Advertisment

Karnataka Bus Accident: ଜଳିଗଲା ବସ୍, ଅନେକ ଯାତ୍ରୀ ଜୀବନ୍ତ ଦଗ୍ଧ, ଏକାଧିକ ଗୁରୁତର

ବେଙ୍ଗାଲୁରୁ-ଶିବମୋଗା ୪୮ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ସ୍ଲିପର ବସ୍ ସହ ଟ୍ରକର ଦୁର୍ଘଟଣା ଘଟିଛି। ଏହା ପରେ ବସ୍‌ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

author-image
Chinmayee Sahoo
Bus Accident

Bus Accident Photograph: (OTV)

ଜଳିଗଲା ବସ୍, ୯ ଜୀବନ୍ତ ଦଗ୍ଧ ସହ ୧୦ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଚିତ୍ରାଦୁର୍ଗ ଜିଲ୍ଲାରେ । ବେଙ୍ଗାଲୁରୁ-ଶିବମୋଗା ୪୮ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ଏଭଳି ଦୁର୍ଘଟଣା। ଏକ ସ୍ଲିପର ବସ୍ ସହ ଟ୍ରକର ଦୁର୍ଘଟଣା ପରେ ଏଭଳି ଅଘଟଣ ହୋଇଛି ।

Advertisment

ଭାରସାମ୍ୟ ହରାଇ ଟ୍ରକଟି ଡିଭାଇଡର ଡେଇଁ ବସ୍ ସହ ଧକ୍କା ହୋଇଛି । ବସର ଇନ୍ଧନ ଟାଙ୍କିରେ ମାଡ ହୋଇ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ବସରେ ଥିବା କିଛି ଯାତ୍ରୀ କୌଣସି ମତେ ବାହାରି ଆସିଥିବା ବେଳେ ୯ ଜଣ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଥିବା ବେଳେ ଓ ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଟ୍ରକ ଡ୍ରାଇଭର । ବସରେ ସମୁଦାୟ ୩୨ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ରଦୁର୍ଗ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Advertisment

ଦୁର୍ଘଟଣାର ଖବରରେ ମର୍ମାହତ ହୋଇ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

•    କର୍ଣ୍ଣାଟକରେ ଜଳିଗଲା ବସ୍: ୧୦ ମୃତ
•    ଦୁର୍ଘଟଣା ପରେ କର୍ଣ୍ଣାଟକ ଚିତ୍ରଦୁର୍ଗରେ ଜଳିଗଲା ବସ୍
•    ଟ୍ରକ୍ ସହ ଧକ୍କା ହେବା ପରେ ଜଳିଗଲା ଘରୋଇ ବସ୍ 
•    ବେଙ୍ଗାଲୁରୁରୁ ଶିବମୋଗା ଯିବାବେଳେ ଏନ୍ଏଚ୍-୪୮ରେ ଦୁର୍ଘଟଣା
•    ଏକାଧିକ ଯାତ୍ରୀ ଗୁରୁତର, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

Bus Accident Karnataka
Advertisment
Related Articles
Advertisment