/odishatv-khabar/media/media_files/2025/12/01/anata-jena-2025-12-01-20-30-00.jpg)
anata jena Photograph: (OTV)
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସୁପ୍ରିମ ଝଟକା । ଅନନ୍ତଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି | ତାଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ନେଇ ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି।
ବିଧାୟକ ଅନନ୍ତ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର ପ୍ରସ୍ତାବକ ଗୋରାଚନ୍ଦ୍ର ମଙ୍ଗରାଜ ଦୁଇଟି ପୃଥକ ନିର୍ବାଚନ ମାମଲା ହାଇକୋର୍ଟରେ ଦାଖଲ କରିଥିଲେ । ସେହି ଦୁଇଟି ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବା ପାଇଁ ଅନନ୍ତ ଜେନା ହାଇକୋର୍ଟରେ ଦୁଇଟି ଅନ୍ତରୀଣ ଦରଖାସ୍ତ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରି ମୂଳ ନିର୍ବାଚନ ମାମଲା ଶୁଣାଣି ନିମନ୍ତେ ଆଦେଶ ଦେଇଥିଲେ
ଓଡିଶା ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ଚାଲେଞ୍ଜ କରି ବିଧାୟକ ଅନନ୍ତ ଜେନା ସୁପ୍ରିମକୋର୍ଟରେ ଦୁଇଟି ଆବେଦନ SLP କରିଥିଲେ । ଆଜି ସୁପ୍ରିମ କୋର୍ଟ ଉକ୍ତ ମାମଲାର ବିଚାର କରି ଓଡିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ବିଧାୟକ ଅନନ୍ତ ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ବିଧାୟକ ଶ୍ରୀ ଜେନାଙ୍କ ବିରୁଦ୍ଧରେ କରାଯାଇଥିବା ମୂଳ ନିର୍ବାଚନ ମାମଲା ଦୁଇଟିର ବିଚାର ଓଡିଶା ହାଇକୋର୍ଟରେ ଚାଲିବ ।
ଅନନ୍ତଙ୍କ ଜେନାଙ୍କୁ ସୁପ୍ରିମ୍ ଝଟକା
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସୁପ୍ରିମ୍ ଝଟକା
ଅନନ୍ତ ଜେନାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବିନା ଶୁଣାଣିରେ ମାମଲା ଖାରଜ ପାଇଁ କରିଥିବା ଆବେଦନ ଖାରଜ
ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ କାଏମ
ଅନନ୍ତଙ୍କ ବିରୋଧରେ ମାମଲା କରିଛନ୍ତି ଜଗନ୍ନାଥ ପ୍ରଧାନ ଓ ଗୋରାଚନ୍ଦ୍ର ମଙ୍ଗରାଜ
OCA Awards 2025: ଓସିଏ ଆୱାର୍ଡ-୨୦୨୫ର ରାଜନୀତି କ୍ଷେତ୍ରରେ ସୋଫିଆ-ଈରାଶିଷ ଯୁଗ୍ମ ବିଜେତା

Cobra Capital Of India: ମୃତ୍ୟୁ ଏଠି ପାଖରେ ବୁଲେ , ଜୀବନ କେତେ ବେଳେ ବି ଯାଇପାରେ !

From Rumors to Rings: ଚୁପଚାପ ବାହା ହୋଇଗଲେ ସାମନ୍ଥା , ଡିଭୋର୍ସର ୪ବର୍ଷ ପରେ ....

Panic at Panipat: ଟ୍ରେନ୍ ସହିତ ଘୋଷାଡି ହୋଇ ଚାଲିଯାଉଥିଲେ , ଫସିଯାଇଥିଲେ କୋଚ୍ ଏବଂ ପ୍ଲାଟଫର୍ମ ମଝିରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)