Advertisment

Hurricane Melissa: ୧୮୫୧ ପରେ ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ, ତାଣ୍ଡବ ରଚିବ ‘ମେଲିସା’, ଛାରଖାର କରିବ ଏକାଧିକ ଦେଶ

ଭୟଙ୍କର ସାମୁଦ୍ରିକ ଝଡ ‘ମେଲିସା’ ମଙ୍ଗଳବାର ଲ୍ୟାଣ୍ଡଫଲ କରିପାରେ। ଜାମାଇକା, କ୍ୟୁବା, ବାହାମାସ୍, ବରମୁଡା, ହାଇତି, ଆମେରିକା ଏବଂ ଡୋମିନିକାନକୁ ପ୍ରଭାବିତ କରିବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Hurricane Melissa

Hurricane Melissa Photograph: (OTV)

ଉତ୍ତର ଆମେରିକା ମହାଦେଶରେ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢୁଛି ହରିକେନ ବା ସାମୁଦ୍ରିକ ଝଡ ମେଲିସା। ଏହି ସାମୁଦ୍ରିକ ଝଡ ମଙ୍ଗଳବାର ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ପ୍ରଭାବ ଦେଖାଯାଉଛି। ଏହା ଏବେ ବି ଉପକୂଳଠାରୁ ବହୁତ ଦୂରରେ ଅଛି, କିନ୍ତୁ ଏହାର ପ୍ରଭାବ ଦେଖାଯାଉଛି। ମୁଷଳ ଧାରାରେ ବର୍ଷା ସହ ଜୋର୍ ପବନ ହୋଇ ବହୁ କ୍ଷତି କରୁଛି। ଗଛ ଉପୁଡି ପଡ଼ିବା, ଭୂସ୍ଖଳନ ଏବଂ ବିଦ୍ୟୁତ୍ ତାର ଭାଙ୍ଗି ପଡ଼ିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କାରିବିଆନ୍ ସମୁଦ୍ର କୂଳରେ ଥିବା ଜାମାଇକାରେ ଗମ୍ଭୀର ବିପଦ ସୃଷ୍ଟି କରୁଛି। ଏହି ସାମୁଦ୍ରିକ ଝଡ ମେଲିସାକୁ ୫ମ କାଟାଗୋରୀରେ ବର୍ଗୀକୃତ କରାଯାଇଛି। ଏହା ଏବେ ବି ଉପକୂଳଠାରୁ ବହୁତ ଦୂରରେ ଅଛି। ତଥାପି, ଏହା ଯୋଗୁଁ ପାଗରେ ପରିବର୍ତ୍ତନ ଦେଖାଦେଇଛି। 

Advertisment

ଏହି ଝଡ଼ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସକ୍ରିୟ ରହିବ ଏବଂ ଜାମାଇକା, କ୍ୟୁବା, ବାହାମାସ୍, ବରମୁଡା, ହାଇତି, ଆମେରିକା ଏବଂ ଡୋମିନିକାନକୁ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଛି। ଏହା କାରିବିଆନ୍ ସମୁଦ୍ର କୂଳରେ ଥିବା ଦେଶଗୁଡିକୁ ଧ୍ବଂସ କରିବ ବୋଲି ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ୯୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତଥାପି, ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପକୁ ବିପଦ ଘେରି ରହିଛି।

ଆମେରିକାର ପାଣିପାଗ ଟ୍ରାକରଙ୍କ ଅନୁଯାୟୀ, ମେଲିସା ଏବେ ବି ଘଣ୍ଟା ୩.୬ କିଲୋମିଟର (୨ ମାଇଲ ପ୍ରତି ଘଣ୍ଟା) ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ମଙ୍ଗଳବାର ସକାଳେ ଯେ କୌଣସି ସମୟରେ ଜାମାଇକାର ଦକ୍ଷିଣ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୭୫ ମାଇଲ ବା ୨୯୦ କିମି ଯାଏଁ ରହିବ। ଏହା ସମୁଦ୍ରରୁ ଶକ୍ତି ସଂଗ୍ରହ କରି ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। 

Advertisment

ଜାମାଇକାର କିଙ୍ଗଷ୍ଟନରୁ ପ୍ରାୟ ୨୪୦ କିଲୋମିଟର (୧୫୦ ମାଇଲ) ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି, ଏବଂ ଘଣ୍ଟା ପ୍ରତି ୨୮୧ କିଲୋମିଟର (୧୭୫ ମାଇଲ ପ୍ରତି ଘଣ୍ଟା) ବେଗରେ ପବନ ବହୁଛି। ମେଲିସାର ତାଣ୍ଡବରେ ହାଇତି ଏବଂ ଜାମାଇକାରେ ତିନି ଜଣ ଏବଂ ଡୋମିନିକାନ୍ ରିପବ୍ଲିକରେ ଜଣେ ପ୍ରାଣ ହରାଇଛନ୍ତି।
୧୮୫୧ ମସିହା ପରଠାରୁ ଜାମାଇକାରେ ଏହା ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ ବୋଲି କୁହାଯାଉଛି। ୨୦୨୫ରେ ସାରା ବିଶ୍ବରେ ହୋଇଥିବା ସାମୁଦ୍ରିକ ଝଡ ମଧ୍ୟରେ ଏହା ସବୁଠାରୁ ଭୟଙ୍କର। ଏହା ଆଟଲାଣ୍ଟିକ ମହାସାଗରରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ମଧ୍ୟରୁ ଗୋଟିଏ। ୧୭୪ ବର୍ଷର ରେକର୍ଡ ମଧ୍ୟରେ ଜାମାଇକାରେ ବର୍ଗ ୪ କିମ୍ବା ତା’ଠାରୁ ଅଧିକ ଶକ୍ତିଶାଳୀ ବାତ୍ୟା ସ୍ଥଳଭାଗ ଛୁଇଁ ନାହିଁ। ୧୯୮୮ ମସିହାରେ ଯେତେବେଳେ ହରିକେନ୍ ଗିଲବର୍ଟ ଏଠାରେ ଲ୍ୟାଣ୍ଡଫଲ କରିଥିଲା ସେତେବେଳେ ଏହା ବର୍ଗ ୩ ବାତ୍ୟା ଥିଲା।

Hurricane
Advertisment
Related Articles
Advertisment