେ ଘରରେ ସୁଖ-ସମୃଦ୍ଧି ଏବଂ ମା ଲକ୍ଷ୍ମୀର ଆଶୀର୍ବାଦ ପ୍ରାପ୍ତ ହୁଏ।
/odishatv-khabar/media/media_files/2025/09/24/kubera-2025-09-24-19-25-05.jpg)
vastu tips
ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ଧନ ଏବଂ ସୁଯୋଗର ଦିଗ ମନେ କରାଯାଏ । ଏହି ଦିଗରେ ଭଗବାନ କୁବେର ବାସ କରନ୍ତି । ତାଙ୍କୁ ଧନର ଦେବତା କୁହାଯାଏ। ଯଦି ଘରର ଉତ୍ତର ଦିଗରେ ତାଙ୍କର ପ୍ରତିମା ରଖାଯାଏ ଘରେ ଧନର ଅଭାବ ହୁଏ ନାହିଁ। ମାନ୍ୟତା ରହିଛି ଯେ କୁବେରଙ୍କର ପ୍ରତିମା ଲଗାଇଲେ ବ୍ୟବସାୟରେ ସଫଳତା ମିଳେ। ଅଟକି ରହିଥିବା ଟଙ୍କା ଫେରିଆସେ ଏବଂ ଆୟର ନୂତନ ସ୍ରୋତ ଖୋଲିଯାଏ।
/odishatv-khabar/media/media_files/2025/09/24/sri-yantra-2025-09-24-19-25-51.jpg)
vastu tips
ଶ୍ରୀଯନ୍ତ୍ରକୁ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷରେ ଅତ୍ୟନ୍ତ ଶକ୍ତିଶାଳୀ କୁହାଯାଏ । ଏହାକୁ ଉତ୍ତର ଦିଗରେ ରଖିଲେ ଘରକୁ ସକାରାତ୍ମକ ଊର୍ଜା ଆସେ ଏବଂ ନକାରାତ୍ମକତା ଦୂର ହୁଏ। ଶ୍ରୀଯନ୍ତ୍ର ଘରର ବାତାବରଣକୁ ପବିତ୍ର କରେ। ଏହାଦ୍ୱାରା ଆର୍ଥିକ ସ୍ଥିରତା ଆସେ ଏବଂ ଜୀବନରେ ଉନ୍ନତିର ପଥ ଖୋଲିଯାଏ । ଏହାକୁ ପୂଜା ସ୍ଥଳରେ ସ୍ଥାପନ କରି ବିଧିବଦ୍ଧ ପୂଜା କରାଗଲେ ଏହାର ପ୍ରଭାବ ଆହୁରି ବଢ଼ିଯାଏ।
/odishatv-khabar/media/media_files/2025/09/24/tulasi-2025-09-24-19-26-36.jpg)
Vastu tips
ଭାରତୀୟ ପରମ୍ପରାରେ ତୁଳସୀକୁ ଦେବୀ ସ୍ଵରୂପ ପୂଜାକରାଯାଏ । ତୁଳସୀ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଘରର ବାତାବରଣକୁ ଶୁଦ୍ଧ କରେ। ଯଦି ଘରର ଉତ୍ତର ଦିଗରେ ତୁଳସୀର ଗଛ ଲଗାଯାଏ ସେଠାରେ ସକାରାତ୍ମକ ଊର୍ଜାର ପ୍ରବାହ ବଢ଼େ। ଏହାଦ୍ୱାରା ନକାରାତ୍ମକ ଶକ୍ତିଗୁଡ଼ିକ ମଧ୍ୟ ଦୂରରେ ରହେ। ତାସହିତ ପରିବାରର ଲୋକମାନଙ୍କ ମଧ୍ୟରେ ପରସ୍ପର ପ୍ରେମ ରହେବ । ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଲଗାଇଲେ ଘରେ ମା ଲକ୍ଷ୍ମୀଙ୍କ ବାସ ହୁଏ
/odishatv-khabar/media/media_files/2025/09/24/turtle-2025-09-24-19-27-22.jpg)
vastu tips
କଇଁଛକୁ ଦୀର୍ଘାୟୁ, ସ୍ଥିରତା ଏବଂ ଧୈର୍ଯ୍ୟର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ବାସ୍ତୁ ଶାସ୍ତ୍ରରେ ଏହାକୁ ଶୁଭ ବସ୍ତୁ ମନେ କରାଯାଏ । ଘରର ଉତ୍ତର ଦିଗରେ କଇଁଛର ପ୍ରତିମା ରଖିଲେ ଘରେ ସ୍ଥିରତା ଏବଂ ଶାନ୍ତି ବଜାୟ ରହେ। ଏହା ଆର୍ଥିକ ସ୍ଥିତିକୁ ମଜବୁତ କରେ। ଏହା ପରିବାରର ସଭ୍ୟମାନଙ୍କ ମଧ୍ୟରେ ଏକତା ବଢ଼ାଏ। ମନେକରାଯାଏ ଯେ କଇଁଛ ଘରେ ସକାରାତ୍ମକ ଊର୍ଜାକୁ ଦୀର୍ଘସମୟ ଧରି ରଖିଥାଏ ଯାହାଦ୍ୱାରା ସୁଖ-ସମୃଦ୍ଧି ବଜାୟ ରହେ।
How Long Should You Soak Dal: ଡାଲି ରାନ୍ଧିଲା ବେଳେ କରୁନାହାନ୍ତି ତ ଏଭଳି ଭୁଲ ? ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

Mashco-Piro tribe: ବାହାର ଦୁନିଆରୁ ବିଚ୍ଛିନ୍ନ, କଇଁଛ ମାଂସରେ ବଞ୍ଚିଛି ଜୀବନ

World's Largest Empire: ୫୬ଟି ଦେଶକୁ ଶାସନ କରିଥିବା ବିଶାଳ ସାମ୍ରାଜ୍ୟ, ଆମେରିକା ବି ଦିନେ ତା’ର ଗୋଲାମୀ ଥିଲା; ଜାଣନ୍ତୁ କିଏ ସେ

Story Of Samosa: କିଭଳି ଭାରତକୁ ଆସିଲା ସିଙ୍ଗଡ଼ା, ମାଂସରୁ ଆଳୁ ପର୍ଯ୍ୟନ୍ତ ଯାତ୍ରା...ପଢ଼ନ୍ତୁ ଗୋଟିଏ କ୍ଲିକରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)