• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

ବନ୍ୟା ଛାଡ଼ିଲା...ପିଲାଏ ବାହାରିଲେ ସ୍କୁଲ୍।
ସୁବର୍ଣ୍ଣରେଖା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଦେଖିବା କିଛି କରୁଣ ଦୃଶ୍ୟ...

ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।

ଏବେ ବି ଆଠଗଡ଼ ଅଞ୍ଚଳର ରାସ୍ତାଘାଟରେ ପାଣି ଜମିଛି, ତା’ରି ଭିତରେ ଗାଡ଼ିମଟର ଚାଲିଛି।
ସାରା ରାଜ୍ୟକୁ କଲବଲ କରୁଛି ବନ୍ୟା...ଲୋକଙ୍କ ଦୁଃଖ କହିଲେ ନସରେ...

ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।

ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା  ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ଚାଷ ବନ୍ୟା ପାଣିରେ ବୁଡ଼ି ରହିଛି।
ପାଣି କମୁଛି, ହେଲେ ଦୁର୍ଦ୍ଦଶା ବଢୁଛି.. ଉଜୁଡ଼ିଗଲା ଚାଷବାସ.. ଚିନ୍ତାରେ ଚାଷୀ

ଚଳିତ ବନ୍ୟାରେ ପରିବା ଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ପରିବା ଫଳିଥିଲେ ବି ପାଣି ଜମି ରହିବାରୁ ସେସବୁ ଉଜୁଡ଼ିବାକୁ ବସିଲାଣି।

ପାଣିରେ ବୁଡ଼ିବା ପୂର୍ବରୁ ବିଶାଳ ଜାହାଜ ଟାଇଟନିକର ଶେଷ ଫଟୋ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ: ଦେଖନ୍ତୁ କିଛି ନିଆରା ଫଟୋ...

ପ୍ରତିବର୍ଷ ପରି ଆଜିର ଦିନରେ ପାଳନ ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ତେବେ ଏହି ଫଟୋ ଗୁଡ଼ିକୁ ଦେଖିଲେ ତାଜା ହୋଇଯିବ ବର୍ଷବର୍ଷର ପୁରୁଣା ସ୍ମୃତି...

ପ୍ରବଳ ବନ୍ୟାରେ ବିନିକାର ବୈକେନି ମନ୍ଦିର ପାଣିରେ ବୁଡ଼ିବାକୁ ବସିଲାଣି
ଟଳିନି ବନ୍ୟା ବିପଦ..ଏବେ ବି ଶହ ଶହ ଲୋକ ପାଣି ଘେରରେ...ଦେଖିବା ଫଟୋରେ କିଛି ଖବର...

ବନ୍ୟା ବିପନ୍ନଙ୍କ ଅବସ୍ଥା କହିଲେ ନସରେ...କୋଉଠି ଲୋକେ ଘର ଛାଡ଼ିବାକୁ ନାରାଜ ତ ଆଉ କୋଉଠି ଗୁଜୁରାଣ ମେଣ୍ଟେଇବାକୁ ବିପଦପୂର୍ଣ୍ଣ ଭାବେ ପୋଲ ପାର ହେଉଛନ୍ତି।

କଟକ ଜିଲ୍ଲାର ବଡ଼ମ୍ବା ନିକଟସ୍ଥ ସିଂହନାଥ ପୀଠ ପାଣି ଘେରରେ...
ଓଡ଼ିଶାରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି...ଅନେକ ଲୋକ ପାଣି ଘେରରେ...ଏପରିକି ଠାକୁର ବି ପାଣିରେ ଉବୁଟୁବୁ

ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...

ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବାକୁ ଆଫ୍ରିକାର ମୋମ୍ବାସାରେ ପହଞ୍ଚିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍‌‌ଏସ୍
ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଯୁଦ୍ଧ ଜାହାଜ ପ୍ରସ୍ତୁତ...

ଦେଶ ପାଇଁ ସ୍ୱାଧୀନତା ଆଣିବାକୁ ଆମ ସଂଗ୍ରାମୀମାନଙ୍କୁ ଅନେକ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଛି...ଦେଶ ଆଜି ସ୍ୱଧୀନତା ଦିବସ ପାଳନ କରୁଥିବା ବେଳେ ଭାରତୀୟ ଯୁଦ୍ଧ ଜାହାଜ ଗୁଡ଼ିକ ବି ପଛରେ ପଡ଼ିନାହାଁନ୍ତି। ଯିଏ ଯୋଉଠି ମୁତୟନ ଅଛନ୍ତି, ସେଇଠି ପାଳନ କରିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ...ଦେଖିବା କିଛି ଝଲକ୍...

ମୋ ଦେଶ ମହାନ୍...
ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...ଦେଖିବା କିଛି ଝଲକ୍।

ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...କେଉଁଠି ସମୁଦ୍ର ଭିତରେ ଜାତୀୟ ପତାକା ଉଡୁଚି ତ ଆଉ କେଉଁଠି ରଙ୍ଗ ବେରଙ୍ଗ ଆଲୁଅ କହୁଛି ସ୍ୱାଧୀନତାର କଥା...ଦେଖିବା କିଛି ଝଲକ୍।

Photo saying independence
ଫଟୋ କହୁଛି ସ୍ୱାଧୀନତାର କଥା

କାଲି ସାରା ଭାରତ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଏବେ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ଉତ୍ସବମୁଖରିତ ହୋଇ ଉଠିଛି ଦେଶ। କାହା ହାତରେ ଜାତୀୟ ପତାକା ତ ଆଉ କାହା ମୁହଁରେ ଅଙ୍କା ହୋଇଛି ତ୍ରିରଙ୍ଗା।

ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...ଦେଖିବା କିଛି ଝଲକ୍...

ଆସୁଛି ଅଗଷ୍ଟ ୧୫...ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...

ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ।
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...

କେନ୍ଦ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି କର୍ମକର୍ତ୍ତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଫଟୋରେ ଦେଖନ୍ତୁ ସେଇ ଗସ୍ତ ବେଳର କିଛି ଖବର...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ଟିମ୍ ମନରେ ଢେର୍ ଉତ୍ସାହ...ଶ୍ରୀ ଶାହଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି।

Water Logging
ବର୍ଷାରେ ରାଜଧାନୀର ଚିତ୍ର: ସ୍ମାର୍ଟ ସିଟିର ସ୍ମାର୍ଟ ଲୋକେ ଜଳବନ୍ଦୀ

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଫଟୋରେ ଦେଖନ୍ତୁ ସ୍ମାର୍ଟ ସହରର କିଛି ସ୍ମାର୍ଟ ଚିତ୍ର....

Rashtrapati Bhawan
ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ବିଧାୟକ ଟିମ୍‌

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକ ଟିମ୍ । ପ୍ରଥମ ନାଗରିକଙ୍କୁ ଭେଟିଲେ, ଅଭିନନ୍ଦନ ଜଣାଇଲେ । ଉପହାର ଦେବା ସହ ସୁଖଦୁଃଖ ବି ହେଲେ । ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ । ଖାଲି ସେତିକି ନୁହେଁ, ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ଖୁସି ମନରେ ଫେରିଲେ ଓଡ଼ିଶାରୁ ଯାଇଥିବା ବିଧାୟକ ଟିମ ।

ଶ୍ରାବଣରେ ଜମି ଫାଟି ଆଁ
ଶ୍ରାବଣ ଯିବାକୁ ବସିଲାଣି ହେଲେ ବର୍ଷାର ଦେଖା ନାହିଁ

କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...

ବେକେ ପାଣିରେ ସ୍କୁଲ ଯାତ୍ରା
ଆମେ ପଛେ ଓଦା ହେଉ...କିନ୍ତୁ ଆମ ବହି ସୁରକ୍ଷିତ ଥାଉ...

ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର

ବାହୁଡ଼ା ପରେ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ
ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା: ଏବେ ଭଙ୍ଗାଚାଲିଛି ରଥ, ଅପେକ୍ଷା ଆର ବର୍ଷକୁ...

ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ...ଚତୁର୍ଦ୍ଧାମୂରତୀ ଯେଉଁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୋଇଥିଲେ ସେଇ ରଥକୁ ଏବେ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ମହାରଣା ସେବାୟତ। ପୁଣି ଅପେକ୍ଷା ଆର ବର୍ଷକୁ...

Kargil Divas
ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ କାର୍ଗିଲ ବିଜୟ ଦିବସ ପାଳନର କିଛି ଦୃଶ୍ୟ..

ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ ଆୟୋଜିତ ହୋଇଛି କାର୍ଗିଲ ବିଜୟ ଦିବସ । NCC ର ଛାତ୍ରଛାତ୍ରୀ ପରେଡ୍‌ ସହ ଅମର ଜୱାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ଅଫିସ୍ ସମ୍ମୁଖରେ ଘଣ୍ଟ ଓ ଢୋଲ ବଜେଇ ଚାଲିଛି ସେଲିବ୍ରେସନ
ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ଦେଖନ୍ତୁ କିଛି ଝଲକ୍

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।

Students, teachers of BJEM School react after CBSE Class 12 results announcement
ପରୀକ୍ଷା ଫଳ ବାହାରିଲା...ଖୁସି ମନାଉଛନ୍ତି ଛାତ୍ରଛାତ୍ରୀ,ଦେଖନ୍ତୁ କିଛି ଦୃଶ୍ୟ..

ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବକ୍ସି ଜଗବନ୍ଧୁ ଇଂଲିସ୍ ମିଡ଼ିଅମ୍‌ (BJEM)ସ୍କୁଲ୍‌ରେ ଜୋରଦାର୍‌ ସେଲିବ୍ରେସନ୍ ଚାଲିଛି । ଦେଖନ୍ତୁ କିଛି ଚିତ୍ର....

Condition Of Smart City Mo Bus Stand mastercanteen.
ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା : ସାମାନ୍ୟ ବର୍ଷାରେ ବେହାଲ୍ ବସଷ୍ଟାଣ୍ଡ

ଇଏ ହେଉଛି ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମୋ ବସ୍ ଷ୍ଟାଣ୍ଡର ଦୃଶ୍ୟ । ସାମାନ୍ୟ ବର୍ଷା ହେଲେ ଏଠାରେ ଜମୁଛି ପାଣି । ଖାଲଢ଼ିପରେ ବର୍ଷା ପାଣି ଜମିବା ହେତୁ ରାସ୍ତାଘାଟ ଅପରିଷ୍କାର ହୋଇ ପଡ଼ିଛି । ଦେଖନ୍ତୁ କିଛି ଦୃଶ୍ୟ...

Justice for Ruchika: NYCS observes Odisha Bandh today! urges people to extend support
ରୁଚିକାଙ୍କୁ ନ୍ୟାୟ ଦାବି: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବନ୍ଦ ଡାକରା

ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି ଦୃଶ୍ୟ...

Hindu devotees perform ‘Jal Abhishek’ To Lord Shiva at Mahadev Temple
ଶୈବପୀଠରେ ଭକ୍ତଙ୍କ ଭିଡ଼: ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଶୈବପୀଠ ଗୁଡିକ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡିଛି । ସାରା ଦେଶରେ ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଦେଖନ୍ତୁ କିଛି ଝଲକ୍‌...

ଶ୍ରାବଣ ପ୍ରଥମ ସୋମବାର
ଆମକୁ ସାଇଡ୍‌ ଦିଅରେ... ଆମେ ତ କାଉଡ଼ିବାଲା...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ଶୈବପୀଠ ଗୁଡିକ। ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି...

know which plant you should have to plant during sawan mhadev month
ଶ୍ରାବଣ ମାସରେ ଘରେ ଲଗାନ୍ତୁ ଏହି ସବୁ ଗଛ, ହେବନି ଧନର ଅଭାବ !

ଚାଲିଛି ଶିବଙ୍କ ପ୍ରିୟ ଶ୍ରାବଣ ମାସ । ଏହି ମାସରେ ବାସ୍ତୁ ସହ କିଛି ଉପାୟ ଆପଣାଇଲେ ଶୁଭଫଳପ୍ରାପ୍ତ ହୋଇଥାଏ । ଅନେକ ଜିନିଷ ଅଛି ଯାହା ଉପରେ ଏହି ମାସରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଶ୍ରାବଣ ମାସରେ କେଉଁ ଗଛ ଲଗାଇଲେ କେଉଁ ଶୁଭଫଳପ୍ରାପ୍ତ ହୁଏ ଜାଣନ୍ତୁ...