/odishatv-khabar/media/media_files/2025/10/28/threat-to-south-2025-10-28-21-03-41.jpg)
THREAT-TO-SOUTH Photograph: (OTV)
ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁ। ଗାଁଠୁ ମାତ୍ର ୧୦ମିଟର ଦୂରରେ ସମୁଦ୍ର । ଅଶାନ୍ତ ସମୁଦ୍ରର ଗୋଟିଏ ଗୋଟିଏ ଜୁଆର ଘରକୁ ଟାଣି ନେଉଛି। ଦଲକାଏ ଦଲକାଏ ପବନ ସାଙ୍ଗକୁ ଘର ଗିଳି ଚାଲିଛି ଉଚ୍ଚ ଜୁଆର। ସମୁଦ୍ର ପେଟରେ ଏଇ ଗାଁର ଏମିତି ୩ଟି ଘର। ପୂର୍ବରୁ ଯଦିଓ କିଛି ଘର ଭାଙ୍ଗିଥିଲା ତେବେ ଆଜି ଅଶାନ୍ତ ସମୁଦ୍ରର ଉଚ୍ଚ ଢେଉ ଯୋଗୁଁ ଗୋଟିଏ ପରେ ଗୋଟିଏ ଘର ସମୁଦ୍ରରେ ମିଶିଛି। ସ୍ଥାନୀୟ ପ୍ରାଶାସନିକ ଅଧିକାରୀଙ୍କ ସହ ଛତ୍ରପୁର ବିଧାୟକ ପହଞ୍ଚି ଗାଁର ସ୍ଥିତି ପରଖିଛନ୍ତି। ବର୍ତ୍ତମାନ ସମୁଦ୍ର କୂଳ କୁ କେହି ଯେପରି ନ ଯିବେ ସେଥିପାଇଁ ରାସ୍ତା ସିଲ୍ କରାଯାଇଛି। ସେପଟେ ଗତକାଲି ଆନ୍ଧ୍ରର ପ୍ରାୟ 60ଟି ଟ୍ରଲର ବାତ୍ୟା ଯୋଗୁଁ ଫସି ଯାଇଥିବା ବେଳେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ସେସବକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।
ସେପଟେ ବ୍ରହ୍ମଗିରି ବାଲିହରଚଣ୍ଡି ବେଳାଭୂମିରେ ବିଶାଖାପାଟଣାର ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଗତକାଲି ସମୁଦ୍ରରେ ଲଙ୍ଗର ପକାଇ ରହିଥିଲେ ମଧ୍ୟ ତାହା ଛିଣ୍ଡି ଯିବାରୁ ଟ୍ରଲରଟି ଭାସି ଭାସି ଆସି କୂଳରେ ଲାଗିଥିଲା। ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ କ୍ୟାମ୍ପରେ ରଖାଯାଇଛି। ଆଉ ଇଏ ହେଉଛି କୃଷ୍ଣପ୍ରସାଦ ଫେରିଘାଟର ଦୃଶ୍ୟ। ଜହ୍ନିକୁଦାରୁ ସାତପଡା ଯିବାକୁ ଏକମାତ୍ର ବାଟ ୫କିମିର ଜଳପଥରେ ଯାତାୟାତ ସମ୍ପୁର୍ଣ୍ଣ ଠପ୍ । ବାତ୍ୟାକୁ ଦେଖି ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକାରେ ଡଙ୍ଗା ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ଭସାପୋଲ ସେବା ମଧ୍ୟ ବନ୍ଦ ରଖାଯାଇଛି । ଫଳରେ ଚିଲିକା ପାରି ହେବା ପାଇଁ ଶତାଧିକ ଯାତ୍ରୀ ଅଟକି ରହିଥିବା ଦେଖିବାକୁ ମିଳିଛି।...
ଏପଟେ ବାରଣ ସତ୍ତ୍ବେ ବି କିଛି ଅମାନିଆ ପର୍ଯ୍ୟଟକ ସମୁଦ୍ର କୂଳରେ ଭିଡ଼ କରୁଥିବା ଦେଖିବାକୁ ମିଳିଛି। ଏପରିକି ଜଣେ ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ନଯିବା ପାଇଁ ବାରଣ କରିବାରୁ ଜଣେ ଲାଇଫଗାର୍ଡକୁ ଜଣେ ଯୁବତୀ ଆକ୍ରମଣ କରିଛନ୍ତି । ଆଉ ଏପଟେ ଗୋପାଳପୁର ବେଳାଭୂମିରେ ବି ସମାନ ଦୃଶ୍ୟ ସାମନାକୁ ଆସିଥିଲା। ବିପଦ ଜାଣି ବି, ଆଗରୁ ବୁକିଂ କରି ଆସିଥିବା କିଛି ବାହାର ରାଜ୍ୟର ପର୍ଯ୍ୟଟକ ବେଳାଭୂମି ବୁଲିବାର ମୋହ ଛାଡ଼ି ପାରିନାହାନ୍ତି।
Hurricane Melissa: ୧୮୫୧ ପରେ ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ, ତାଣ୍ଡବ ରଚିବ ‘ମେଲିସା’, ଛାରଖାର କରିବ ଏକାଧିକ ଦେଶ

Woman Tourist Attacks: ଜୀବନ ବଞ୍ଚାଇବାରୁ ଲାଇଫଗାର୍ଡଙ୍କୁ ଚପଲରେ ମାଡ଼ , ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର

Montha: ବାତ୍ୟା ପାଇଁ ଭୂସ୍ଖଳନ ଡର, କଳିଙ୍ଗା ଘାଟି ରୋଡ ସିଲ୍

Odisha on High Alert: ଗର୍ଜୁଛି ସମୁଦ୍ର, ମାଡି ଆସୁଛି ଭୀଷଣ ବାତ୍ୟା...ଆଉ ମାତ୍ର କେଇ ଘଣ୍ଟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)