Advertisment

Fake Medicines Flood Odisha Markets: ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ: ସାଙ୍ଘାତିକ ତଥ୍ୟ ପରେ ଚିନ୍ତାରେ ଖାଉଟି

ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ। ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ଔଷଧ। ୩୮୮ଟି ନିମ୍ନ ମାନର ଔଷଧ ସମ୍ପର୍କରେ ମିଳିଛି ତଥ୍ୟ। ଯାହା ପରେ ଚିନ୍ତାରେ ଖାଉଟି।

author-image
Chinmayee Sahoo
Fake Medicines

Fake Medicines Photograph: (OTV)

ସାବଧାନ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ। ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ଆଉ ୩୮୮ଟି ନିମ୍ନ ମାନର ଔଷଧ। ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରାକର। ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର ସାମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ।

Advertisment

୨୦୨୧ ରୁ ୨୦୨୪-୨୫ ଭିତରେ ନକଲି ଓ କମ୍ ଗୁଣବତ୍ତା ସମ୍ପନ୍ନ ମେଡିସିନ୍ ସମ୍ପର୍କରେ ଏହି ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୨୧ରେ ୭୯ଟି, ୨୦୨୨ରେ ୬୪, ୨୦୨୩ରେ ୧୪ ଏବଂ ୨୦୨୪ରେ ୧୧ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢିଛି।

•    ହାଉଯାଉ ନକଲି ଔଷଧ
•    ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ
•    ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ଔଷଧ
•    ୩୮୮ଟି ନିମ୍ନ ମାନର ଔଷଧ ସମ୍ପର୍କରେ ମିଳିଛି ତଥ୍ୟ
•    ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ
•    ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର
•    ନକଲି ଔଷଧକୁ ନେଇ ସାଙ୍ଘାତିକ ତଥ୍ୟ ପରେ ଚିନ୍ତାରେ ଖାଉଟି

Advertisment
Fake Medicine
Advertisment
Related Articles
Advertisment