/odishatv-khabar/media/media_files/2026/02/10/panjika-2026-02-10-14-32-40.jpg)
Panjika Photograph: (OTV)
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିଛି ବୈଠକ। ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା। ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ।
ଅନ୍ୟପଟେ ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କିଭଳି ହୋଇପାରିବ ସେ ନେଇ ବର୍ଷ ବର୍ଷ ଧରି ଏହା ଉପରେ ତର୍କବିତର୍କ ଚାଲିଛି। ତ୍ରୁଟିଯୁକ୍ତ ପାଞ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ଆଇନରେ ବ୍ୟବସ୍ଥା କରିବାକୁ ଗତ ବୈଠକରେ ଦାବି ହୋଇଥିଲା।
ତେବେ ନିର୍ଭୁଲ ପଞ୍ଜିକା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ବୈଠକ କରି ପଞ୍ଜିକା ସମନ୍ୱୟ ସମୀକରଣ କଲେ ସୁଦ୍ଧା ଅନେକ ପଞ୍ଜିକା ପ୍ରକାଶନ ସଂସ୍ଥା ଆସୁନାହାନ୍ତି। ସେପଟେ ଗତବର୍ଷ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିବା ବେଳେ ଗତ ବର୍ଷର ତ୍ରୁଟିଶୂନ୍ୟ ତାରିଖ ଓ ତିଥିବାରକୁ ନେଇ ଆଜିର ବୈଠକରେ ଆଲୋଚନା କରାଯିବ।
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ଟି ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ ନେଇ ସ୍ଥିରୀକୃତ ପର୍ବପର୍ବାଣି ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ନିର୍ଦ୍ଧାରଣ କରାଯିବ।
Bikram Panda Shifted MKCG Medical: ପୁଣି ମେଡିକାଲରେ ବିକ୍ରମ ପଣ୍ଡା, ମଦନ ଦଳେଇଙ୍କ ଗୋଡ଼ରେ ଲାଗିଛି ଆଘାତ

India Set To Sign Biggest Arms Deal: ୧୧୪ ରାଫେଲ୍ କିଣିବ ଭାରତ, ହେବ ବଡ଼ ପ୍ରତିରକ୍ଷା ଚୁକ୍ତି

CCTV Footage of Murder Case: କ୍ୟାମେରାରେ ଲୁଚିଛି ହତ୍ୟାର ସତ, ସାମନାକୁ ଆସିଲା CCTV ଫୁଟେଜ

Severe Lice Infection: ଉକୁଣୀ ନେଲା ଜୀବନ! ଅକାଳରେ କୁନି ଝିଅର ମୃତ୍ୟୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)