/odishatv-khabar/media/media_files/2025/12/18/tribal-student-murder-case-2025-12-18-20-13-44.jpg)
Tribal Student Murder Case Photograph: (OTV)
କିଟ୍ ହେଉ କି କିସ୍- ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ପାଠ ପଢିବାକୁ ଆସି ପିଲା ଶବ ହୋଇ ଫେରୁଛନ୍ତି । ତଦନ୍ତ ହେଉଛି, ମାଳମାଳ କର୍ମଚାରୀ ବନ୍ଧା ହେଉଛନ୍ତି । ହେଲେ କାହିଁକି ଖସିଯାଉଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ? ଯଦି ଅନୁଷ୍ଠାନର କର୍ମଚାରୀ ଦୋଷୀ, ମାଲିକ ନିର୍ଦ୍ଦୋଷ କେମିତି ? କିସ୍ ଛାତ୍ର ହତ୍ୟା ମାମଲାର ଖୁଲାସା ପରେ ଅଚ୍ୟୁତଙ୍କ ମ୍ୟାନେଜ୍ ଅସ୍ତ୍ରକୁ ନେଇ ଚାରିଆଡ଼େ ଚର୍ଚ୍ଚା। ହତ୍ୟା ଘଟଣାକୁ ଘୋଡ଼େଇବାକୁ ଅଚ୍ୟୁତଙ୍କ ଅନୁଷ୍ଠାନ ଯେଭଳି ଅସ୍ବାଭାବିକ ମୃତ୍ୟୁର ନାଟକ ରଚିଲା ତାହା ସାରା ଓଡ଼ିଶା ଦେଖିଲା।
ତେବେ ଘଟଣାକୁ ଲୁଚେଇବା ପଛରେ କଣ କେବଳ କିସ୍ କର୍ମଚାରୀ ଥିଲେ ? ପିଲାଟିର ହତ୍ୟା ପରେ ପରିବାର ଲୋକଙ୍କୁ କାହା ପ୍ରରୋଚନାରେ ମିଛ କୁହାଗଲା ? କାହା ଚାପରେ କରାଯାଇନଥିଲା ପୋଷ୍ଟମର୍ଟମ୍ ? ପ୍ରତିଷ୍ଠାତା ଅଚ୍ୟୁତଙ୍କୁ ଏ ପ୍ରସଙ୍ଗରେ ମ୍ୟନେଜମେଣ୍ଟ ଜଣାଇଥିଲା ନା ନାହିଁ ? ଯଦି ଅବଗତ ଥିଲେ, ତାହାଲେ କଣ ପଦକ୍ଷେପ ନେଇଥିଲେ ? ନା ଘଟଣାକୁ କିସ୍ ଚାରିକାନ୍ଥ ଭିତରେ ଚାପିଦେବାକୁ ଗେମ୍ ଖେଳିଥିଲେ ଅଚ୍ୟୁତ ? ବିଗ୍ ବସ୍ ସାଜି ରଫାଦଫା ପାଇଁ ବିଗ୍ ପ୍ଲାନ୍ କରୁନଥିଲେ ତ ? ଏସବୁ ମାମଲାରେ ଏବେ ସିଧା ଆଙ୍ଗୁଠି ଉଠିଛି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପରକୁ। ଆଇନଜୀବୀଙ୍କ କହିବା ଅନୁସାରେ, ପୂରା ଗୋଳମାଳ ମୂଳରେ ଟପ୍ ବସ୍। ଯେହେତୁ କିମ୍ସ ମଧ୍ୟ ଅଚ୍ୟୁତଙ୍କ ଅନୁଷ୍ଠାନ, ଏଣୁ ସେଠାରେ ପିଲାଟିକୁ ଭର୍ତ୍ତି କରି ଆରମ୍ଭରୁ ହଁ ଘଟଣାକୁ ଘୋଡ଼େଇଦେବାକୁ ଜୋରଦାର ଉଦ୍ୟମ ହୋଇଥିଲା। ମାମଲାରେ ଅଚ୍ୟୁତଙ୍କୁ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କଲେ ହିଁ ଅସଲ ସତ ପଦାକୁ ଆସିବ।...
ସେପଟେ ମାମଲା ଯାଇ ପହଞ୍ଚିଛି ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ପାଖରେ। ହୋସ୍ ଉଡ଼ାଇଦେଇଛି ଏସଟି କମିଶନ ସଦସ୍ୟ ଜେ. ହୁସେନଙ୍କ ବୟାନ୍। ସେ କହିଛନ୍ତି, ପୂର୍ବରୁ ବି କିସରେ ଏଭଳି ଦୁଇରୁ ତିନିଟି ଘଟଣା ଘଟିଛି। ଛାତ୍ରଙ୍କୁ ହତ୍ୟା ମାମଲାରେ ଗଣଶିକ୍ଷା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଲବ କରାଯାଇ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର କମିଶନ ସଦସ୍ୟ କିସ୍ ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସେ ସେ ସୂଚନା ଦେଇଛନ୍ତି।
ଏପଟେ ଅଚ୍ୟୁତଙ୍କ ବିରୋଧରେ ତେଜିଲାଣି ଆକ୍ସନ୍ ଦାବି। କେନ୍ଦୁଝର ସାଂସଦ କହିଛନ୍ତି, ସେଠାରେ ଆଗରୁ ଏଭଳି ଘଟୁଥିଲା, ଏବେ ବି ଘଟୁଛି । ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପିସିସି ସଭାପତି ଭକ୍ତ ଦାସ ମଧ୍ୟ, ଛାତ୍ର ହତ୍ୟା ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ସେପଟେ କିସ୍ ନାଁରେ ମାଇଲେଜ୍ ନେଇ ଦାୟିତ୍ବ ନିଭାଉନଥିବା ଅଭିଯୋଗ ଆଣି ଅଚ୍ୟୁତଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ପରମା ପୂଜାରୀ ।
ଗତ ତିନି ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ଉପରେ ରାଗ ଉତାରିବା ସହି ତାଙ୍କର କେହି କିଛି କରିପାରିବେନି ବୋଲି ବହପ ଦେଖାଇଥିଲେ ଅଚ୍ୟୁତ। ଏଠି ପ୍ରଶ୍ନ- କିଟ୍ ଓ କିସରେ ଏମିତି କେତେଥର ମ୍ୟାନେଜ୍ କରିଛନ୍ତି ଅଚ୍ୟୁତ ? କାହାକୁ କାହାକୁ ଏଭଳି ମେଣ୍ଟେନ୍ କରିଛନ୍ତି? କେତେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଘଣ୍ଟ ଘୋଡ଼େଇଛନ୍ତି ? କିଏ ସାଜିଛି ଅଚ୍ୟୁତଙ୍କ ଗଡ୍ ଫାଦର୍ ? ପୁଳାପୁଳା ଅଭିଯୋଗ ପରେ ବି କାହିଁକି ଅଚ୍ୟୁତଙ୍କ ଦେହରେ ହାତ ମାରୁନି ପୋଲିସ ? ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଧରି ଜେରା କରିଥିଲା ଉଚ୍ଚସ୍ତରୀୟ କମିଟି। ହେଲେ ରିପୋର୍ଟ କେଉଁଠି ଲୁଚିଗଲା ତାହା କାହାକୁ ଜଣାନାହିଁ । ଏବେ କିସ୍ ଛାତ୍ର ହତ୍ୟା ମାମଲାରେ ବି କାଠଗଡ଼ାରେ ଅଚ୍ୟୁତ। ତେବେ ଅଚ୍ୟୁତଙ୍କୁ ତଦନ୍ତ ପରିସରଭୁକ୍ତ କରି ଜେରା କରିବାକୁ ସାହସ ଜୁଟାଇ ପାରିବ ତ କମିଶନରେଟ୍ ପୋଲିସ ? ଆଗକୁ ଆଇନ ତା ବାଟରେ ଯାଉଛି ନା ଅଚ୍ୟୁତଙ୍କ ମ୍ୟାନେଜ୍ ରାସ୍ତାରେ ମୋଡ଼ ବଦଳାଉଛି ତା ଉପରେ ନଜର.
A Grim Tale of Lost Humanity: ମରିଗଲା ମଣିଷପଣିଆ, ବଡ଼ ସହରର ଛୋଟ ହୃଦୟ

PF Withdrawal Goes Easy: କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି ଏଟିଏମ୍ରୁ ଉଠିବ ପିଏଫ୍ ଟଙ୍କା

How Rural Workers Get Paid: ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି , ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ

Mastermind Joker Happy: ପୋଲିସ କବଜାରେ ଜହ୍ଲାଦ , ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)