Advertisment

Trump Raises Global Tariff: ଟ୍ରମ୍ପଙ୍କୁ ଛାଡ଼ୁନି ଟାରିଫ୍ ଭୂତ, ଆହୁରି ବଢାଇଦେଲେ

ପୁଣି ଟାରିଫ୍ ବଢାଇଲେ ଡୋନାଲ୍ଡ ଟ୍ରମ୍ପ୍। ଗ୍ଲୋବାଲ୍ ଟାରିଫରେ ୫% ବୃଦ୍ଧି। ୧୦% ରୁ ୧୫% କୁ ବଢିଲା ଗ୍ଲୋବାଲ୍ ଟାରିଫ୍। ବିଦେଶ ସାମଗ୍ରୀ ଉପରେ ଲାଗିବ ୧୫% ଟାରିଫ୍।

author-image
Chinmayee Sahoo
Donald Trump

Donald Trump Photograph: (OTV)

ଆମେରିକା ସୁପ୍ରିମକୋର୍ଟଙ୍କ ଝଟକା ପରେ ଟ୍ରମ୍ପଙ୍କୁ ଛାଡ଼ୁନି ଟାରିଫ୍ ଭୂତ। ପୁଣି ଶୁଳ୍କ ବଢାଇଲେ ଡୋନାଲ୍ଡ ଟ୍ରମ୍ପ୍। ଗ୍ଲୋବାଲ୍ ଟାରିଫରେ ୫ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି। ବିଦେଶ ସାମଗ୍ରୀ ଉପରେ ପୂର୍ବରୁ ୧୦ ପ୍ରତିଶତ ରହିଥିବା ଟାରିଫ୍ ଏବେ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। 

Advertisment

ପୁରୁଣା ଟାରିଫ୍ ନିୟମକୁ ଆମେରିକା ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ତୁରନ୍ତ ୧୦ ପ୍ରତିଶତ ଗ୍ଲୋବାଲ୍ ଟାରିଫ୍ ଲଗାଇଥିଲେ ଟ୍ରମ୍ପ। ଏବେ ସବୁଦେଶ ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗୁ ହେବ । ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆମେରିକା ବିରୋଧୀ। 

ଏବେ ୧୫ ପ୍ରତିଶତ ଗ୍ଲୋବାଲ୍ ଟାରିଫ୍ ଆଇନ ଅନୁଯାୟୀ ଅନୁମତିପ୍ରାପ୍ତ। ଏହାକୁ ଅସ୍ଥାୟୀ ଭାବେ ଲାଗୁ କରଯାଇଛି। ଆଗକୁ ନୂଆ ଓ ଆଇନଗତ ଟାରିଫ୍ ନିର୍ଦ୍ଦାରଣ ହେବ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି।

Advertisment

Tariff Donald Trump
Advertisment
Related Articles
Advertisment