Advertisment

CCTV Footage of Murder Case: କ୍ୟାମେରାରେ ଲୁଚିଛି ହତ୍ୟାର ସତ, ସାମନାକୁ ଆସିଲା CCTV ଫୁଟେଜ

ଭୁବନେଶ୍ୱର ନୀଳାଦ୍ରିବିହାରରେ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ସାମନାକୁ ଆସିଲା ହତ୍ୟାକାଣ୍ଡ ବେଳର CCTV ଭିଡିଓ ।

author-image
Chinmayee Sahoo
CCTV Footage

CCTV Footage Photograph: (OTV)

ଭୁବନେଶ୍ୱର ନୀଳାଦ୍ରିବିହାରରେ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ସାମନାକୁ ଆସିଲା ହତ୍ୟାକାଣ୍ଡ ବେଳର CCTV ଭିଡିଓ । CCTVରେ ଲୁଚି ରହିଛି ହତ୍ୟାକାଣ୍ଡର ସତ। ଆକ୍ରମଣ ପରେ ସତ୍ୟବ୍ରତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାଣବିକଳେ ଦୌଡ଼ି ପଳାଉଥିବା ବେଳର ଦୃଶ୍ୟ କଏଦ ହୋଇଛି। ଏହା ପଛେ ପଛେ ଯାଉଛନ୍ତି ପ୍ରେମିକା ଲିଜା ଓ ଦୀନେଶ। ପ୍ରେମିକା ଲିଜା ଓ ଦିନେଶ ସତ୍ୟବ୍ରତଙ୍କ ପଛେ ପଛେ ଯାଉଛନ୍ତି। ହତ୍ୟାକାଣ୍ଡ ସ୍ଥଳରେ ଲାଗିଥିବା CCTVରେ କଏଦ ହୋଇଛି ଏହି ଭିଡିଓ।

Advertisment

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକକୁ ଖୋଜୁଛି ପୋଲିସ। ହତ୍ୟା ମାମଲାରେ ଜଡିତ ଶିଶୁ ଭବନ ଛକ ଓଭରବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ କାରକୁ ନେଇ ବଢୁଛି ସସପେନ୍ସ। କାର ଭିତରେ ଲୁଚି ରହିଛି ଅନେକ ତଥ୍ୟ ପ୍ରମାଣ। ଯାହାକୁ ନଷ୍ଟ କରିବା ପାଇଁ ତରବରିଆ ଭାବେ କାରକୁ ଫେରାର୍ କରିବା ପାଇଁ ଯୋଜନା କରିଥିଲେ ମାଲିକାଣୀ। ତେବେ କଣ ଏମିତି ରହସ୍ୟ ରହିଛି ଯାହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ମାଲିକାଣୀ। 

କାର ଭିତରେ ଥିବା ଲେଡିଜ୍ ଆଇଟମ୍ ସବୁ କାହାର? ଭିତରେ ଥିବା ବେଆଇନ କଫ ସିରପ କିଏ ଓ କାହିଁକି ରଖିଥିଲା। ନିଶା ପାଇଁ ବ୍ୟବହାର ହେଉଥିଲା କି। କିଏ ଏହାକୁ ସେବନ କରୁଥିଲା? କାର ଡିକିରେ ଲେଡିଜ୍ ଡ୍ରେସ୍ କାହାର। ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ଅଭିଯୁକ୍ତ ଦିନେଶକୁ ଧରିବାକୁ ୩ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି କମିଶନରେଟ୍ ପୋଲିସ। ତେବେ ଦିନେଶର ଏ ଯାଏଁ କୌଣସି ପତ୍ତା ମିଳିନି।

Advertisment

Murder Case CCTV Footage Of Horrific Murder CCTV Footage
Advertisment
Related Articles
Advertisment