• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ।
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...

କେନ୍ଦ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି କର୍ମକର୍ତ୍ତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଫଟୋରେ ଦେଖନ୍ତୁ ସେଇ ଗସ୍ତ ବେଳର କିଛି ଖବର...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ଟିମ୍ ମନରେ ଢେର୍ ଉତ୍ସାହ...ଶ୍ରୀ ଶାହଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି।

Water Logging
ବର୍ଷାରେ ରାଜଧାନୀର ଚିତ୍ର: ସ୍ମାର୍ଟ ସିଟିର ସ୍ମାର୍ଟ ଲୋକେ ଜଳବନ୍ଦୀ

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଫଟୋରେ ଦେଖନ୍ତୁ ସ୍ମାର୍ଟ ସହରର କିଛି ସ୍ମାର୍ଟ ଚିତ୍ର....

Rashtrapati Bhawan
ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ବିଧାୟକ ଟିମ୍‌

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକ ଟିମ୍ । ପ୍ରଥମ ନାଗରିକଙ୍କୁ ଭେଟିଲେ, ଅଭିନନ୍ଦନ ଜଣାଇଲେ । ଉପହାର ଦେବା ସହ ସୁଖଦୁଃଖ ବି ହେଲେ । ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ । ଖାଲି ସେତିକି ନୁହେଁ, ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ଖୁସି ମନରେ ଫେରିଲେ ଓଡ଼ିଶାରୁ ଯାଇଥିବା ବିଧାୟକ ଟିମ ।

ଶ୍ରାବଣରେ ଜମି ଫାଟି ଆଁ
ଶ୍ରାବଣ ଯିବାକୁ ବସିଲାଣି ହେଲେ ବର୍ଷାର ଦେଖା ନାହିଁ

କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...

ବେକେ ପାଣିରେ ସ୍କୁଲ ଯାତ୍ରା
ଆମେ ପଛେ ଓଦା ହେଉ...କିନ୍ତୁ ଆମ ବହି ସୁରକ୍ଷିତ ଥାଉ...

ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର

ବାହୁଡ଼ା ପରେ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ
ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା: ଏବେ ଭଙ୍ଗାଚାଲିଛି ରଥ, ଅପେକ୍ଷା ଆର ବର୍ଷକୁ...

ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ...ଚତୁର୍ଦ୍ଧାମୂରତୀ ଯେଉଁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୋଇଥିଲେ ସେଇ ରଥକୁ ଏବେ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ମହାରଣା ସେବାୟତ। ପୁଣି ଅପେକ୍ଷା ଆର ବର୍ଷକୁ...

Kargil Divas
ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ କାର୍ଗିଲ ବିଜୟ ଦିବସ ପାଳନର କିଛି ଦୃଶ୍ୟ..

ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ ଆୟୋଜିତ ହୋଇଛି କାର୍ଗିଲ ବିଜୟ ଦିବସ । NCC ର ଛାତ୍ରଛାତ୍ରୀ ପରେଡ୍‌ ସହ ଅମର ଜୱାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ଅଫିସ୍ ସମ୍ମୁଖରେ ଘଣ୍ଟ ଓ ଢୋଲ ବଜେଇ ଚାଲିଛି ସେଲିବ୍ରେସନ
ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ଦେଖନ୍ତୁ କିଛି ଝଲକ୍

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।

Students, teachers of BJEM School react after CBSE Class 12 results announcement
ପରୀକ୍ଷା ଫଳ ବାହାରିଲା...ଖୁସି ମନାଉଛନ୍ତି ଛାତ୍ରଛାତ୍ରୀ,ଦେଖନ୍ତୁ କିଛି ଦୃଶ୍ୟ..

ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବକ୍ସି ଜଗବନ୍ଧୁ ଇଂଲିସ୍ ମିଡ଼ିଅମ୍‌ (BJEM)ସ୍କୁଲ୍‌ରେ ଜୋରଦାର୍‌ ସେଲିବ୍ରେସନ୍ ଚାଲିଛି । ଦେଖନ୍ତୁ କିଛି ଚିତ୍ର....

Condition Of Smart City Mo Bus Stand mastercanteen.
ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା : ସାମାନ୍ୟ ବର୍ଷାରେ ବେହାଲ୍ ବସଷ୍ଟାଣ୍ଡ

ଇଏ ହେଉଛି ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମୋ ବସ୍ ଷ୍ଟାଣ୍ଡର ଦୃଶ୍ୟ । ସାମାନ୍ୟ ବର୍ଷା ହେଲେ ଏଠାରେ ଜମୁଛି ପାଣି । ଖାଲଢ଼ିପରେ ବର୍ଷା ପାଣି ଜମିବା ହେତୁ ରାସ୍ତାଘାଟ ଅପରିଷ୍କାର ହୋଇ ପଡ଼ିଛି । ଦେଖନ୍ତୁ କିଛି ଦୃଶ୍ୟ...

Justice for Ruchika: NYCS observes Odisha Bandh today! urges people to extend support
ରୁଚିକାଙ୍କୁ ନ୍ୟାୟ ଦାବି: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବନ୍ଦ ଡାକରା

ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି ଦୃଶ୍ୟ...

Hindu devotees perform ‘Jal Abhishek’ To Lord Shiva at Mahadev Temple
ଶୈବପୀଠରେ ଭକ୍ତଙ୍କ ଭିଡ଼: ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଶୈବପୀଠ ଗୁଡିକ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡିଛି । ସାରା ଦେଶରେ ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଦେଖନ୍ତୁ କିଛି ଝଲକ୍‌...

ଶ୍ରାବଣ ପ୍ରଥମ ସୋମବାର
ଆମକୁ ସାଇଡ୍‌ ଦିଅରେ... ଆମେ ତ କାଉଡ଼ିବାଲା...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ଶୈବପୀଠ ଗୁଡିକ। ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି...

know which plant you should have to plant during sawan mhadev month
ଶ୍ରାବଣ ମାସରେ ଘରେ ଲଗାନ୍ତୁ ଏହି ସବୁ ଗଛ, ହେବନି ଧନର ଅଭାବ !

ଚାଲିଛି ଶିବଙ୍କ ପ୍ରିୟ ଶ୍ରାବଣ ମାସ । ଏହି ମାସରେ ବାସ୍ତୁ ସହ କିଛି ଉପାୟ ଆପଣାଇଲେ ଶୁଭଫଳପ୍ରାପ୍ତ ହୋଇଥାଏ । ଅନେକ ଜିନିଷ ଅଛି ଯାହା ଉପରେ ଏହି ମାସରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଶ୍ରାବଣ ମାସରେ କେଉଁ ଗଛ ଲଗାଇଲେ କେଉଁ ଶୁଭଫଳପ୍ରାପ୍ତ ହୁଏ ଜାଣନ୍ତୁ...

India News in pictures
ଫଟୋରେ ଫଟୋରେ ଦେଖନ୍ତୁ ଦେଶର ହାଲ୍‌ଚାଲ୍‌....

ଫଟୋ ମାଧ୍ୟମରେ ଦେଖନ୍ତୁ ଦେଶର ବିଭିନ୍ନ ଖବର...

Monsoon fury in pictures: Gujarat's inundated towns, overflowing dams
ଗୁଜରାଟରେ ବନ୍ୟା ବିତ୍ପାତ: ଜଳମଗ୍ନ ସାରା ସହର

ଗୁଜରାଟରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଜନସାଧାରଣ ବିଶେଷ ଭାବରେ ପ୍ରଭାବିତ ହେବା ସହ ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଛି । ଦେଖନ୍ତୁ କିଛି ଚିତ୍ର...

ଏଇ ରସଗୋଲା ଖାଇବେ ମହାଲକ୍ଷ୍ମୀ
ଆଜି ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଆଜି ନୀଳାଦ୍ରି ବିଜେ, ରଥରୁ ଓହ୍ଲାଇବା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

 ଅଧରପଣା
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି: ତୃପ୍ତ ହେଲେ ଅଶରୀରୀ

ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ।

Sunabesha
ସୁନାବେଶରେ ଶ୍ରୀଜିଉ: ଥରୁଟିଏ ଦେଖିଦେଲେ ତୃପ୍ତ ହୋଇଯିବ ଏ ଆଖି

ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।

protesters entered rashtrapati bhavan were seen taking a bath in the swimming pool inside
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସୁଇମିଂପୁଲ୍‌ରେ ଗାଧୋଇଲେ ଆନ୍ଦୋଳନକାରୀ...

ଶ୍ରୀଲଙ୍କାର ଆର୍ଥିକ ସଂକଟ ନେଇ ଦେଶବାସୀ ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି । ଯାହା ପରେ ରାଷ୍ଟ୍ରପତି ଗୋଟାବାୟା ଆଜି ଦେଶ ଛାଡି ପଳାୟନ କରିଥିବା ସୂଚନା ମିଳିଛି । ଏମିତିକି ରାଷ୍ଟ୍ରପତି ଭବନରେ ପଶି ଆନ୍ଦୋଳନକାରୀମାନେ ସୁଇମିଂପୁଲ୍‌ରେ ଗାଧୋଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି...ଦେଖନ୍ତୁ କିଛି ଝଲକ....

Bahuda Yatra : Pahandi Bije of Lord Jagannath will leave you amazed
ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ, ଦେଖନ୍ତୁ କିଛି ଝଲକ୍...

ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେବା ପାଇଁ ରଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। ଦେଖନ୍ତୁ କିଛି ଝଲକ୍...

NDA's presidential candidate Draupadi Murmu in Odisha, meets Odisha CM
ଓଡ଼ିଶା ମାଟିରେ NDA ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନା କରାଯାଇଥିଲା । ଦେଖନ୍ତୁ କିଛି ଝଲକ...

ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରୁଛନ୍ତି
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଖୁସିର ମାହୋଲ...ସେଇ ମୁହୂର୍ତ୍ତର କିଛି ଝଲକ୍

ଏଥର ବି ମାଟ୍ରିକ୍ ପରୀକ୍ଷା ଫଳରେ ପୁଅଙ୍କ ଠାରୁ ଝିଅ ଆଗରେ ଅଛନ୍ତି। ତେବେ ରାଜ୍ୟର କେତେକ ସ୍କୁଲରେ ଶୂନ୍ୟ ପରୀକ୍ଷା ଫଳକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Heavy Rainfall
ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଦେଖନ୍ତୁ ଗାଡ଼ି ଭାସୁଥିବାର କିଛି ଦୃଶ୍ୟ..

ଘଣ୍ଟାଧିକ କାଳ ଧରି ହୋଇଥିବା ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା । ରାଜରାସ୍ତାରେ ପାଣି ଜମିଥିବା ବେଳେ, ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।