Advertisment

Top Maoist Leader Killed: ବଡ ଏନକାଉଣ୍ଟର: ଟଳିଲା ଟପ୍ ମାଓ ନେତା ଗଣେଶ

କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ। ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Encounter

Encounter Photograph: (OTV)

କନ୍ଧମାଳ ଜିଲ୍ଲାରେ ବଡ ମାଓ ବିରୋଧୀ ଅପରେସନ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଥିବା ସୂଚନା ମଳିଛି। ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ମାଓ କାର୍ଯ୍ୟକଳାପର ନେତୃତ୍ବ ନେଉଥିଲା। 

Advertisment

ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ପକ୍ଷରୁ ଏହି ମିଳିତ ଏନ୍‌କାଉଣ୍ଟର କରାଯାଇଛି। ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ୨ଟି ଇନସାସ୍‌ ରାଇଫଲ୍ ସହ ଗୋଟିଏ ୩୦୩ ରାଇଫଲ୍ ଜବତ କରାଯାଇଛି।

•    ଟଳିଲା ଟପ୍ ମାଓନେତା ଗଣେଶ
•    କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
•    ଟପ୍ ମାଓନେତା ଗଣେଶ ସମେତ ୪ ନିହତ
•    ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଉଇକେ ନିହତ
•    ୬୯ ବର୍ଷୀୟ ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷ ପୁରସ୍କାର 
•    ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ବଡ଼ ସଫଳତା
•    SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ମିଳିତ ଏନକାଉଣ୍ଟର
•    ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା 
•    ୨ଟି ଇନସାସ୍, ଗୋଟିଏ ୩୦୩ ରାଇଫଲ୍ ଜବତ

Advertisment

ଗଣେଶ କିଏ?

•    ମାଓ ସେଣ୍ଟ୍ରାଲ କମିଟି ଟପ୍ କମାଣ୍ଡର ଗଣେଶ 
•    ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ନେତୃତ୍ବ ନେଉଥିଲା
•    ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରରେ ମାଓ ସଂଗଠନ ସମ୍ଭାଳୁଥିଲା 
•    ଲାଲବାହିନୀରେ ନୂତନ ନିଯୁକ୍ତି କରୁଥିଲା
•    ୩ ରାଜ୍ୟରେ ରକ୍ତର ହୋଲି ଖେଳିଛି 
•    ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଉଥିଲା 

Kandhamal Encounter
Advertisment
Related Articles
Advertisment