• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

Sundergarh is the champion after losing to Deogarh 0-1
ଦେଓଗଡକୁ ୦-୧ରେ ହରାଇ ସୁନ୍ଦରଗଡ ଚମ୍ପିୟାନ

ରାଜ୍ୟ ଜୁନିଅର ପୁରୁଷ ହକିରେ ବାଜିମାତ କଲା ସୁନ୍ଦରଗଡ। ଦେଓଗଡକୁ ୦-୧ରେ ହରାଇ ଚମ୍ପିଅନ୍ସ ହେଲା ସୁନ୍ଦରଗଡ। ଏହି ମ୍ୟାଚ୍ ଭୁବନେଶ୍ୱରସ୍ଥ କିଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା।

RailRok
ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହଣୀ ଦାବିରେ ନୂଆଗାଁ ବାସିନ୍ଦାଙ୍କ ରେଳରୋକୋ

କରୋନା ମହାମାରୀ ପୂର୍ବରୁ ନୁଆଗାଁ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହୁଥିଲା, କିନ୍ତୁ କରୋନା ପରେ ଆଉ ଟ୍ରେନ ଷ୍ଟେସନରେ ରହୁ ନ ଥିବାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ରେଲବାଇ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ବାଧ୍ୟ ହୋଇ ଗତକାଲି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ସ୍ଥାନୀୟ ବାସିନ୍ଦା ରେଳରୋକୋ କରିଥିଲେ l

maa bhagabati
ଭଗବତୀଙ୍କ ପୀଠର ଭିନ୍ନ ଏକ ପରମ୍ପରା

ମା’ ଭଗବତୀ ପୀଠରେ ବଜାୟ ରହିଛି ପରମ୍ପରା । ପୂର୍ବରୁ ନରବଳୀ ଦିଆଯାଉଥିବା ବେଳେ ଏବେ ପ୍ରତୀକାତ୍ମକ ନରବଳୀ ଦିଆଯାଉଛି ।

Suryakiran aerobatic team of IAF
ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍

ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍ । ଆକାଶ ମାର୍ଗରୁ ସୂର୍ଯ୍ୟକିରଣର ଝଲକ ଦେଖିଲେ ଦର୍ଶକ । ଭିନ୍ନ ଭିନ୍ନ କଳାକୌଶଳ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କଲେ ସୂର୍ଯ୍ୟକିରଣ ଟିମ୍‌

Suryakiran airshow
କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’

ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିଥିଲା। ଏହାକୁ ଦେଖିବା ପାଇଁ ଲୋନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡ ଏତେ ହୋଇଯାଇଥିଲା ଯେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା।

IAF Suryakiran Air Show
କାଲି ଶୋ’ ଆଉ ଆଜି ଜୋରଦାର୍‌ ଅଭ୍ୟାସ

ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି।

ସାମ୍ନାକୁ ଆସିଲା କୋହିନୂର ହୀରାର ପ୍ରଥମ ଝଲକ୍‌
ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରାର ଝଲକ

ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚର୍ଚ୍ଚା...

National Handloom Exhibition
ରାଜଧାନୀରେ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ହସ୍ତତନ୍ତ ମେଳା । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ଅକ୍ଟୋବର ୯ ତାରିଖ ଯାଏଁ ଚାଲିବ ।

କଳାପଟା ନାହିଁ, ଅଲମାରିକୁ କଳାପଟା ବନେଇ ଦେଇଛନ୍ତି ଏ ଦିଦି।
ଆମ ରାଜ୍ୟରେ କେମିତି ଚାଲିଛି 5t ସ୍କୁଲ୍...ଫଟୋରେ ଦେଖିବା କିଛି ଖବର...

ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍‌ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t

ତାଳଚେରରେ ଚାଲିଛି ଗଜାନନଙ୍କ ଭସାଣୀ
ତାଳଚେରରେ ଚାଲିଛି ଗଜାନନଙ୍କ ମେଲାଣି : ରାଜ୍ୟ ପ୍ରସିଦ୍ଧ ବ୍ୟାଣ୍ଡପାର୍ଟି ଗୀତରେ କମ୍ପୁଛି ସହର

୧୦ ଦିନ ପରେ ବିସର୍ଜନ ହୋଇଛନ୍ତି ଗଜାନନ। ତାଳଚେରରେ ଚାଲିଛି ଭସାଣୀ ଶୋଭାଯାତ୍ରା...ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟାଣ୍ଡପାର୍ଟିଙ୍କ ଗୀତରେ କମ୍ପୁଛି ତାଳଚେର ସହର

Princess Elizabeth and Princess Margaret with a Corgi in 1941
ବ୍ରିଟେନ୍ ରାଣୀ ଏଲିଜାବେଥ୍‌ଙ୍କ ୫ଟି ନିଆରା ଫଟୋ

ଗୁରୁବାର ଅପରାହ୍ଣରେ ବ୍ରିଟେନ୍ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଛି। ସ୍କଟ୍‌ଲାଣ୍ଡର ବାଲ୍‌ମୋରାଲ୍ ରାଜପ୍ରାସାଦରେ ତାଙ୍କ ଦେହାନ୍ତ ହୋଇଛି। ସେ ୧୯୫୨ରେ ସିଂହାସନ ଆରୋହଣ କରିଥିଲେ। ତେବେ ଆସନ୍ତୁ ତାଙ୍କର କିଛି ନିଆରା ଫଟୋ ଉପରେ ନଜର ପକେଇ ନେବା।

ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।
ବନ୍ଧା ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର...ପିଲା ପିଣ୍ଡାରେ, ଫଟୋରେ ଦେଖିବା ଖବର

କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜଣେ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ସଂପୃକ୍ତ ଠିକାଦାର କୁଆଡ଼େ ସଂପୂର୍ଣ୍ଣ ବିଲ୍ ପାଇନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ହେପାଜତରେ ରଖିଛନ୍ତି। ଫଳରେ ପିଲାମାନେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।

ଟ୍ରାଫିକ୍ ଜାମ୍‌ରେ ଫଶିଯାଇଛି ଆମ୍ବୁଲାନ୍ସ
ସେପଟେ ବିଜେଡିର ଗ୍ରାଣ୍ଡ ସେଲିବ୍ରେସନ୍, ଏପଟେ ଟ୍ରାଫିକ୍ ଜାମ୍‌ରେ ଲୋକେ ନାକେଦମ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିବା ପରେ ସାରା ଭୁବନେଶ୍ୱରରେ ଆଜି ସେଲିବ୍ରେସନର ମାହୋଲ୍। ତେବେ ଗୋଟିଏ ପଟେ ବିଜେଡି କର୍ମୀ ସେଲିବ୍ରେସନରେ ମଜ୍ଜି ଥିବା ବେଳେ ସାଧାରଣ ଲୋକେ ଟ୍ରାଫିକ୍ ଜାମ୍‌ରେ ଫଶି ବର୍ଷାରେ ଭିଜି ଚାଲି ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଆମ୍ବୁଲାନ୍ସ ମଧ୍ୟ ଏଥିରେ ଫଶି ଯାଇଥିଲା।

ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ଟିମ୍
ଭୁବନେଶ୍ୱରରେ ପହଞ୍ଚିଲେ ଅଲଟିମେଟ୍ ଖୋ ଖୋ ଚାମ୍ପିଅନ୍

ଓଡିଶା ଜଗରନଟ୍ସ ଟିମ୍‌କୁ ପାରମ୍ପରିକ ଢଙ୍ଗରେ ଦିଆଯାଉଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି। ପୁଣେରେ ହୋଇଥିବା ଅଲଟିମେଟ୍ ଖୋ ଖୋ ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଓଡିଶା ଜଗରନଟ୍ସ। ଫାଇନାଲରେ ତେଲଗୁ ଯୋଦ୍ଧାସକୁ ୪୬-୪୫ରେ ମାତ୍ ଦେଇ ଟ୍ରଫି ହାତେଇଛି ଓଡ଼ିଶା ଟିମ୍।

ଏ ଗୁରୁ ଜଣେ ଦିବ୍ୟାଙ୍ଗ। ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି।
ଆଜି ଗୁରୁଦିବସ, ସବୁଠି ଚାଲିଛି ଗୁରୁପୂଜା..ଦେଖିବା କିଛି ଝଲକ୍

ଗୁରୁ ସମ୍ମାନର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଆଜି ବି ସେଇ ପରମ୍ପରା ବଂଚିଛି। ଏମିତି ଅନେକ ଗୁରୁ ଅଛନ୍ତି ଯୋଉମାନଙ୍କ ତ୍ୟାଗ ପାଇଁ ଆଜି ଛାତ୍ରସମାଜକୁ ନୂଆ ଦିଗ୍‌ଦର୍ଶନ ମିଳିଛି।

ୟୁନିସେଫ୍ ପକ୍ଷରୁ ଦୁଇ ଦିନିଆ ଯୁବ ମହିଳା ସାମ୍ବାଦିକ କର୍ମଶାଳା ଅନୁଷ୍ଠିତ
ୟୁନିସେଫ୍ ପକ୍ଷରୁ ଦୁଇ ଦିନିଆ ଯୁବ ମହିଳା ସାମ୍ବାଦିକ କର୍ମଶାଳା

କାର୍ଯ୍ୟ କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଜଣେ ମହିଳା ସାମ୍ବାଦିକ କିଭଳି ସାମ୍ନା କରିବ ? ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫର ମିଳିତ କର୍ମଶାଳାରେ ଏହାହିଁ ଥିଲା ଆଲୋଚନାର ପ୍ରସଙ୍ଗ।

ପୋଲ ନାହିଁ, ଭରା ନଈ ପାର ହେବାକୁ ଏଇ ହୁଲିଡଙ୍ଗା ହିଁ ଭରସା।
ଫଟୋରେ ଦେଖିବା ରାଜ୍ୟର କିଛି ଖବର...

କେଉଁଠି ନଈ ପାର ହେବାକୁ ପୋଲ ନାହିଁ ତ ଆଉ କେଉଁଠି ବନ୍ୟା ପାଣିରେ ଧାନଗଛ ସବୁ ପଚି ଗଲାଣି। ଖାଲି ସେତିକି ନୁହେଁ, ୟା ସହ ଦେଖିବା ନକଲି ସାଧୁଙ୍କ ଅସଲି କାରନାମା।

ବଡଗଡରେ ଏଥର ୫୧ ଫୁଟ୍‌ ଉଚ୍ଚର ପୂଜା ପାଉଛନ୍ତି ଗଣେଶ
ଗଣେଶ ପୂଜା ପାଇଁ ସଜେଇ ହୋଇଛି ପୂରା ରାଜଧାନୀ : କେଉଁଠି ବିରାଟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣୀୟ ତୋରଣ

ଦୁଇ ବର୍ଷ ପରେ ଏଥର ବିନା କରୋନା କଟକଣାରେ ଆୟୋଜନ ହେଉଛି ଗଣେଶ ପୂଜା। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଣେଶ...ଏଥର ପୂଜା ଦେଖିବାକୁ ଭକ୍ତଙ୍କ ପ୍ରବଳ ଗହଳି

ଭୁବନେଶ୍ୱରରେ ଏକ ଗଛରେ ତିଆରି ହୋଇଛନ୍ତି ଗଣେଶ
ବିଘ୍ନ ବିନାଶକଙ୍କ ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ...

ଆଜି ଗଣେଶ ଚତୁର୍ଥୀ। ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ। କୋଉଠି ଗଛରେ ଗଣେଶ ମୂର୍ତ୍ତି ତିଆରି ହୋଇଛି ତ ପୁଣି ଆଉ କୋଉଠି ନୂଆ ଢଙ୍ଗରେ ଗଣେଶ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ

Last touch by artisans
କାଲି ଗଣେଶ ପୂଜା, ଶେଷ ସ୍ପର୍ଶରେ ବ୍ୟସ୍ତ କାରିଗର

ଆସନ୍ତା କାଲି ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ କରିବେ ଗଜାନନଙ୍କ ପୂଜା। ଏନେଇ ସହର ଠାରୁ ବଜାର ଆଜିଠାରୁ ହୋଇପଡିଲାଣି ଚଳଚଞ୍ଚଳ। କାରିଗରମାନେ ମଧ୍ୟ ଗଣେଶ ମୂର୍ତ୍ତିର ଶେଷ ସ୍ପର୍ଶରେ ବ୍ୟକ୍ତ।

ବରଗଡ଼: ନୂଆଖାଇରେ ଅସହାୟଙ୍କୁ ପ୍ରଦାନ ପାଇଁ ଭେଟି ପ୍ରସ୍ତୁତ।
ଚାରି ଆଡ଼େ ଏବେ ନୂଆଖାଇର ମାହୋଲ୍...ଦେଖିବା ଫଟୋରେ କିଛି ଖବର...

ଆସିଛି ନୂଆଖାଇ। ସଭିଙ୍କ ମନରେ ଉଲ୍ଲାସ। ଖୁସିରେ ଫାଟିପଡୁଛି ଗାଁ ଦାଣ୍ଡ। ଘରେ ଘରେ ଉତ୍ସବର ଆୟୋଜନ।

11th Gurushri Samman Nrutya Mahotsav
ଗୁରୁଶ୍ରୀ ସମ୍ମାନ ନୃତ୍ୟ ମହୋତ୍ସବରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ ନାଟିକା ‘କପଟ କଥା’

ଭୁବନେଶ୍ୱର ରବିନ୍ଦ୍ର ମନ୍ଦପରେ ଉଦ୍‌ଘାଟିତ ହୋଇଛି ୧୧ ତମ ଗୁରୁଶ୍ରୀ ସମ୍ମାନ ନୃତ୍ୟ ମହୋତ୍ସବ । ଶ୍ରୀମତୀ ସ୍ୱୟଂପ୍ରଜ୍ଞାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଜ୍ଞା ନୃତାୟନ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ‘କପଟ କଥା’ କୁ ମଞ୍ଚସ୍ଥ କରାଯାଇଥିଲା ।

ଅଳିଆ ପଡୁଛି, କିନ୍ତୁ ଉଠେଇବାକୁ କେହି ନାହାଁନ୍ତି। ଏ ଦୃଶ୍ୟ ହେଉଛି ବରଗଡ଼ କେନାଲ୍ ରୋଡ୍‌ ଅଞ୍ଚଳର।
ଚାଲ ବୁଲିଯିବା ଆମ ସ୍ମାର୍ଟ ସିଟି...ଦୃଶ୍ୟ ଦେଖିବା, ଫିଟେଇବାନି ପାଟି...

ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍‌ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।

ଯେମିତି ହେଲେ ଯିବାକୁ ତ ପଡ଼ିବ...
ବନ୍ୟା ପରର ବିଭୀଷିକା...ଦେଖିବା କିଛି ଝଲକ୍...

ବନ୍ୟା ଛାଡ଼ିଗଲାଣି। ଲୋକେ ବି ଘର ବାହୁଡ଼ା ହେଲେଣି। କିନ୍ତୁ ବନ୍ୟା ପରର ଦୃଶ୍ୟ ଏବେ ବି ହୃଦୟ ବିଦାରକ। କୋଉଠି ବିପଜ୍ଜନକ ଭାବେ ଲୋକେ ଭଙ୍ଗା ପୋଲ ପାର ହେଉଛନ୍ତି ତ ଆଉ କୋଉଠି ପାଣିରେ ବୁଡ଼ିଥିବା ଧାନ ବିଲରୁ ଚାଷୀଟିଏ ଧାନ ଗଛକୁ ଅଣ୍ଡାଳି ହଉଚି।

ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ?
କେଉଁଠି ବନ୍ୟାର କରୁଣ ଚିତ୍ର ତ ଆଉ କେଉଁଠି ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି...

କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।