/odishatv-khabar/media/media_files/2025/12/01/marriage-2025-12-01-16-56-23.jpg)
marriage Photograph: (OTV)
ସାମନ୍ଥା ପ୍ରଭୁ ଓ ରାଜ ନିଦିମୋରୁଙ୍କ ଡେଟିଂ ଖବର ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ଏବେ ଏହି ଯୋଡ଼ି ବିବାହ କରିସାରିଛନ୍ତି ଏବଂ ଫ୍ୟାନ୍ସମାନଙ୍କ ସହ ଏହି ଖବର ସେୟାର କରିଛନ୍ତି । ନିଜ ପୋଷ୍ଟରେ ସୁନ୍ଦର ବିବାହ ଫଟୋ ସେୟାର କରିଛନ୍ତି। ୨୦୨୪ ଠାରୁ ସାମନ୍ଥା ପ୍ରଭୁ ଓ ରାଜ ସମ୍ପର୍କରେ ଥିଲେ । ସୋମବାର ସକାଳେ ଅର୍ଥାତ୍ ୧ ଡିସେମ୍ବର ୨୦୨୫ରେ ଏହି ଯୋଡ଼ି ତାମିଲନାଡୁର କୋୟମ୍ବଟୁର ସ୍ଥିତ ଈଶା ଫାଉଣ୍ଡେସନର ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ କରିଛନ୍ତି । ବିବାହ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି, ଏଥିରେ ଫ୍ୟାନ୍ସ ଓ ସେଲିବ୍ରିଟିମାନେ ପ୍ରତିକ୍ରିୟା ଜଣାଉଛନ୍ତି।
ବଲିଉଡ ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀର ବିଶ୍ୱରେ ଯେତେବେଳେ ରାଜ୍ ଏବଂ ଡି.କେ ର ନାମ ଆସେ, ସେତେବେଳେ 'ଦ ଫ୍ୟାମିଲି ମ୍ୟାନ୍' ଏବଂ 'ଫର୍ଜି' ଭଳି ବ୍ଲକବଷ୍ଟର ସିରିଜ ଗୁଡିକ ମନକୁ ଆସେ । କିନ୍ତୁ ଏବେ ନିର୍ଦ୍ଦେଶକ ରାଜ୍ ନିଦିମୋରୁ ନିଜର କାମରୁ ଅଧିକ, ସାମନ୍ଥା ପ୍ରଭୁଙ୍କ ସ୍ବାମୀ ଭାବେ ଅଧିକ ଚର୍ଚ୍ଚାରେ ରହିବେ ।
ରାଜ୍ ନିଦିମୋରୁ କେବଳ ଟାଲେଣ୍ଟେଡ୍ ନୁହଁନ୍ତି, ବରଂ ବହୁତ ଧନୀ ମଧ୍ୟ। ରିପୋର୍ଟ୍ ଅନୁଯାୟୀ, ୨୦୨୫ରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୮୩-୮୫ କୋଟି ଟଙ୍କାର ପାଖାପାଖି ଥିଲା । 'ଦ ଫ୍ୟାମିଲି ମ୍ୟାନ୍', 'ଗୋ ଗୋଆ ଗନ୍' ଏବଂ 'ଫର୍ଜି' ଭଳି ହିଟ୍ ତାଙ୍କୁ ଇଣ୍ଡଷ୍ଟ୍ରୀର ମନି-ମେସିନ୍ ଡାୟରେକ୍ଟର୍ ଭାବେ ପରିଚିତ କରିଛି ।
ରାଜ୍ ମୁମ୍ବାଇରେ ଗୋଟିଏ ଲଗଜୁରୀ ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ସେ ମହଙ୍ଗା ଗାଡ଼ି ରଖିବାର ସଉକ ମଧ୍ୟ ରଖନ୍ତି । ତାଙ୍କ ଆୟର ଅଧିକାଂଶ ଭାଗ ଫିଲ୍ମ୍, ଓଟିଟି ପ୍ରୋଜେକ୍ଟ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଆସେ। କୁହାଯାଇପାରେ ଯେ ରାଜଙ୍କ ଜୀବନ ରିଲ୍ ଏବଂ ରିୟଲ୍ ଉଭୟରେ ସୁପରହିଟ୍ ଚାଲୁଛି । ରାଜଙ୍କ ଜନ୍ମ ୪ ଅଗଷ୍ଟ ୧୯୭୯ରେ ହୋଇଥିଲା, ସାମନ୍ଥାଙ୍କ ଜନ୍ମ ୨୮ ଏପ୍ରିଲ୍ ୧୯୮୭ରେ। ଅର୍ଥାତ୍ ଦୁହେଁ ମଧ୍ୟରେ ପ୍ରାୟ ୭-୮ ବର୍ଷର ବୟସର ବ୍ୟବଧାନ ଅଛି।
Shocking Neglect: ୨୦ ଘଣ୍ଟା ପଡ଼ିଛି ଶାଶୁ ଶବ, କଳି ଲାଗିଛନ୍ତି ନଣନ୍ଦ-ଭାଉଜ

WhatsApp Policy Change: ମୋବାଇଲ୍ରେ ସିମ୍ ନଥିଲେ ଚାଲିବନି WhatsApp, ଜାଣି ନିଅନ୍ତୁ

Disaster Strikes: ବୁଡିଗଲା ଗାଁ, ବୁଡି ଗଲା ଘର; ମିଳିଲାନି ସରକାରୀ ସହାୟତା

Tragedy at KIIT: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ତାଙ୍କ ଘର ଛତିଶଗଡ଼ରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)