/odishatv-khabar/media/media_files/2026/02/10/rafale-fighter-jets-2026-02-10-14-22-04.jpg)
Rafale Fighter Jets Photograph: (OTV)
ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବ ଭାରତ। ଆଉ ୧୧୪ଟି ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି। ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ଫ୍ରାନସଠାରୁ କିଣାଯିବ ଆଉ ୧୧୪ଟି ରାଫେଲ୍। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ରାଜିନାମା ସ୍ବାକ୍ଷରିତ ହେବ।
Advertisment
ଭାରତ ଇତିହାସରେ ହେବ ସବୁଠାରୁ ବଡ଼ ପ୍ରତିରକ୍ଷା ରାଜିନାମା।ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ମିଳି ସାରିଛି। ଏଥିରେ ୮୮ ସିଙ୍ଗଲ ସିଟ୍ ଓ ୨୬ଟି ଟ୍ବିନ ସିଟ୍ ବିଶିଷ୍ଟ ରାଫେଲ୍ ଜେଟ୍ ରହିଛି। ନୂଆ ଦିଲ୍ଲୀରେ ହେବାକୁ ଥିବା AI ସମ୍ମିଳନୀରେ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ରାଷ୍ଟ୍ରପତି ମାକ୍ରନ।
ଏହି ସମୟରେ ଫ୍ରାନସ୍ ରାଷ୍ଟ୍ରପତିଙ୍କ ସହ ଭାରତର ଅନ୍ୟ କିଛି ଦ୍ବିପାକ୍ଷିକ ଚୁକ୍ତିରେ ବି ସ୍ବାକ୍ଷର କରିପାରେ। ଭାରତୀୟ ବାୟୁ ସେନା ପାଖରେ ଏବେ ୩୬ଟି ରାଫେଲ୍ ବିମାନ ରହିଛି।
Advertisment
Advertisment



Related Articles
CCTV Footage of Murder Case: କ୍ୟାମେରାରେ ଲୁଚିଛି ହତ୍ୟାର ସତ, ସାମନାକୁ ଆସିଲା CCTV ଫୁଟେଜ
POSTED

Severe Lice Infection: ଉକୁଣୀ ନେଲା ଜୀବନ! ଅକାଳରେ କୁନି ଝିଅର ମୃତ୍ୟୁ
POSTED

Odisha CM Flags Off 250 New Ambulances: ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
POSTED

Old Enmity Turns Violent: ପଡ଼ୋଶୀ ଘର ଜାଳିଦେଲା ଯୁବକ, ୩ ବଖରା ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)