Advertisment

Panic at Panipat: ଟ୍ରେନ୍ ସହିତ ଘୋଷାଡି ହୋଇ ଚାଲିଯାଉଥିଲେ , ଫସିଯାଇଥିଲେ କୋଚ୍ ଏବଂ ପ୍ଲାଟଫର୍ମ ମଝିରେ

ହରିୟାଣାର ପାନିପତ ରେଳ ଷ୍ଟେସନରେ ଅପରାହ୍ନ ସମୟ ପୂରା ସ୍ୱାଭାବିକ ଥିଲା। କିନ୍ତୁ କିଛି ମୁହୂର୍ତ୍ତ ମଧ୍ୟରେ ସେଠାରେ ଥିବା ଲୋକମାନେ ଏପରି ଏକ ଦୃଶ୍ୟ ଦେଖିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

author-image
Manas Ranjan Mohanty
Woman-Trapped-in-Platform

Woman-Trapped-in-Platform Photograph: (OTV)

ହରିୟାଣାର ପାନିପତ ରେଳ ଷ୍ଟେସନରେ ଅପରାହ୍ନ ସମୟ ପୂରା ସ୍ୱାଭାବିକ ଥିଲା। କିନ୍ତୁ କିଛି ମୁହୂର୍ତ୍ତ ମଧ୍ୟରେ ସେଠାରେ ଥିବା ଲୋକମାନେ ଏପରି ଏକ ଦୃଶ୍ୟ ଦେଖିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟ, କର୍ଣ୍ଣାଲରୁ ଦିଲ୍ଲୀ ଯାଉଥିବା ଟ୍ରେନ୍ ନମ୍ବର ୬୪୪୫୪, ପ୍ଲାଟଫର୍ମ ନମ୍ବର ୧ ରେ ପହଞ୍ଚିବା ମାତ୍ରେ ଯାତ୍ରୀମାନଙ୍କ ଭିଡ଼ ଲାଗିଗଲା। ଲୋକେ ଚଢ଼ିବା ଏବଂ ଓହ୍ଲାଇବା ଆରମ୍ଭ କରିଦେଲେ।

Advertisment

ଏହି ସମୟରେ, ପ୍ରାୟ ୪୫ ରୁ ୫୦ ବର୍ଷ ବୟସର ଜଣେ ମହିଳା, ଯିଏ ଏକା ଯାତ୍ରା କରୁଥିଲେ। ସେ ପ୍ରଥମେ ତାଙ୍କ ଜିନିଷ ଟ୍ରେନରେ ରଖିଥିଲେ ଆଉ ପରେ ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଟ୍ରେନଟି ହଠାତ୍ ଚାଲିବା ଆରମ୍ଭ କରିଦେଲା। ଫଳରେ ତାଙ୍କ ପାଦ ଖସିଗଲା ଏବଂ ସେ କୋଚ୍ ଏବଂ ପ୍ଲାଟଫର୍ମ ମଧ୍ୟରେ ଖୁବ ସାଂଘାତିକ ଭାବେ ଫସିଗଲେ।

ଠିକ୍ ସେହି ସମୟରେ ଜଣେ GRP କନଷ୍ଟେବଳ ତାଙ୍କ ପାଇଁ ଭଗବାନ ହୋଇ ପହଞ୍ଚିଗଲେ। ଏଭଳି ଏକ ଦୁର୍ଘଟଣା ସମୟରେ ସେଠାରେ ଡ୍ୟୁଟିରେ ଥିବା GRP କନଷ୍ଟେବଳ ଜଗରୂପ ସିଂହ ତାଙ୍କୁ ଦେଖିନେଲେ ଏବଂ ନିଜ ଜୀବନକୁ ପାଇ ଛଡାଇ ଆଉ ଗୋଟିଏ ବି ମୁହୂର୍ତ୍ତ ନଷ୍ଟ ନକରି, ମହିଳାଙ୍କ ପାଖକୁ ଦୌଡିଗଲେ। ତାଙ୍କୁ ଦୃଢ଼ ଭାବରେ ଧରି ସୁରକ୍ଷିତ ସ୍ଥାନକୁ ଟାଣି ଆଣିଲେ। ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ସାହସ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଲା।

Advertisment

ବର୍ତ୍ତମାନ ମହିଳା ଜଣକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର କୌଣସି ଆଘାତ ହୋଇ ନାହିଁ। ଘଟଣା ପରେ, ଟ୍ରେନକୁ ଅଟକାଇ ଦିଆଯାଇଥିଲା ଏବଂ ମହିଳାଙ୍କୁ ସୁରକ୍ଷିତ ଭାବରେ ସେହି ଟ୍ରେନରେ ବସାଇ ତାଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

Advertisment
Related Articles
Advertisment