• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

Monsoon fury in pictures: Gujarat's inundated towns, overflowing dams
ଗୁଜରାଟରେ ବନ୍ୟା ବିତ୍ପାତ: ଜଳମଗ୍ନ ସାରା ସହର

ଗୁଜରାଟରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଜନସାଧାରଣ ବିଶେଷ ଭାବରେ ପ୍ରଭାବିତ ହେବା ସହ ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଛି । ଦେଖନ୍ତୁ କିଛି ଚିତ୍ର...

ଏଇ ରସଗୋଲା ଖାଇବେ ମହାଲକ୍ଷ୍ମୀ
ଆଜି ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଆଜି ନୀଳାଦ୍ରି ବିଜେ, ରଥରୁ ଓହ୍ଲାଇବା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

 ଅଧରପଣା
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି: ତୃପ୍ତ ହେଲେ ଅଶରୀରୀ

ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ।

Sunabesha
ସୁନାବେଶରେ ଶ୍ରୀଜିଉ: ଥରୁଟିଏ ଦେଖିଦେଲେ ତୃପ୍ତ ହୋଇଯିବ ଏ ଆଖି

ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।

protesters entered rashtrapati bhavan were seen taking a bath in the swimming pool inside
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସୁଇମିଂପୁଲ୍‌ରେ ଗାଧୋଇଲେ ଆନ୍ଦୋଳନକାରୀ...

ଶ୍ରୀଲଙ୍କାର ଆର୍ଥିକ ସଂକଟ ନେଇ ଦେଶବାସୀ ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି । ଯାହା ପରେ ରାଷ୍ଟ୍ରପତି ଗୋଟାବାୟା ଆଜି ଦେଶ ଛାଡି ପଳାୟନ କରିଥିବା ସୂଚନା ମିଳିଛି । ଏମିତିକି ରାଷ୍ଟ୍ରପତି ଭବନରେ ପଶି ଆନ୍ଦୋଳନକାରୀମାନେ ସୁଇମିଂପୁଲ୍‌ରେ ଗାଧୋଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି...ଦେଖନ୍ତୁ କିଛି ଝଲକ....

Bahuda Yatra : Pahandi Bije of Lord Jagannath will leave you amazed
ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ, ଦେଖନ୍ତୁ କିଛି ଝଲକ୍...

ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେବା ପାଇଁ ରଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। ଦେଖନ୍ତୁ କିଛି ଝଲକ୍...

NDA's presidential candidate Draupadi Murmu in Odisha, meets Odisha CM
ଓଡ଼ିଶା ମାଟିରେ NDA ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନା କରାଯାଇଥିଲା । ଦେଖନ୍ତୁ କିଛି ଝଲକ...

ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରୁଛନ୍ତି
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଖୁସିର ମାହୋଲ...ସେଇ ମୁହୂର୍ତ୍ତର କିଛି ଝଲକ୍

ଏଥର ବି ମାଟ୍ରିକ୍ ପରୀକ୍ଷା ଫଳରେ ପୁଅଙ୍କ ଠାରୁ ଝିଅ ଆଗରେ ଅଛନ୍ତି। ତେବେ ରାଜ୍ୟର କେତେକ ସ୍କୁଲରେ ଶୂନ୍ୟ ପରୀକ୍ଷା ଫଳକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Heavy Rainfall
ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଦେଖନ୍ତୁ ଗାଡ଼ି ଭାସୁଥିବାର କିଛି ଦୃଶ୍ୟ..

ଘଣ୍ଟାଧିକ କାଳ ଧରି ହୋଇଥିବା ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା । ରାଜରାସ୍ତାରେ ପାଣି ଜମିଥିବା ବେଳେ, ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

Must Watch! Rath Yatra In London
ଲଣ୍ଡନରେ ପାଳନ ହେଲା ରଥଯାତ୍ର,ଦେଖନ୍ତୁ କିଛି ଝଲକ...

ଲଣ୍ଡନରେ ପାଳନ ହେଲା ରଥଯାତ୍ରା । ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ(SJS UK) ପକ୍ଷରୁ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାକୁ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଏକତ୍ରୀତ ହୋଇଛନ୍ତି । ଦେଖନ୍ତୁ ଏହାର କିଛି ଝଲକ...

Rath Jatra
ଶରଧାବାଲିରେ ତିନି ରଥ: ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଶ୍ରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶୋଭାପାଉଛନ୍ତି ୩ ରଥ । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୂଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି । ଦେଖନ୍ତୁ ଏହାର କିଛି ଝଲକ...

Take a look at Pahandi ritual of Lord Jagannath
ବଡ଼ଦାଣ୍ଡରେ ଲାଗିଛି ଗହଳିଚହଳି...ଆସୁଛନ୍ତି ମହାବାହୁ...ଭକ୍ତ ବିଭୋର...

ଦୀର୍ଘ ଦୁଇ ବର୍ଷର କୋଭିଡ୍ କଟକଣା ପରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଇଛି । ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା। କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ହିନ୍ଦୁ ଓ ବିଦେଶୀ ଭକ୍ତଙ୍କ ମନରେ ମଧ୍ୟ ଖୁସିର ଲହରୀ। ଦେଖନ୍ତୁ ଶ୍ରୀକ୍ଷେତ୍ରରେ କିପରି ପହଣ୍ଡି ବିଜେ ହେଉଛି...

Preparations underway for Puri Jagannath Temple Ratha Yatra
ରାତି ପାହିଲେ ରଥାରୁଢ଼ ହେବେ ମହାବାହୁ, ଭକ୍ତ ମନ ବ୍ୟାକୁଳ...

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା...ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି...ଦେଖନ୍ତୁ କିଛି ଝଲକ...

Watch | Stage set for annual Rath Yatra in Puri
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଚଳଚଞ୍ଚଳ ବଡ଼ଦାଣ୍ଡ...

ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ...ଦେଖନ୍ତୁ କିଛି ମନୋଲୋଭା ଦୃଶ୍ୟ...

Carpenter Servitors Give Final Touch To Upper Structure Of 3 Chariots
ଦିନକ ପରେ ରଥଯାତ୍ରା,ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ...

ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା... ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି...ଦେଖନ୍ତୁ କିଛି ଝଲକ...

The Historic City Of Paralakhemundi Is Being Decked Up For Rath Yatra 2022 With Beautiful Traditiona
ରଥଯାତ୍ରା ପାଇଁ ସଜେଇ ହୋଇଛି ପାରଳାଖେମୁଣ୍ଡି; ରଙ୍ଗ ବେରଙ୍ଗ ଝୋଟିରେ ଝଲସୁଛି ରଥଦାଣ୍ଡ

ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି ...ଦେଖନ୍ତୁ କିଛି ଆକର୍ଷଣୀୟ ଚିତ୍ର...

Puri Rathyatra
ସରିଆସିଲାଣି ରଥ ନିର୍ମାଣ, ଶେଷ ସ୍ପର୍ଶ ଦେଉଛି କାରିଗର

ହାତରେ ସମୟ ନାହିଁ। ଆଉ କେଇ ଘଣ୍ଟା ସମୟ ବିତିଗଲେ ଆସିବ ମହାର୍ଘ୍ୟ ମୁହୂର୍ତ୍ତ। ସେଥିପାଇଁ ତ ଚଳଚଞ୍ଚଳ ଜଗନ୍ନାଥ ଧାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ଶେଷ ସ୍ପର୍ଶ ଦେଉଛି କାରିଗର।

Prime Minister Narendra Modi arrives at Munich Airport, in Germany to attend the G7 summit
ମୋଦିଙ୍କ ଜର୍ମାନୀ ଗସ୍ତର କିଛି ଚିତ୍ର...

G-7 ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ କିଛି ଚିତ୍ର...

ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳର ଦୃଶ୍ୟ
ଅଲବିଦା ରାଇମୋହନ.. ତୁମେ ମନେ ରହିବ

ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ। ସେ ସିନା ଅକାଳରେ ଚାଲିଗଲେ କିନ୍ତୁ ତାଙ୍କ ଅଭିନୟର ଛାପ ରହିଗଲା, ସବୁଦିନ ପାଇଁ... ଅମର ହୋଇ

ଏମସିଏଲ୍ ଗେଷ୍ଟ ହାଉସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ପ୍ରଦାନ କରୁଛନ୍ତି
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...। ଆଜି ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି

International Yoga Day
ବିଶ୍ୱ ଯୋଗ ଦିବସରେ ମୋଦି- ରାମଦେବ-ବୈଜୟନ୍ତଙ୍କ ଯୋଗାଭ୍ୟାସ

ଯୋଗ ଶରୀର ଓ ମନର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ୱାସ ଏବଂ ସାହସ ଜାଗ୍ରତ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କକୁ ଉତ୍ତମ ରୂପେ ପରିଚାଳନା କରିହୁଏ। ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହା ଅନେକ ରୋଗରୁ ମୁକ୍ତି ଦିଏ। ଫଳରେ ନିୟମିତ ଯୋଗ ଅଭ୍ୟାସକୁ ପରାମର୍ଶ ଦିଆଯାଏ। ଯୋଗର ମହତ୍ତ୍ୱକୁ ବୁଝି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି।

Snana Purnima rituals underway in Puri in presence of devotees after 2- yrs of COVID hiatus
ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଆଜି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି । ଏହାସହ ଆଜି ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଦେଖନ୍ତୁ କିଛି ଚିତ୍ର...

 Bikram Arukha elected unopposed as Speaker of Odisha Assembly
ବିକ୍ରମ କେଶରୀ ଆରୁଖ ହେଲେ ନୂତନ ବାଚସ୍ପତି, ଦେଖନ୍ତୁ ସେହି ସମୟର ଦୃଶ୍ୟ....

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଗତ ୪ ତାରିଖରେ ଅସୁସ୍ଥତା ପାଇଁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଗତ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ । ଯାହା ପରେ ଏବେ ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

IND vs SA Live: Rishabh Pant & Co begin practice in Cuttack
ବାରବାଟୀରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରାକ୍ଟିସ୍

ଆଜି କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ । ଏନେଇ ଗତକାଲି ବାରବାଟୀରେ ଖେଳାଳିମାନେ ପ୍ରାକ୍ଟିସ୍ କରୁଥିଲେ । ମ୍ୟାଚ୍ ପାଇଁ ଖେଳିମାନେ କିପରି ଅଭ୍ୟାସ କରୁଥିଲେ ଦେଖନ୍ତୁ ।

Barabati T 20
ଖେଳାଳିଙ୍କୁ ଭବ୍ୟ ସ୍ୱାଗତ; ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଝୁମିଲା ହୋଟେଲ ମେ ଫେୟାର୍‌

ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ । କେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟ ପହଞ୍ଚିବେ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ ।