Advertisment

Montha: ବାତ୍ୟା ପାଇଁ ଭୂସ୍ଖଳନ ଡର, କଳିଙ୍ଗା ଘାଟି ରୋଡ ସିଲ୍

ମୋନ୍ଥା ଉଗ୍ର ରୂପ ନେବାକୁ ଯାଉଛି । ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି। ବାତ୍ୟା ପାଇଁ ଭୂସ୍ଖଳନ ଡର ଟିକେ ଅଧିକ ।  ଅତ୍ୟଧିକ ବର୍ଷା ହେଉଥିବାରୁ ପାହଡ ଉପରୁ ବଡ ବଡ ପଥର ,ମାଟି ଅତଡା ଖସିବାର ଡର ରହୁଛି

author-image
Manas Ranjan Mohanty
KALINGA-GHATI-ROAD-SEAL-BHANJAGAR

KALINGA-GHATI-ROAD-SEAL-BHANJAGAR Photograph: (OTV)

ମୋନ୍ଥା ଉଗ୍ର ରୂପ ନେବାକୁ ଯାଉଛି । ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି। ବାତ୍ୟା ପାଇଁ ଭୂସ୍ଖଳନ ଡର ଟିକେ ଅଧିକ ।  ଅତ୍ୟଧିକ ବର୍ଷା ହେଉଥିବାରୁ ପାହଡ ଉପରୁ ବଡ ବଡ ପଥର ,ମାଟି ଅତଡା ଖସିବାର ଡର ରହୁଛି ତେଣୁ  ଘାଟି ଥିବା ଅଞ୍ଚଳକୁ  ସିଲ କରାଯାଉଛି ।  କଳିଙ୍ଗା ଘାଟି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଦୀର୍ଘ ୪୦ ଦିନରୁ ଅଧିକ ହେବ ଭୂସ୍ଖଳନ ପାଇଁ ଅବସ୍ଥା ସୁଧୁରିବାରେ ନାଁ ନେଉନି ଏହି ଘାଟି । ଭୂସ୍କଖଳନ ପରେ ଏବେ  ବର୍ଷା ଯୋଗୁଁ ଅତି ଭୟଙ୍କର ସ୍ଥିତି ଉପୁଜିଛି । 

Advertisment



ବାତ୍ୟା ମୋନ୍ଥାର ପ୍ରଭାବ ଗଞ୍ଜାମ ଭଞ୍ଜନଗର ଉପଖଣ୍ଡରେ ଦେଖିବାକୁ ମିଳିଛି। ଭଞ୍ଜନଗରରେ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ରେଡ ଆଲର୍ଟ ଜାରି କରାଯାଇଥିବା ଏହି ଅଞ୍ଚଳରେ ଲୋକମାନେ ଭୟାକୂଳ ପରିବେଶରେ ଅଛନ୍ତିା କେତେବେଳେ କେଉଁ ପରିସ୍ଥିତି ଆସିବ ସେଥିପାଇଁ ସମସ୍ତେ ଅନିଶ୍ଚତତା ଘେରରେ । ଲଗାତାର ବର୍ଷା ହେଉଥିବାରୁ ଡ଼ହ ଓ ଭଞ୍ଜନଗର ଜଳଭଣ୍ଡାରରେ ୯୫ ପ୍ରତିଶତ ଜଳ ଭର୍ତ୍ତି ହୋଇ ରହିଛି। ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି ଜଳ ଭଣ୍ଡାରର ଗୋଟିଏ ଗେଟ୍ ଖୋଲା ଯାଇଛି। ୮୦୦ କ୍ୟୁସେକ ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖିଛି ଜଳ ସମ୍ପଦ ବିଭାଗ।

Advertisment