Advertisment

BJD Call Chandabali Bandh: ଚାନ୍ଦବାଲି ଲଜ୍ଜା! ବନ୍ଦ ଡାକରା ଦେଲା ବିଜେଡି

ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା କାଣ୍ଡ ଘଟଣାକୁ ନେଇ ତେଜିଛି ରାଜନୀତି । ଆଜି ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ବିଜେଡି ଓ କଂଗ୍ରେସ ।

author-image
Chinmayee Sahoo
Chandbali Rape and Murder Case

Chandbali Rape and Murder Case Photograph: (OTV)

ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା କାଣ୍ଡ ଘଟଣାକୁ ନେଇ ତେଜିଛି ରାଜନୀତି । ଆଜି ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ବିଜେଡି ଓ କଂଗ୍ରେସ । ଏଣେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେପଟ ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ। ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ପୂର୍ବାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। 

Advertisment

ଏପଟେ ଗତକାଲି ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟାଗ ସଦସ୍ୟ। ପରିବାର ଲୋକଙ୍କୁ ଭେଟିବା ସହ ଚାନ୍ଦବାଲି ଥାନା ପରିଦର୍ଶନ କରିଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ l ଏସପି ଓ ଥାନା ଅଧିକାରୀଙ୍କ ସହ ଦୁଷ୍କର୍ମ ଓ ହତ୍ୟା ନେଇ ଆଲୋଚନା କରିଥିଲେ । 

ଚାନ୍ଦବାଲି ଲଜ୍ଜାର ତଦନ୍ତ
ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା
ଅଭିଯୁକ୍ତକୁ ଗିରଫ ପରେ ଚାଲିଛି ତନାଘନା
ପୀଡ଼ିତାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା 
ଚାନ୍ଦବାଲିରେ ରାଜ୍ୟ ଶିଶୁ ସୁରକ୍ଷା ଆୟାଗ ସଦସ୍ୟାଙ୍କ ଅନୁଧ୍ୟାନ 
ଚାନ୍ଦବାଲି ପୀଡ଼ିତାଙ୍କ ପରିବାରକୁ ଯାଇ ଭେଟିଲେ ଆୟାଗ ସଦସ୍ୟା
ଆଜି ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ବିଜେଡି ଓ କଂଗ୍ରେସ

Advertisment
Rape And Murder Congress BJD Chandabali
Advertisment
Related Articles
Advertisment