Advertisment

Tusker Tramples Two to Death: ଦଳି ଦେଲା ଦନ୍ତା; ଜଣେ ମହିଳା ସମେତ ୨ ମୃତ

ଦିଗପହଣ୍ଡି ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା। ଜଣେ ମହିଳା ସମେତ ୨ ଜଣଙ୍କ ମୃତ୍ୟୁ ସୂଚନା। ହାତୀ ଘଉଡାଇବାକୁ ଭୀଷ୍ମଗିରି ଫରେଷ୍ଟ ଟିମ୍ ର ଉଦ୍ୟମ।

author-image
Chinmayee Sahoo
Tusker Tramples Two to Death

Tusker Tramples Two to Death Photograph: (OTV)

୨ ଲୋକଙ୍କୁ ଦଳି ଦେଲା ଦନ୍ତା। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା। ଜଣେ ମହିଳା ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବା ତୋଳିବାକୁ ବାରିକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ। 

Advertisment

ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇପଡିଥିବା ଆହତ ବ୍ୟକ୍ତି ଜଣଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ହାତୀ ଘଉଡାଇବାକୁ ଭୀଷ୍ମଗିରି ଫରେଷ୍ଟ ଟିମର ଉଦ୍ୟମ ଜାରି ରହିଛି।

Ganjam
Advertisment
Related Articles
Advertisment