Advertisment

Mastermind Joker Happy: ପୋଲିସ କବଜାରେ ଜହ୍ଲାଦ , ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ

ଦୟା ନଦୀପଠାରେ ୧୦ ତାରିଖ ସନ୍ଧ୍ୟାରେ କ'ଣ ଘଟିଥିଲା ? କେମିତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ବନାଇଥିଲେ ? ପୁରୁଷ ବନ୍ଧୁଙ୍କୁ ମାଡ ମାରି ଦରମରା କରିଥିଲେ ? ତାର ପୂରା ଡେମୋ ଦେଖାଇଛି ଜୋକର ହାପି ।

author-image
Manas Ranjan Mohanty
Dhauli-Gang-Rape-Arrest

Dhauli-Gang-Rape-Arrest Photograph: (OTV)

ପୋଲିସ କବଜାରେ ଜହ୍ଲାଦ, ଯିଏ ସେଦିନ ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ଥିଲା ମୁଖ୍ୟ ଖଳନାୟକ । ପୁରୁଷ ବନ୍ଧୁଙ୍କ ସହ ବୁଲି ଆସିଥିବା ନାବାଳିକାଙ୍କୁ ଶୂନଶାନ୍‌ ସନ୍ଧ୍ୟାରେ ଝୁଣି ଯାଇଥିଲା । ଆଉ ତା' ସାଙ୍ଗରେ ଥିଲେ ଆଉ ୪ ଜଣ ଯୌନରାକ୍ଷସ । ପୂରା ନାଁ ସତ୍ୟ ପ୍ରକାଶ ହାତୀ ଓରଫ୍ ଜୋକର ହାପି । ଘଟଣା ପରଠୁ ସେ ଫେରାର୍‌ ଥିବାବେଳେ ଗତକାଲି ରାତିରେ ଗଞ୍ଜାମରୁ ଗିରଫ କରିଛି ପୋଲିସ । ଆଉ ଆଜି ତାକୁ କ୍ରାଇମ ସ୍ପଷ୍ଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ ।

ଦୟା ନଦୀପଠାରେ ୧୦ ତାରିଖ ସନ୍ଧ୍ୟାରେ କ'ଣ ଘଟିଥିଲା ? କେମିତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ବନାଇଥିଲେ ? ପୁରୁଷ ବନ୍ଧୁଙ୍କୁ ମାଡ ମାରି ଦରମରା କରିଥିଲେ ? ତାର ପୂରା ଡେମୋ ଦେଖାଇଛି ଜୋକର ହାପି । ପୂର୍ବରୁ ଏହି ଗଣଦୁଷ୍କର୍ମ ମାମଲାରେ ବାଙ୍କୀର ବିଭୁ ପ୍ରସାଦ ମିଶ୍ର ଓ ଓଲଟପୁରର କାଳନ୍ଦୀ ପାତ୍ର ଗିରଫ ହୋଇଥିଲେ । ଏବେ ବି ଆଉ ଦୁଇ ଜଣ ଫେରାର୍ ଅଛନ୍ତି । ତାଙ୍କୁ ଖୋଜାଖୋଜି କରୁଛି ପୋଲିସ ।

Advertisment

ଜୋକର ହାପି ଥିଲା ପୂରା ଘଟଣାର ମାଷ୍ଟରମାଇଣ୍ଡ ।ଜେଲ୍‌ରୁ ଜାମିନ୍‌ରେ ଫେରି ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ଓ ଫେରାର୍ ହୋଇଯାଇଥିଲା । ସେ ଜଣେ ଅଭ୍ୟାସଗତ ଅପରାଧୀ । ଜେଲ୍‌ ଯାଉଥିଲା, ବେଲ୍‌ରେ ଆସୁଥିଲା ଆଉ ତା' ପୁଣି ଘଟାଉଥିଲା ଅପରାଧ । ୨୦୧୮ରେ ଗାଡି ଚୋରି କରିବା ମାମଲାରେ ପ୍ରଥମେ ଗିରଫ ହୋଇଥିଲା ।  ଚୋରି, ହତ୍ୟା ଉଦ୍ୟମ, ପୋଲିସକୁ ମାଡ଼ ମାରିବା ଭଳି ୨୦ରୁ ଅଧିକ ମାମଲା ରହିଛି ଏହି ଅଭିଯୁକ୍ତ ନାଁରେ । 

Advertisment
Related Articles
Advertisment