Advertisment

Jatra Controversy: ହୋଟେଲରେ ହେଲା ଆଲୋଚନା, ସମାଧାନ ହେଲା ସାଇ-ନାଣ୍ଡୁ କଳି

ପୂର୍ବରୁ ଅନେକ ବିବାଦର ସାମାଧନ ନହୋଇ, ଅନେକ କଳାକାର ତୁଳସୀ ମଞ୍ଚ ଛାଡ଼ିଥିବାବେଳେ ଏବେ କିନ୍ତୁ ସାଇଙ୍କୁ ମଞ୍ଚକୁ ଫେରାଇ ଆଣିଛନ୍ତି ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ।

author-image
Tanmay Kumar Mahalik
Jatra Tulasi Controversy

Jatra Tulasi Controversy Photograph: (OTV)

ବୁଝାଇଲେ ନାଣ୍ଡୁ, ବୁଝିଗଲେ ସାଇ । ହୋଟେଲରେ ମିଟିଂ ପରେ ଡିଲ୍ ଫିକ୍ସିଂ ! ସାଇଙ୍କ ସ୍ବର ନରମ ପରେ ନରମି ଗଲେ ନାଣ୍ଡୁ ବାବୁ । ୬୦ ବର୍ଷର ପୁରୁଣା ଅନୁଷ୍ଠାନ ଯାତ୍ରା ତୁଳସୀ ଗଣନାଟ୍ୟରେ କେବଳ ବିବାଦ ହିଁ ବିବାଦ । ପୂର୍ବରୁ ଅନେକ ବିବାଦର ସାମାଧନ ନହୋଇ, ଅନେକ କଳାକାର ତୁଳସୀ ମଞ୍ଚ ଛାଡ଼ିଥିବାବେଳେ ଏବେ କିନ୍ତୁ ସାଇଙ୍କୁ ମଞ୍ଚକୁ ଫେରାଇ ଆଣିଛନ୍ତି ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ।

Advertisment

ଫଳରେ ତୁଟିଛି ସାଇ-ନାଣ୍ଡୁ କଳି । ଆଉ ଯାତ୍ରା ତୁଳସୀ ଝାମେଲାରେ ସାମୟିକ ଭାବେ ପୁର୍ଣ୍ଣଚ୍ଛେଦ ପଡ଼ିଛି । ତେଣୁ ସାଇଙ୍କ ଜାଗାରେ ନାଣ୍ଡୁଙ୍କୁ ଆଉ କଳାକାର ଖୋଜିବାକୁ ପଡ଼ିବ ନାହିଁ ।

ଆଜି ଭୁବନେଶ୍ବରର ସହିଦନଗର ସ୍ଥିତ ଏକ ହୋଟେଲରେ ସାଇ-ନାଣ୍ଡୁଙ୍କ ବିବାଦକୁ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ନିଜେ ନାଣ୍ଡୁ ବାବୁ, ଅଭିନେତା ସାଇ ସତ୍ୟଜିତ୍, ସାଇଙ୍କ ବାପା ମା’ଙ୍କ ସହ ଯାତ୍ରା ଜଗତର ଆଉ କିଛି ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଉଭୟ ଉଭୟଙ୍କ ପକ୍ଷ ରଖିବା ସହ ଶେଷରେ ଆଲୋଚନା ସଫଳ ହୋଇଥିଲା ।

Advertisment

ନାଣ୍ଡୁଙ୍କ କଥାରଖି ମଞ୍ଚ ଚଢ଼ିବାକୁ ରାଜି ହୋଇଥିଲେ ତୁଳସୀର ଖଳ ଅଭିନେତା ସାଇ ସତ୍ୟଜିତ ପଣ୍ଡା । ଯାହାକୁ ନେଇ ତୁଳସୀ ମାଲିକଙ୍କ ମଥାରୁ ବଡ଼ ଚିନ୍ତା ଓହ୍ଲାଇଥିଲା । ଆଲୋଚନା ପରେ ତୁଳସୀ ମାଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ସାଇ ଆଜିଠୁ ତୁଳସୀରେ ଅଭିନୟ କରିବ, ସବୁ ସମାଧାନ ହୋଇଛି । ସାଇର ଦେହ ଭଲ ନଥିଲା, ଏବେ ସେ ଯାତ୍ରା କରିପାରିବ । 

ତୁଳସୀ ମାଲିକ ନାଣ୍ଡୁ ବାବୁଙ୍କ ଆଉ ଏକ କଳିର ଏଇଠି ଅନ୍ତ ହୋଇଛି । ନିଜେ ସାଇ ଉତ୍ସାହିତ ହୋଇ ମଞ୍ଚ ଚଢ଼ିବାକୁ କହିଥିବା ବେଳେ ଏବେ ତୁଳସୀ ମଞ୍ଚ ପୁଣି ଥରେ ଦୁଲୁକିବ । ହେଲେ ସାଇ ତୁଳସୀ ସହ କେବଳ ଏଇ ଯାତ୍ରା ସିଜିନରେ ରହିବେ ନା ସୂର୍ଯ୍ୟ ମନ୍ଦିର ଡେଇଁବେ ତାହା ସମୟ କହିବ । 

Odia Jatra Cast Bhubaneswar nandu dhal Tulasi Mala Jatra Controversy
Advertisment
Related Articles
Advertisment