• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

PM Modi
ହାତରେ ବନ୍ଧୁକ . . ଯବାନଙ୍କ ମନୋବଳ ବଢ଼ାଇବା ସହ ଶତ୍ରୁକୁ ସନ୍ଦେଶ, କାରଗିଲରେ ମୋଦିଙ୍କ ଭିନ୍ନ ଅନ୍ଦାଜ

କାରଗିଲ ମାଟିରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।

Rojgar Mela
ଟ୍ୱିନ ସିଟିରେ ରୋଜଗାର ମେଳାର କିଛି ଦୃଶ୍ୟ: ସରକାରୀ ଚାକିରିର ଅଫର୍ ପାଇ ଖୁସିରେ ଆତ୍ମହରା ଆଶାୟୀ

ଏକ ସମୟରେ ଦେଶର ୫୦ ସହରରେ ଆୟୋଜିତ ଏଇ ମେଗା ରୋଜଗାର ମେଳାରେ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନିୟୁକ୍ତିପତ୍ର ବାଣ୍ଟିଥିଲେ। ଇଏ କଟକ ଓ ଭୁବନେଶ୍ୱରରେ ଆୟୋଜିତ ରୋଜଗାର ମେଳାର ଦୃଶ୍ୟ। ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସେହିପରି କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାଣ୍ଟିଥିଲେ ଆପଏଣ୍ଟମେଣ୍ଟ ଲେଟର...

Narendra Modi Visit Kedarnath Temple
ଦେବଭୂମିରେ ପ୍ରଧାନମନ୍ତ୍ରୀ ମୋଦି; କେଦାରନାଥ, ବଦ୍ରିନାଥ ପାଇଁ ୩୪୦୦ କୋଟିର ଶିଳାନ୍ୟାସ

କେଦାରନାଥ ଓ ବଦ୍ରିନାଥରେ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ସେ କେଦାରନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବଦ୍ରିନାଥ ଧାମ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ
IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେଲେ ଅପରାଜିତା, ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ-IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଜବାହର ଚୌକ ମେଢ଼
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ପଟୁଆର...ଫଟୋରେ ଦେଖିବା କିଛି ଝଲକ୍...

ପୂରା ଜାକଜମକରେ ଚାଲିଛି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ସମାରୋହ। ଏଥର ସମୁଦାୟ ୩୮ ଟି ମେଢ଼ କ୍ରମାନ୍ୱୟରେ ବିସର୍ଜନ ପାଇଁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ ସମୁଦାୟ୨୬ ପ୍ଳାଟୁନ୍ ପୋଲିସ୍।

ଚକ ଘୂରିଲେ ପରିବାର ଚଳିବ
ପାଖେଇ ଆସୁଛି ଦୀପାବଳି...ଏବେଠୁ ଚଳଚଂଚଳ ହେଲେଣି କୁମ୍ଭାର ପରିବାର

ଆଉ ମାତ୍ର ସପ୍ତାହେ ରହିଲା କାଳୀପୂଜା ବା ଦୀପାବଳି। ଘରେ ଘରେ ଜଳିବ ଦ୍ୱୀପ...ସେଇଥି ପାଇଁ ତ ଏବେଠୁ ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର ପରିବାର

 ମେଲାଣି ନେଉଛନ୍ତି ମାଆ ଧନଦାତ୍ରୀ
ମାଆ ଧନଦାତ୍ରୀଙ୍କୁ ମେଲାଣି: ବିଦାୟ ବେଳାରେ ଦୁଲୁକୁଛି ରାଜଧାନୀ

ଧରାପୃଷ୍ଠରୁ ମାଆ ଯିବେ.... ପୁଣି ଆସିବେ ଆର ବର୍ଷକୁ.. ବିଦାୟ ସମୟରେ ଘଣ୍ଟ, ମୃଦଙ୍ଗ ବଜାଇ ମାଆଙ୍କୁ ଦିଆଯାଉଛି ମେଲାଣି

ନବୀନଙ୍କ ଜନ୍ମଦିନ ପାଇଁ ଯାଜପୁରରେ ୧୦୦ ଫୁଟର ଲଗାଗଲା ଫଟୋ
ନବୀନଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ଯାଜପୁର ଟାଉନ୍‌...ବାଳାଶ୍ରମ ପଡିଆରେ ଲାଗିଲା ୧୦୦ ଫୁଟିଆ ପୋଷ୍ଟର, ଫୁଟିଲା ପ୍ରବଳ ବାଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍‌ କାଟିଲେ କର୍ମୀ ଓ ନେତା। ପ୍ରବଳ ଆତସବାଜିରେ ଆଲୁଆ ହୋଇଗଲା ଯାଜପୁର ଆକାଶ

ପ୍ରବଳ ବର୍ଷାରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ କଣ୍ଟେନର ଭାସିଯାଉଛି
ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା...ଭାସିଗଲା ଗାଡ଼ିମଟର...ଫଟୋରେ ଦେଖିବା ଖବର

ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ପ୍ରଖର ସ୍ରୋତରେ ଗାଡ଼ିମଟର ସବୁ ଭାସିଯାଇଛି। ଏପରିକି ଏକ କଣ୍ଟେନର ମଧ୍ୟ ଭାସି ଯାଉଥିବା ଲକ୍ଷ୍ୟ କରାଯାଉଛି।

ଗଜଲକ୍ଷ୍ମୀ ପୂଜା
ସ୍ମାର୍ଟ ସିଟିରେ ସୁସଜ୍ଜିତ ହୋଇଛନ୍ତି ଧନଦାତ୍ରୀ ମାଆ ଲକ୍ଷ୍ମୀ

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର।୨ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଉଥିବାରୁ ଭକ୍ତଙ୍କର ସମାଗମ ବି ହେଉଛି।

Dhenkanal Laxmi Puja
ଆଜିଠୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ଚାନ୍ଦି ମେଢ଼ରେ ଝଲସୁଛନ୍ତି ମାଆ

ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସହରରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି । ମୀନା ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀରେ ଚାନ୍ଦି ମେଢରେ ସୁସଜ୍ଜିତ ହୋଇଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର ।

୯୦ ତମ ବାୟୁସେନା ଦିବସ
ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ

ଦେଶ ଦେଖୁଛି ବାୟୁବୀରଙ୍କ ପରାକ୍ରମ। ଆକାଶକୁ ନିଜ ହାତ ମୁଠାରେ ରଖିଥିବା ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ। ୯୦ ତମ ବାୟୁସେନା ଦିବସ ଅବସରରେ ଚଣ୍ଡିଗଡର ସୁଖ୍‌ନା ଲେକ୍‌ରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ।

ପାଖେଇ ଆସୁଛି ପୂଜା, ଶିଳ୍ପୀଙ୍କୁ ନାହିଁ ଫୁରୁସତ୍। ସୁଦୃଶ୍ୟ ମଣ୍ଡପରେ ପୂଜା ପାଇବେ ମା’
ପାଖେଇ ଆସୁଛି ଗଜଲକ୍ଷ୍ମୀ ପୂଜା...ସଜେଇ ହେଉଛି ଢେଙ୍କାନାଳ ସହର...

ଆଉ ଦିନ କେଇଟା ପରେ ଧୁମ୍‌ଧାମ୍‌ରେ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା...ବିଶେଷ କରି ଢେଙ୍କାନାଳ ସହରରେ ଏହି ପୂଜା ଖୁବ୍ ଆଡ଼ମ୍ବର ସହ ପାଳନ ହୋଇଥାଏ। ଏ ବର୍ଷ ବି ଯୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି।

ମାଆଙ୍କ ଭସାଣି ଯାତ୍ରା
ସରିଲା ମାଆଙ୍କ ଲୀଳାଖେଳା, ଏବେ ବିଦାୟ ବେଳା

ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...

Durga Puja 2022
ଆରବର୍ଷକୁ ଅପେକ୍ଷା ରହିଲା ମାଆ

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।

Farewell to Maa Durga in Sindoor Khela
ଚାରିଆଡେ ଖୁସିର ମାହୋଲ; ସିନ୍ଦୂର ଖେଳରେ ମାଆଙ୍କୁ ବିଦାୟ

ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।

କଟକ ମଙ୍ଗଳାବାଗ୍ ଦୁର୍ଗାପୂଜା ତୋରଣ
ଫଟୋରେ ଫଟୋରେ କଟକ ଦୁର୍ଗା ପୂଜା, ଦେଖନ୍ତୁ..

ସାରା ଦେଶରେ ଧୁମ୍‌ଧାମରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଚାନ୍ଦି ମେଢ଼ ଆଉ ସୁନା ଅଳଙ୍କାରରେ ଛାଉଣି ହୋଇଛନ୍ତି ମା ଦୁର୍ଗତିନାଶିନୀ ।

Durga Puja
ଢୋଲ, ବାଜା ତାଳରେ ଦୁଲୁକୁଛି କୋଲକାତାର ପୂଜା ପେଣ୍ତାଲ

ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।

Laxmisagar
ଦୁର୍ଗାପୂଜାରେ ସଜେଇ ହୋଇଛି ଭୁବନେଶ୍ୱର,ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାଷ୍ମମୀ ପୂଜା । ଦୂର୍ଗତିନାସିନୀ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଲାଗି ସଜେଇ ହୋଇଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ। ଦୂର୍ଗା ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।

Saheed Nagar Puja Mandap
ରାଜଧାନୀରେ ପାର୍ବଣର ମାହୋଲ..ସଜେଇ ହୋଇଛି ପୂଜା ମଣ୍ତପ..ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ପରିବେଶ..ଆଜି ପୀଠରେ ମା’ଙ୍କର ମହାନବମୀ ଥିବା ବେଳେ ମଣ୍ଡପରେ ମହାଷ୍ଟମୀ । ତେବେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ତପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ରୀତିନୀତିରେ ପୂଜା ପାଉଛନ୍ତି ।

Rasulgarh Puja Mandap
ସୁଉଚ୍ଚ ତୋରଣରେ ଝଲସୁଛି ରାଜଧାନୀ ଭୁବନେଶ୍ୱର

ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ ।

Durga Puja in Kolkata
ଆସିଛନ୍ତି ମା', ଉଠୁଛି ପଡୁଛି କୋଲକାତା

ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ କୋଲକାତାରେ ଉତ୍ସବର ପରିବେଶ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି।

ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା। ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପି ଶକ୍ତିକେନ୍ଦ୍ର ସମାବେଶରେ ସେ ଯୋଗଦେଇଥିଲେ। ତୃଣମୂଳ ସ୍ତରରେ ଗଠନ ହୋଇଥିବା ଶକ୍ତି କେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଆଜି ସେ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ।

ରାଜଧାନୀର ଝାରପଡ଼ା ପୂଜା ମଣ୍ଡପରେ ଚାଲିଛି ମୂର୍ତ୍ତି ନିର୍ମାଣ
ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାରେ ଶେଷ ସ୍ପର୍ଶ ଦେବାର ପ୍ରୟାସରେ ନିମଗ୍ନ ଶିଳ୍ପୀ

ପାଖେଇ ଆସୁଛି ଦୁର୍ଗାପୂଜା...କାରିଗରମାନେ ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି...ଚାଲନ୍ତୁ ଦେଖିବା ରାଜଧାନୀର ପ୍ରମୁଖ ପୂଜା ମଣ୍ଡପରେ କେମିତି ଚାଲିଛି ମୂର୍ତ୍ତି ନିର୍ମାଣ...

ଇଏ ବାରିପଦାର ଦୃଶ୍ୟ
ପାଖେଇ ଆସୁଛି ଦୁର୍ଗାପୂଜା, ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ଯୋରଦାର୍ ପ୍ରସ୍ତୁତି...

ଦୁର୍ଗାପୂଜା ଯେତିକି ପାଖେଇ ଆସୁଛି, ଭକ୍ତଗଣ ସେତିକି ଉଲ୍ଲସିତ ହେଉଛନ୍ତି। କୋଉଠି ସୁଉଚ୍ଚ ତୋରଣ ନିର୍ମାଣ ଚାଲିଛି ତ ଆଉ କୋଉଠି ସୁନ୍ଦର ମେଢ଼ ତିଆରି ଚାଲିଛି।