/odishatv-khabar/media/media_files/2025/12/02/jharsuguda-case-2025-12-02-11-06-45.jpg)
Jharsuguda Case Photograph: (OTV)
ଝାରସୁଗୁଡାର ବ୍ୟବସାୟୀ ମୁକେଶ କୁମାର ବୁଚୱାନୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ। ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ କିନ୍ତୁ ଜବତ ହେଲା ୩୮ ଲକ୍ଷ।
ସୂଚନା ମୁତାବକ, କିଛି ଦିନ ତଳେ, ବ୍ୟବସାୟୀ ମୁକେଶଙ୍କ ଘରୁ ଡକାୟତମାନେ ଏକ ବଡ଼ ଧରଣର ଲୁଟ୍ କରିଥିଲେ। ଏନେଇ ଥାନାରେ ଏତଲା ଦେଇଥିଲେ ମୁକେଶ। ଏତଲାରେ ଲେଖାଥିଲା ତାଙ୍କ ଘରୁ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପରେ ଡାକାୟତମାନଙ୍କୁ ଗିରଫ କରିଛି। ଏତଲାରେ ୧୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଦର୍ଶାଯାଇଥିବା ବେଳେ ଗିରଫ ଡକାୟତମାନଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। କେବଳ ଟଙ୍କା ନୁହେଁ ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ ରହିଛି।
ତେବେ ବଡ ପ୍ରଶ୍ନ କ’ଣ ପାଇଁ ଓ କାହିଁକି ବ୍ୟବସାୟୀ ମୁକେଶ ଏତଲାରେ ମିଛ ଲେଖିଥିଲେ। ବ୍ଲାକ ଟଙ୍କା ରଖିଥିଲେ କି ମୁକେଶ? ଏନେଇ ଖୋଳତାଡ଼ କରୁଛି ଝାରସୁଗୁଡା ପୋଲିସ।
• ଝାରସୁଗୁଡା ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ
• ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରୁ ହୋଇଥିଲା ଲୁଟ୍
• ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ, ଜବତ ହେଲା ୩୮ ଲକ୍ଷ
• ଗିରଫ ଡକାୟତମାନଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଜବତ
• ଜବତ ଅଳଂକାର ଓ ସାମଗ୍ରୀରେ ମଧ୍ୟ ତଫାତ
• ଏତଲାରେ ମିଛ ଲେଖିଥିଲେ କି ବ୍ୟବସାୟୀ ମୁକେଶ ?
• ଖୋଳତାଡ଼ କରୁଛି ଝାରସୁଗୁଡା ପୋଲିସ
Fake Medicines Flood Odisha Markets: ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ: ସାଙ୍ଘାତିକ ତଥ୍ୟ ପରେ ଚିନ୍ତାରେ ଖାଉଟି

Konark Festival Opens: ୩୬ତମ କୋଣାର୍କ ଉତ୍ସବ ଉଦଘାଟିତ: ଜମିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ

Cold Wave Eases: କମିବ ଶୀତ, ବଢ଼ିବ ରାତିର ତାପମାତ୍ରା

KIIT Student Death Case: କିଟ୍ ଛାତ୍ର ମୃତ୍ୟୁ, ମାଆଙ୍କ ସଙ୍ଗୀନ ଅଭିଯୋଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)