/odishatv-khabar/media/media_files/2026/02/22/t20-world-cup-super-8-2026-02-22-09-48-53.jpg)
T20 World Cup Super-8 Photograph: (OTV)
ଟି-୨୦ ବିଶ୍ବକପ୍ ସୁପର-୮ରେ ଆଜି ଭାରତର-ଦକ୍ଷିଣ ଆଫ୍ରିକା ଟକ୍କର। ଅହମ୍ମଦାବରେ ରାତି ୭ଟାରେ ହାଇଭୋଲଟେଜ୍ ମ୍ୟାଚ୍ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଜିତି ସୁପର-୮କୁ ପ୍ରବେଶ କରିଛନ୍ତି। ଏଣୁ ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ବ୍ୟାଟିଂର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ଅଭିଷେକଙ୍କ ଖରାପ୍ ଫର୍ମ। ଗତ ୩ଟି ମ୍ୟାଚରେ ସେ ଭଲ ଖେଳି ନାହାନ୍ତି। ତାସତ୍ତ୍ବେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରନ୍ତି ସୂର୍ଯ୍ୟକୁମାର।
ଗତକାଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଢେର ସମୟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚକୁ ଅନୁଧ୍ୟାନ କରିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଓପନର୍ ତଥା ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’କକ୍ ଙ୍କୁ ଅସ୍ତ୍ର କରିବ ବୋଲି ସଙ୍କେତ ଦେଇଛି।
ଦୁଇ ଦଳ ଗତ ଦୁଇ ମାସ ମଧ୍ୟରେ ପରସ୍ପରକୁ ଷଷ୍ଠ ଥର ପାଇଁ ଭେଟିବାକୁ ଯାଉଛନ୍ତି। ସେହିପରି ଗତ ସଂସ୍କରଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ରୋମାଞ୍ଚକର ଲଢ଼େଇରେ ହରାଇଥିଲା ଟିମ୍ ଇଣ୍ଡିଆ। ଏଥର ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା।
Daily Horoscope 22nd February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 22nd February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Odisha Weather Set to Change: ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, କାଲିଠୁ ପ୍ରବଳ ବର୍ଷା

Accident: ମର୍ମନ୍ତୁଦ ଦୁର୍ଘଟଣା; ୫ ପୋଲିସ କର୍ମଚାରୀ ମୃତ, ଏକାଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)