Advertisment

Sejal’s Step Mother's Heartfelt Letter: ଆମେରିକାରୁ ସେଜଲଙ୍କ ପାଳିତା ମା’ଙ୍କ କୋହଭରା ଚିଠି

ଆମେରିକାରୁ ଜଣେ ମା’ର ତା’ ଝିଅ ପାଇଁ କୋହଭରା ଚିଠି। ଚିଠିଟି ସିନା ଇଂରାଜୀ ଥିଲା, ହେଲେ ସ୍ପଷ୍ଟ ଜଣା ପଡୁଥିଲା ସତେ ଯେମିତି ଗୋଟେ ଓଡ଼ିଆ ମା’ ଚିଠିରେ ଢାଳି ପକାଇଛି ସ୍ନେହ।

author-image
Chinmayee Sahoo
America-Mother-Letter

America-Mother-Letter Photograph: (OTV)

ସାମ୍ନାକୁ ଆସିଛି ସେଜଲଙ୍କ ପାଳିତା ମା ସୁସୀଙ୍କ ଚିଠି। ଯେଉଁଥିରେ ସେଜଲଙ୍କୁ ସେ କେତେ ଭଲ ପାଉଥିଲେ ତାହା ବାରି ହୋଇପଡୁଛି। ସେଜଲ ତାଙ୍କ ମା’ଙ୍କୁ ଛାଡି ଓଡିଶା ଚାଲିଆସିବା ପରେ ତାଙ୍କୁ ମା ଝୁରି ହେଉଛନ୍ତି ଆଉ ତାଙ୍କ ହୃଦୟ କଷ୍ଟ-ଯନ୍ତ୍ରଣାରେ ଜର୍ଜରିତ ହେଉଛି।

Advertisment

ତେବେ ସେଜଲ ତାଙ୍କ ମା’ଙ୍କ ନା’ରେ ମିଛ କହିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ସତ ହେଲେ ଝିଅର ମଙ୍ଗଳ କାମନା କରିଛନ୍ତି। ସବୁ ସମୟରେ ସେ ତାଙ୍କ ଝିଅ ସହ ରହିବେ ବୋଲି ମା ସୁସୀ ଚିଠିରେ ଲେଖିଛନ୍ତି।

ଏହି ଚିଠିଟି ଗତ ନଭେମ୍ବର ୨୧ରେ ହୋଇଥିବା ବେଳେ, ଯାହା ଜଣାପଡ଼ିଛି ଏହି ଦିନ ସେଜଲ ଆମେରିକା ଛାଡ଼ିବା ସମୟରେ ତାଙ୍କ ହାତରେ ଏହି କୋହଭରା ଚିଠି ଦେଇଥିଲେ ପାଳିତା ମା ସୁସୀ। ଏହାକୁ ନେଇ ପରବର୍ତ୍ତୀ ସମୟରେ ସେଜଲ ତାଙ୍କର ମତ ପରିବର୍ତ୍ତନ କରି ଉଭୟ ମା-ଝିଅ ଚାହିଁଲେ ପୁଣି ଏକାଠି ହୋଇପାରିବେ ବୋଲି କହିଛନ୍ତି ବୁଦ୍ଧିଜୀବୀ। 

Advertisment

ସେପଟେ କିନ୍ତୁ ସେଜଲ ଏବେ ଏହିଠାରେ ରହି ପାଠ ପଢିବାକୁ ଆଗ୍ରହ ଦେଖାଇଛନ୍ତି। ସୂଚନା ମୁତାବକ ସେଠାରେ ୧୨ କ୍ଳାସ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ଏବେ ନର୍ସିଂ କରିବାକୁ ଆଗ୍ରହୀ ଥିବା ସେ କହିଛନ୍ତି। ଏପଟେ ତାଙ୍କର ତଥ୍ୟ ପତ୍ର ମଧ୍ୟ ଯାଞ୍ଚ କରାଯାଇଛି। ଏ ନେଇ ଜିଲ୍ଲାପାଳ କହିଛନ୍ତି, ଆମେରିକାରୁ ଫେରିବା ପରେ ସେଜଲଙ୍କୁ ନାରୀ ସଂଘରେ ରଖାଯାଇଛି। ତାଙ୍କ ମାନସିକ ସ୍ଥିତି ସ୍ଵାଭାବିକ କରିବା ପାଇଁ DSWO ଓ ଅନ୍ୟ କର୍ମଚାରୀମାନେ କାଉନସେଲିଂ କରୁଛନ୍ତି। ସେଜଲଙ୍କ ପାଠ ପଢିବାରେ ରୁଚି ଥିବାରୁ ବାଲେଶ୍ୱରରେ କେମିତି ତାଙ୍କ ପାଠପଢା ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା କରାଯାଇଛି।

sejal john mother
Advertisment
Related Articles
Advertisment