Advertisment

India vs Namibia: ଆଜି ନାମିବ୍ୟାକୁ ଭେଟିବ ଟିମ୍ ଇଣ୍ଡିଆ, ଅଭିଷେକ ଶର୍ମା ଖେଳିବା ନେଇ ଆଶଙ୍କା ଥିବା ବେଳେ ସଞ୍ଜୁ ସାମସନଙ୍କୁ ମିଳିପାରେ ବଡ଼ ସୁଯୋଗ

ବିଶ୍ୱକପରେ ଲଗାତାର ଦଶମ ବିଜୟ ହାସଲ କରିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ୱାଙ୍ଖଡେରେ ୟୁଏସଏ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ, ଦିଲ୍ଲୀ କୋଟଲାରେ ବି କମାଲ୍ କରିବା ନେଇ ଆଶା ରହିଛି।

author-image
Tapan Swain
T20

T20 Photograph: (OTV)

ଟି-20 ବିଶ୍ୱକପରେ ଆଜି ଅଣ୍ଡରଡଗ୍ ନାମିବ୍ୟାକୁ ଭେଟିବ ଟିମ୍ ଇଣ୍ଡିଆ। ବିଶ୍ୱକପରେ ଲଗାତାର ଦଶମ ବିଜୟ ହାସଲ କରିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ୱାଙ୍ଖଡେରେ ୟୁଏସଏ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ, ଦିଲ୍ଲୀ କୋଟଲାରେ ବି କମାଲ୍ କରିବା ନେଇ ଆଶା ରହିଛି।

Advertisment

ଯଦିଓ ନାମିବ୍ୟାକୁ ଅପେକ୍ଷାକୃତ ଦୁର୍ବଳ ଦଳ ବୋଲି କୁହାଯାଉଛି, କିନ୍ତୁ ୟୁଏସଏ ବିପକ୍ଷ ମ୍ୟାଚରୁ ଏକଥା ସ୍ପଷ୍ଟ, ଯେ ଟି-20ରେ କାହାକୁ ଦୁର୍ବଳ ଭାବିବା ଭାରି ପଡ଼ିପାରେ । ଛୋଟ ଦଳ ବି ବଡ଼ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ। ସେପଟେ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ବିସ୍ଫୋରକ ଓପନର ଅଭିଷେକ ଶର୍ମା ପାକସ୍ଥଳୀ ସଂକ୍ରମଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇ, ଯଦିଓ ଡିସଚାର୍ଜ ହୋଇଛନ୍ତି, କିନ୍ତୁ ଆଜିର ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି।

ଆସିପାରନ୍ତି ସଞ୍ଜୁ ସାମସନ୍

ସେପଟେ ଅଭ୍ୟାସ ବେଳେ ଇଶାନ କିଷନ ବି ଆହତ ହୋଇଥିଲେ। ଏପରି ସ୍ଥିତିରେ ଆଜି ମୈଦାନରେ ନଜର ଆସିପାରନ୍ତି ସଞ୍ଜୁ ସାମସନ୍। ସଞ୍ଜୁଙ୍କ ପାଇଁ ଏହି ମ୍ୟାଚ୍ ଆଉ ଏକ ବରଦାନ ସାବ୍ୟସ୍ତ ହୋଇପାରେ। ସେପଟେ ଜସପ୍ରିତ ବୁମରା ସୁସ୍ଥ ହୋଇ ଦଳକୁ ଫେରିଥିବାରୁ, ଚୂଡାନ୍ତ ଏକାଦଶରୁ କିଏ ବାଦ୍ ପଡିବେ, ତାହା ବି ବଡ଼ ପ୍ରଶ୍ନ। ଆମେରିକା ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ ବି ସିରାଜଙ୍କୁ ହୁଏତ ବାଦ୍ ଦିଆଯାଇପାରେ।

Advertisment

ୟୁଏସଏ ବିପକ୍ଷ ମ୍ୟାଚରେ ଭୁଶୁଡି ପଡିଥିଲା ଭାରତର ବ୍ୟାଟିଂ ଅର୍ଡର। ତେଣୁ 15 ତାରିଖ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଆଜି ବଡ଼ ପରୀକ୍ଷା ବୋଲି କୁହାଯାଉଛି। ଅରୁଣ ଜେଟଲି ଷ୍ଟାଡିୟମର ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କୁ ସମାନ ସୁଯୋଗ ଦେବ ବୋଲି କହିଛନ୍ତି କ୍ୟୁରେଟର। ପୂର୍ବରୁ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଟି-20 ମ୍ୟାଚ୍ ଖେଳିଛି ନାମିବ୍ୟା ।

2021 ମସିହା ଟି-20 ବିଶ୍ୱକପରେ ପ୍ରଥମ ଓ ଶେଷ ଥର ଲାଗି ମୁହାଁମୁହିଁ ହୋଇଥିଲେ ଭାରତ ଓ ନାମିବ୍ୟା। ଏହି ମ୍ୟାଚରେ ଭାରତ 9 ୱିକେଟରେ ବାଜି ଜିତିଥିଲା। ସେହିପରି ଦିନିକିଆରେ ମଧ୍ୟ ଗୋଟିଏ ଥର ଆମ୍ନାସାମ୍ନା ହୋଇଛନ୍ତି ଦୁଇ ଦଳ।

2003 ଦିନିକିଆ ବିଶ୍ୱକପରେ ନାମିବ୍ୟାକୁ 181ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଅନ୍ୟପଟେ ଚଳିତ ଟି-20 ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରେ ନାମିବ୍ୟା ନେଦରଲ୍ୟାଣ୍ଡସଠାରୁ ପରାସ୍ତ ହୋଇଛି। 

India Vs Namibia Team India ICC T20 World Cup
Advertisment
Related Articles
Advertisment