ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଆଉ ବିଶ୍ବ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି।
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ରୀତି ଗରିବ ଝିଅମାନଙ୍କର ଗଣ-ବିବାହରୁ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୪:୩୦ ସମୟରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦୀରରେ ବଞ୍ଚିତ ଲୋକଙ୍କ ଏକ ବିଶାଳ ବିବାହ ଆୟୋଜନ କରାଯାଇଥିଲା। ଏଥିରେ, ବଞ୍ଚିତ ପରିବାରର ୫୦ରୁ ଅଧିକ ଯୋଡି ୧୦୦ କିଲୋମିଟର ଦୂରରେ ଥିବା ମୁମ୍ବାଇରୁ ପାଲଘରକୁ ଆସିଥିଲେ। କନ୍ୟା ଏବଂ ବର ପକ୍ଷର ପ୍ରାୟ ୮୦୦ ଲୋକ ଏହି ଗଣ ବିବାହରେ ଭାଗ ନେଇଥିଲେ।
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ଆଜି ବିଜେପିର ନବନିର୍ବାଚିତ ୧୭ ସାଂସଦ ଶପଥ ନେଇଛନ୍ତି ।
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।
ଜହୀର ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍ବାଲ୍ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପସ୍ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ ଚୁଙ୍କି ପାଣ୍ଡେଙ୍କ ସହ ଅନେକ ବଲିଉଡ୍ ତାରକା ଅଂଶଗ୍ରହଣ କରିଥିଲେ।
୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜିଉ। ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା। ଅସରାଏ ବର୍ଷାରେ ପ୍ରଭୁଙ୍କୁ ଅଭିଷେକ କଲେ ଇନ୍ଦ୍ରଦେବ ।
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିର ବାରିଧିରେ।
ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି .. ଆହା କି ସୁନ୍ଦର ଦୃଶ୍ୟ .. ଦିଶେ କେଡ଼େ ମନଲୋଭା ... ସେ ବାଙ୍କଚାହାଣୀ .. ସେ ମନ୍ଦ ମନ୍ଦ ମୁରୁକି ହସ ... ସତେ କି ସ୍ୱର୍ଗ ତୃପ୍ତି ...
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜାନନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି ।
ବିଜେଡିର ଏଭଳି ବିପର୍ଯ୍ୟୟର କ’ଣ ରହିଛି ୧୦ ପ୍ରମୁଖ କାରଣ ଆସନ୍ତୁ ଜାଣିବା...
କନ୍ୟାକୁମାରୀର ବିବେକାନନ୍ଦ ମେମୋରିଆଲ ଧ୍ୟାନ ମଣ୍ଡପରେ ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ।
'ଭିଟିଲିଗୋ'ରେ ପୀଡିତ ଆସ୍ଥା ଶାହା ଜଣେ କଣ୍ଟେଣ୍ଟ୍ କ୍ରିଏଟର୍ ଯିଏ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଗର୍ବର ସହିତ ନିଜକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, 'ବର୍ଷ ବର୍ଷ ଧରି ମୋର ଭିଟିଲିଗୋ(ଧଳା ଧଳା ଛଉ ଭଳି ରୋଗ) ହେତୁ ମୁଁ ନିଜକୁ ସୁନ୍ଦର ଅନୁଭବ କରିବାକୁ ସଂଘର୍ଷ କରୁଥିଲି। ଆଜି ମୁଁ ମୋର ଭିଟିଲିଗୋ ସତ୍ତ୍ୱେ କାନ୍ସରେ ରେଡ୍ କାର୍ପେଟ୍ରେ ଚାଲିଲି। ମୁଁ ସମସ୍ତଙ୍କୁ ଦେଖାଇବାକୁ ଚାହେଁ ଯେ ସୌନ୍ଦର୍ଯ୍ୟ ସବୁ ପ୍ରକାରେ ଦେଖାଦେଇପାରେ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫ୍ରେଞ୍ଚ ରିଭେରାରେ ପହଞ୍ଚିଛନ୍ତି। ସେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରେଡ୍ କାର୍ପେଟ୍ରେ ନିଜ ସୌନ୍ଦର୍ଯ୍ୟର ଜଲ୍ୱା ଦେଖେଇବା ପୂର୍ବରୁ କିଆରା ତାଙ୍କ ଲୁକ୍ର ଝଲକ ଦେଖାଇଛନ୍ତି। ତାଙ୍କର ଏହି ପୂର୍ବ ଝଲକ ପ୍ରଶଂସକଙ୍କ ପାଗଳ କଲାଣି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ ଷ୍ଟାଇଲ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପାଇଁ ସବୁବେଳେ ଅପେକ୍ଷା ଥାଏ। ତାଙ୍କ ରୂପ, ତାଙ୍କ ଚେହେରା, ତାଙ୍କ ହେୟାର୍ ଷ୍ଟାଇଲ୍ ଲୋକଙ୍କୁ ସବୁବେଳେ ପାଗଳ କରିଆସିଛି। ନିକଟରେ ଯେତେବେଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ତାଙ୍କ ହାତରେ ଏକ ପ୍ଲାଷ୍ଟର ହୋଇଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ଅଂଶ ହୋଇଗଲେ, ତାଙ୍କ ହାତରେ ଆଘାତ ତ ଦେଖାଯାଉଥିଲା କିନ୍ତୁ ତାଙ୍କ ହେୟାର ଷ୍ଟାଇଲରେ କିଛି ନୂଆ ଦେଖିବାକୁ ମିଳିଲା ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି।
ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ରୋଡ୍ ସୋ । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ୱାଗତ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଜନସାଧାରଣ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି। କହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି।
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ସମସ୍ତେ ଆତଙ୍କିତ। ତେବେ ଆସନ୍ତୁ ଭୁବନେଶ୍ୱରର କିଛି ଦୃଶ୍ୟକୁ ଦେଖିନେବା ଫଟୋ ମାଧ୍ୟମରେ।
ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଆଜି ପବିତ୍ର ଅଶୋକାଷ୍ଟମୀରେ ନୀତିକାନ୍ତି ସାରି ଅପରାହ୍ନରେ ଗଡ଼ିଥିଲା ରୁକୁଣା ରଥ । ଆଉ ସନ୍ଧ୍ୟା ହେବାରୁ ଅଟକିଥିଳା ବଢ଼େଇବାଙ୍କରେ । ଆସନ୍ତାକାଲି ମାଉସୀମା ମନ୍ଦିରରେ ପହଞ୍ଚିବ ମହାପ୍ରଭୁଙ୍କ ରୁକୁଣା ରଥ ।
ଇଦ୍-ଉଲ୍-ଫିତର ପର୍ବ, ଯାହା ମିଠା ଇଦ୍ ଏବଂ ଇଦ-ଅଲ୍-ଫିତର ନାମରେ ମଧ୍ୟ ଜଣାଶୁଣା, ଇସ୍ଲାମ୍ର ପବିତ୍ର ଉପବାସର ରମଜାନ ମାସର ସମାପ୍ତିର ପ୍ରତୀକ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।
ନିର୍ବାଚନ ପୂର୍ବରୁ BJD କୁ ଝଟକା। ଦଳରୁ ଡିଆଁ ମାରୁଛନ୍ତି ହେଭିୱେଟ୍ ନେତା। ଗୋଟିକ ପରେ ଗୋଟିଏ ଓଲିଉଡ୍ ତାରକା ମଧ୍ୟ ଵିଜେଡି ଶିବିର ଛାଡୁଛନ୍ତି। ଯାହା ଏବେ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।
ହିମାଚଳ ପ୍ରଦେଶର ମଣ୍ଡିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଙ୍ଗନା ରାଣାୱତ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ନେତୃତ୍ୱକୁ ନେଇ ଟାର୍ଗେଟ୍ କରୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି।
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଚଳିତ ସଂସ୍କରଣ। ପ୍ରଥମ ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ଡିଫେଣ୍ତିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍। ନେଟ୍ସରେ ଖେଳାଳି ଜୋରଦାର ଅଭ୍ୟାସ। ଏଥର ରୋମାଞ୍ଚକ ହେବ ପ୍ରତିଟି ମ୍ୟାଚ୍।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରିୱେଡିଂରେ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଛି। ପୂର୍ବର ଜାମନଗରରେ ପହଞ୍ଚିଥିଲେ ଦୀପିକା ପାଦୁକୋନ, ରଣବୀର ସିଂହ, ଶାହରୁଖ ଖାନ, ଅର୍ଜୁନ କପୁର, ରାନୀ ମୁଖାର୍ଜୀ, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରି ବଲିଉଡ ତାରକା।