Advertisment

Odisha on High Alert: ଗର୍ଜୁଛି ସମୁଦ୍ର, ମାଡି ଆସୁଛି ଭୀଷଣ ବାତ୍ୟା...ଆଉ ମାତ୍ର କେଇ ଘଣ୍ଟା

ବଙ୍ଗୋପସାଗରରୁ ବଳ ଗୋଟାଇ ଆନ୍ଧ୍ରମୁହାଁ ହୋଇଛି ଭୀଷଣ ବାତ୍ୟା । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବଢୁଛି ଆଗକୁ । ସାଇକ୍ଲୋନ୍ ମୋନ୍ଥା ସ୍ଥଳଭାଗ ମୁହାଁ ହେବା ସହ କାକିନାଡାରେ ଦେଖାଇଲାଣି ଭୀଷଣ ପ୍ରଭାବ । ସମୁଦ୍ରର ଘୁ ଘୁ ଗର୍ଜନ ସାଙ୍ଗକୁ କାକିନାଡା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ କାଚୁଛି ପ୍ରବଳ ବର୍ଷା ।

author-image
Manas Ranjan Mohanty
Cyclone-Montha-Countdown

Cyclone-Montha-Countdown Photograph: (OTV)

ଗର୍ଜୁଛି ସମୁଦ୍ର, ମାଡି ଆସୁଛି ଭୀଷଣ ବାତ୍ୟା  । ଆଉ ମାତ୍ର କେଇ ଘଣ୍ଟା... ମାଡ଼ ହେବ ସିଭିୟର ସାଇକ୍ଲୋନ ମୋନ୍ଥା । ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍, ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ସହ କାକିନାଡା ପାଖରେ ହିଟ୍ କରିବ... ଆଉ ଓଡିଶାରେ ଛାଡିବ ପ୍ରଭାବ ।

Advertisment

ବଙ୍ଗୋପସାଗରରୁ ବଳ ଗୋଟାଇ ଆନ୍ଧ୍ରମୁହାଁ ହୋଇଛି ଭୀଷଣ ବାତ୍ୟା । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବଢୁଛି ଆଗକୁ । ସାଇକ୍ଲୋନ୍ ମୋନ୍ଥା ସ୍ଥଳଭାଗ ମୁହାଁ ହେବା ସହ କାକିନାଡାରେ ଦେଖାଇଲାଣି ଭୀଷଣ ପ୍ରଭାବ । ସମୁଦ୍ରର ଘୁ ଘୁ ଗର୍ଜନ ସାଙ୍ଗକୁ କାକିନାଡା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ କାଚୁଛି ପ୍ରବଳ ବର୍ଷା । 

ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ଭୀଷଣ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରର ମଚ୍ଛଲିପଟନମରୁ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ । ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ । 

ଓଡ଼ିଶାରେ ପହଞ୍ଚିଲା ବେଳେ ବାତ୍ୟା ଦୁର୍ବଳ ହୋଇଯାଇଥିବ ବୋଲି କହିଛନ୍ତି ଆଇଏମଡି ଡିଜି । ବାତ୍ୟା ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ । ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିପାରେ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।

Advertisment

 ସେପଟେ ବାତ୍ୟା ମୋନ୍ଥା ପାଇଁ ରେଡ୍ ଆଲର୍ଟରେ ଦକ୍ଷିଣ ଓଡ଼ିଶା । ବାତ୍ୟା ମୁକାବିଲା ପାଇଁ ସଜାଗ ଜିଲ୍ଲା ପ୍ରଶାସନ । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଚାଲିଛି । ଗ୍ରାଉଣ୍ଡରେ ମୁତୟନ ରହିଛନ୍ତି ୧୪୦ଟି ଟିମ୍ । ସରକାର ଜିରୋ କାଜୁଆଲିଟି ମିଶନରେ କାମ କରୁଛନ୍ତି । ଏହାସହ ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗ । ରାଜଧାନୀ ଭୁବନେଶ୍ବର ସହ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେଉଛି। ତେବେବାତ୍ୟା ମୋନ୍ଥାକୁ ନେଇ ଭୟଭୀତ ନହେବା ଓ ଗୁଜବକୁ ବିଶ୍ବାସ ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସରକାର ।  

Advertisment
Related Articles
Advertisment