Advertisment

Woman Tourist Attacks: ଜୀବନ ବଞ୍ଚାଇବାରୁ ଲାଇଫଗାର୍ଡଙ୍କୁ ଚପଲରେ ମାଡ଼ , ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର

ବାତ୍ୟା ସତର୍କତା ବେଳେ ଚପଲ ମାଡ଼ । ଲାଇଫଗାର୍ଡଙ୍କୁ ପାଦରୁ ଚପଲ କାଢ଼ି ପିଟିଲେ ମହିଳା । ପୁରୀ ସମୁଦ୍ର କୂଳରେ ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର । ଶ୍ରୀକ୍ଷେତ୍ରକୁ ଆସିଥିବା ପର୍ଯ୍ୟଟକ ଦମ୍ପତି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ

author-image
Manas Ranjan Mohanty
Puri-LifeGuard-Attck

Puri-LifeGuard-Attck Photograph: (OTV)

ବାତ୍ୟା ସତର୍କତା ବେଳେ ଚପଲ ମାଡ଼ । ଲାଇଫଗାର୍ଡଙ୍କୁ ପାଦରୁ ଚପଲ କାଢ଼ି ପିଟିଲେ ମହିଳା । ପୁରୀ ସମୁଦ୍ର କୂଳରେ ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର । ଏ ଭିଜୁଆଲକୁ ଟିକେ ନଜର ପକାନ୍ତୁ

Advertisment

କିଭଳି ହାତରେ ଚପଲ ଧରି ମହିଳା ଜଣକ ଲାଇଫଗାର୍ଡଙ୍କୁ ବାଡ଼ାଇବାକୁ ଗୋଡ଼ାଇ ଯାଉଛନ୍ତି । ଆଉ ମହିଳା ପର୍ଯ୍ୟଟକଙ୍କ ସହ ଥିବା ତାଙ୍କ ସ୍ବାମୀ ବି ଲାଇଫଗାର୍ଡଙ୍କୁ ଗାଳି ବି କରୁଛନ୍ତି । ଆଉ ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ବି ଯାଉଛି । 

ପୁରୀ ବେଳାଭୂମିର ୪ ନମ୍ବର ସେକ୍ଟର । ଶ୍ରୀକ୍ଷେତ୍ରକୁ ଆସିଥିବା ପର୍ଯ୍ୟଟକ ଦମ୍ପତି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେହି ସମୟରେ ଲାଇଫଗାର୍ଡ ଜମ୍ବେଶ୍ବର ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରିଥିଲେ । ଫଳରେ ଲାଇଫଗାର୍ଡ ଓ ମହିଳା ପର୍ଯ୍ୟଟକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତୁତୁ ମେଁ ମେଁ । ପରେ ମହିଳା ପର୍ଯ୍ୟଟକ ଜଣକ ଲାଇଫଗାର୍ଡଙ୍କୁ ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଧ୍ୟ ପର୍ଯ୍ୟଟକ ମାନଙ୍କୁ ବେଳାଭୂମିରୁ ଘଉଡ଼ାଇଛି । ପୁରୀ ସମୁଦ୍ର କୂଳକୁ ଶୂନଶାନ କରିବାକୁ ପ୍ରଶାସନ ଲାଗି ପଡ଼ିଛି ।

Advertisment

ପ୍ରତିଟି ଜୀବନକୁ ମୂଲ୍ୟବାନ ଭାବି ସରକାର ସମୁଦ୍ରକୁ ନଯିବାକୁ ଲୋକଙ୍କୁ ବାରଣ କରିଛନ୍ତି । ବିଶେଷ କରି ସମୁଦ୍ର ସ୍ନାନ ଉପରେ କଡ଼ା କଟକଣା ଲାଗିଛି । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଥିବାବେଳେ ଏପରି ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି । ଆଉ ଉଭୟ ପର୍ଯ୍ୟଟକ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Advertisment