• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

Dog show
୨ ବର୍ଷ ପରେ ଭୁବନେଶ୍ୱରରେ ଆୟୋଜିତ ହେଲା ଜାତୀୟ ସ୍ତରୀୟ ଡଗ୍‌ ସୋ’

ଭୁବନେଶ୍ୱର ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ୨ବର୍ଷ ପରେ ଓଡ଼ିଶା କେନେଲ୍‌ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଡଗ୍‌ ସୋ’ । ଆଜି ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଆଜିଠୁ ୩ଦିନ ଧରି ଚାଲିବ ।

ସିଦ୍ଧ ଜଗନ୍ନାଥଙ୍କର ବ୍ୟଞ୍ଜନ ଦ୍ଵାଦଶୀ ପାଳିତ
ଆଜି ବ୍ୟଞ୍ଜନ ଦ୍ୱାଦଶୀ : ଜଗନ୍ନାଥଙ୍କ ପାଖରେ ଲାଗି ହେଲା ୭୫ ପ୍ରକାର ଭୋଗ

କେନ୍ଦୁଝର ପୁରୁଣା ସହରର ସିଦ୍ଧମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ଆଜି ଅତି ଭକ୍ତିପୁତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି ହୋଇଛି । ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡି , ଦଳା ଖେଚୁଡି, ମାଳେଇ ଖେଚୁଡି , କପୁରକେଳି , ମୋଡା ବଡି ସହ ଆରିସା , କାକରା , ବାଟ , କନ୍ଧ ଖିରି , ଝିଲି , କ୍ଷୀରପୁଳି , ବୃନ୍ଧି ଲଡ଼ୁ , ଖସା ଲଡ଼ୁ , ନଡିଆ କୋରା , କାନିକା ଆଦି ଅନେକ ପ୍ରକାର ବ୍ୟଞ୍ଜନ

ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
କୋଣାର୍କ ମହୋତ୍ସବରେ ମନ ମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ

ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଥିବା ମୁକ୍ତାକାଶ ରଂଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ। ୩୩ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ ହୋଇଯାଇଛି।

special story
ମାଙ୍କଡ଼ଙ୍କର କେହି ଜଣେ ଅତି ନିଜର ! ଯିଏ ତାଙ୍କ କଥା ବୁଝନ୍ତି ଆଉ ଖାଇବାକୁ ଦିଅନ୍ତି

ଦିନକୁଦିନ ଜଙ୍ଗଲ କମିବା ସହ ମାଙ୍କଡଙ୍କ ପାଇଁ ଖାଦ୍ୟ ମିଳୁନି I ସେଇଥିପାଇଁ ରାତି ପାହିଲେ ବାଦାମ ଖାଇବା ପାଇ ଘର ସମ୍ମୁଖକୁ ଧାଇଁ ଆସୁଛନ୍ତି ହନୁ ମାଙ୍କଡ଼ I ଆଉ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ପଶୁପ୍ରେମୀ ପୀତବାସ ।

ଦୁନିଆ ଦେଖିଲା ଓଡିଆ ପରମ୍ପରା
ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

ମହାକାଶକୁ ଗଲା PSLV-C54 ରକେଟ୍।
ପଟୋରେ ଦେଖନ୍ତୁ ଦେଶ ବିଦେଶର ଚର୍ଚ୍ଚିତ ଖବର...

ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍।

ଯୋରନ୍ଦା ଗାଦିରେ ୧୪୪ ଧାରା
ଫଟୋରେ ଦେଖିବା ରାଜ୍ୟର କିଛି ଖବର...

ଢେଙ୍କାନାଳ ଯୋରନ୍ଦା ଗାଦିରେ ଭଙ୍ଗାରୁଜା ପରେ ସେଠାରେ ଜାରି ହୋଇଛି ୧୪୪ ଧାରା। ଫଳରେ ସାରା ଅଞ୍ଚଳ ଏବେ ଖାଁ ଖାଁ।

Modi Gave Gifts in G20 Summit
G-20 ସମ୍ମିଳନୀରେ ମୋଦି ବାଣ୍ଟିଲେ ଭାରତୀୟ ଉପହାର

ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।

Balijatra 2022
ଜମୁଛି ଐତିହାସିକ ବାଲିଯାତ୍ରା; ମହାନଦୀରେ ବୋଟିଂ ସାଙ୍ଗକୁ କଟକ-ଇନ୍‌-କଟକରେ ସେଲ୍ଫି ନେବାକୁ ଲାଗୁଛି ଦର୍ଶକଙ୍କ ଭିଡ଼

ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ ଭିଡ଼ ଲାଗିଛି । ପ୍ରାୟ ସବୁ ଷ୍ଟଲରେ ଲାଗିଛି ଲୋକଙ୍କ ଗହଳି ।

Kempegowda Airport Terminal-2
ବେଙ୍ଗାଲୁର ଏୟାରପୋର୍ଟର ଟର୍ମିନାଲ-୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ କିଛି ଫଟୋ..

କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।

President Draupadi Murmu
ଫଟୋରେ ଖବର: ସ୍କୁଲ ବୁଲିଲେ, ପିଲାଙ୍କ ସହ ଭାବ ବିନିମୟ କଲେ ମହାମହିମ

୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।

President Draupadi Murmu
ଶ୍ରୀକ୍ଷେତ୍ରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବଡ଼ଦାଣ୍ତରେ ଚାଲିଚାଲି ଶ୍ରୀମନ୍ଦିର ପହଞ୍ଚିଲେ

ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଳଗଣ୍ଡି ଛକରୁ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଲେ । ସିଂହଦ୍ୱାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜା । ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କଲେ ରାଷ୍ଟ୍ରପତି । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Kartika Purnima
ଡଙ୍ଗା ଭସା ପାଇଁ ନଦୀ ଓ ପୁଷ୍କରିଣୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟରେ ଶେଷ ହୋଇଛି । ସୂର୍ଯ୍ୟୋଦୟ ଠାରୁ ଦେବନୀତି ନିଷେଧ ଥିବାରୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।

Cuttack Baliyatra 2022
ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...ଦେଖନ୍ତୁ ଝଲକ୍...

ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ ।

ଧାମନଗର ଉପନିର୍ବାଚନ
ସୂରଜ ଜିତିଲା ପରେ... ବିଜେପି ନେତାଙ୍କ ସେଲିବ୍ରେସନ

ନାଚ ମାନେ ଧୁମ୍ ନାଚ, କେବଳ ସୂରଜଙ୍କ ପାଇଁ। ଧାମନଗରରେ ଇତିହାସ ରଚିଦେଲେ ବିଜେପି ପ୍ରାର୍ଥୀ। କେବଳ ତାଙ୍କରି ପାଇଁ ଭୁବନେଶ୍ୱର ପାର୍ଟି ଅଫିସ୍‌ରେ ଏ ସେଲିବ୍ରେସନ୍‌।

ପଞ୍ଚୁକର ପ୍ରଥମ ଦିନ
ପଞ୍ଚୁକର ପ୍ରଥମ ଦିନରେ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣା, ବ୍ୟାରିକେଡ୍‌ରେ ଶ୍ରଦ୍ଧାଳୁ କଲବଲ

ଜଗନ୍ନାଥ ଧାମରେ କାଳିଆକୁ ଦର୍ଶନ ପାଇଁ ଭକ୍ତଙ୍କୁ ଯନ୍ତ୍ରଣା। ଶ୍ରୀମନ୍ଦିରରେ ଆଜି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହୋଇଛି। ନୀତିକାନ୍ତିରେ ବିଳମ୍ବ ସାଙ୍ଗକୁ ପଶ୍ଚିମଦ୍ୱାର ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି କଲବଲ ହୋଇଛନ୍ତି।

Dhamnagar ByPoll
ଫଟୋରେ ଖବର: ବୁଥ୍‌ରେ ସମର୍ଥକଙ୍କ ସହ ପ୍ରାର୍ଥୀ, ହ୍ୱିଲ୍‌ ଚେୟାରରେ ଭୋଟର...

ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଧାମନଗରରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । କାଁ ଭାଁ ବୁଥ୍‌ ରିଗିଂ ଓ ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି ।

୧୪୪ ଧାରା ଜାରି ହେବା ପରେ ଧବଳେଶ୍ୱର ପୀଠର ଫାଟକ ବନ୍ଦ। ପୂରା ଅଞ୍ଚଳ ଜନମାନବ ଶୂନ୍ୟ।
ଗୁଜରାଟରେ ଅଘଟଣ, ଏଠି ୧୪୪ ଧାରା...ପୂରା ଅଞ୍ଚଳ ଖାଁ ଖାଁ...ଫଟୋରେ ଖବର

ଗୁଜରାଟର ଝୁଲା ପୋଲ ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ଧବଳେଶ୍ୱର ପୀଠ ଝୁଲା ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ସେଠାକାର ପରିବେଶ ଏବେ ପୂରା ଖାଁ ଖାଁ । ଏଭଳି ପରିସ୍ଥିତିରେ ଭକ୍ତ ମହଲରେ ନୈରାଶ୍ୟ ଦେଖା ଦେଇଛି।

ଦେଶବ୍ୟାପୀ ଛଟ୍‌ର ଛିଟା
କୁଆଖାଇ ନଦୀପଠାରେ ଛଟ୍‌ର ଛିଟା: ପରିବାରର ସୁଖ ସମୃଦ୍ଧି ପାଇଁ ସୂର୍ଯ୍ୟଙ୍କୁ ଉପାସନା

ପବିତ୍ର ଛଟ ପର୍ବରେ ପରିବାରର ସୁଖ ସମୃଦ୍ଧି ପାଇଁ ଉଦୀୟମାନ ସୂର୍ଯ୍ୟଙ୍କୁ ଉପାସନା କରିଛନ୍ତି ବିହାରୀ ସଂପ୍ରଦାୟ ଲୋକେ। ଏଥିପାଇଁ ଆଜି ସକାଳ ନହେଉଣୁ ଭୁବନେଶ୍ୱର କୁଆଖାଇ ନଦୀପଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଉପାସକମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଆରାଧନା କରିଛନ୍ତି।

ମୁଁ ବି ହେବି କଂସ
ଆମେ ବି କଂସ ହେବୁ, ବରଗଡ କମ୍ପେଇ ଦେବୁ

ବରଗଡ ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଗଡରେ ପହଞ୍ଚିଲେଣି ଅଭିନେତା। ଦେଖନ୍ତୁ ଏମାନେ କେମିତି ଦେଉଛନ୍ତି ପୋଜ୍‌?

António Luís Santos da Costa
ବିଦେଶକୁ ନେତୃତ୍ୱ ଦେଉଥିବା ୯ ଭାରତୀୟ ବଂଶୋଦ୍ଭବ...ଫଟୋରେ ଦେଖନ୍ତୁ ଖବର

ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର ପକାଇବା।

Solar Eclipse
ଭୁବନେଶ୍ୱରରେ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ, ଦେଖନ୍ତୁ ମହାଜାଗତିକ ଦୃଶ୍ୟର କିଛି ଝଲକ

ଭୁବନେଶ୍ୱରବାସୀ ଦେଖିଲେ ମହାଜାଗତିକ ଦୃଶ୍ୟ। ରାଜଧାନୀର ସଫା ଆକାଶରେ ଖଣ୍ଡିଆ ଦିଶିଲା ସୂର୍ଯ୍ୟ। ଯାହାକୁ ଦେଖିବାର ସୁଯୋଗ ପାଇଥିଲେ ରାଜଧାନୀବାସୀ। ଦେଖନ୍ତୁ ସେଇ ସମୟର କିଛି ଦୃଶ୍ୟ

The old tradition of odisha in Diwali
ଦୀପାବଳିରେ ବଡବଡୁଆ ଡାକ ଓ ପିଣ୍ଡ ଦାନ

ଦୀପାବଳିରେ ବଡବଡୁଆ ଡାକ ଓଡିଶାର ଏକ ନିଆରା ପରମ୍ପରା। ମହଳା ଦେଇ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।

PM Modi
ହାତରେ ବନ୍ଧୁକ . . ଯବାନଙ୍କ ମନୋବଳ ବଢ଼ାଇବା ସହ ଶତ୍ରୁକୁ ସନ୍ଦେଶ, କାରଗିଲରେ ମୋଦିଙ୍କ ଭିନ୍ନ ଅନ୍ଦାଜ

କାରଗିଲ ମାଟିରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।

Rojgar Mela
ଟ୍ୱିନ ସିଟିରେ ରୋଜଗାର ମେଳାର କିଛି ଦୃଶ୍ୟ: ସରକାରୀ ଚାକିରିର ଅଫର୍ ପାଇ ଖୁସିରେ ଆତ୍ମହରା ଆଶାୟୀ

ଏକ ସମୟରେ ଦେଶର ୫୦ ସହରରେ ଆୟୋଜିତ ଏଇ ମେଗା ରୋଜଗାର ମେଳାରେ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନିୟୁକ୍ତିପତ୍ର ବାଣ୍ଟିଥିଲେ। ଇଏ କଟକ ଓ ଭୁବନେଶ୍ୱରରେ ଆୟୋଜିତ ରୋଜଗାର ମେଳାର ଦୃଶ୍ୟ। ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସେହିପରି କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାଣ୍ଟିଥିଲେ ଆପଏଣ୍ଟମେଣ୍ଟ ଲେଟର...