Advertisment

Severe Lice Infection: ଉକୁଣୀ ନେଲା ଜୀବନ! ଅକାଳରେ କୁନି ଝିଅର ମୃତ୍ୟୁ

ଉକୁଣୀ ନେଲା ଜୀବନ। ଅକାଳରେ ଚାଲିଗଲା କୁନି ଝିଅର ଜୀବନ। ଉକୁଣୀ ଆକ୍ରାନ୍ତ ମୁଣ୍ଡର ଚିକିତ୍ସା ବେଳେ ମୃତ୍ୟୁ ଅଭିଯୋଗ। ପ୍ରବଳ ଉକୁଣୀ ପାଇଁ ଖପୁରି ଆକ୍ରାନ୍ତ ହୋଇଥିବା ସୂଚନା।

author-image
Chinmayee Sahoo
Severe Lice Infection

Severe Lice Infection Photograph: (OTV)

ଉକୁଣୀ ନେଲା ଅକାଳରେ କୁନି ଝିଅର ଜୀବନ। ଉକୁଣୀ ଆକ୍ରାନ୍ତ ମୁଣ୍ଡର ଖପୁରୀ ଚିକିତ୍ସା ଚାଲିଥିବା ସମୟରେ ଛାତ୍ରୀର ଚାଲିଗଲା ଜୀବନ। ଘଟଣା ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହିର। ମୃତକ ଛାତ୍ରୀ ଗାଁର ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା। ଲକ୍ଷ୍ମୀପ୍ରିୟା ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ। 

Advertisment

କିଛି ମାସ ତଳେ ତାଙ୍କ ମୁଣ୍ଡରେ ପ୍ରବଳ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା। ମା ସତ୍ୟଭାମା ସାହୁ ଝିଅକୁ ଲଣ୍ଡା ହେବାକୁ କହିଥିଲେ। ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ। ତା ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ। 

ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ। ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକ କିଛି ଜାଣି ପାରିନଥିଲେ। ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା। ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଛି।

Advertisment

Severe Lice Infection
Advertisment
Related Articles
Advertisment