Advertisment

Puri sees surge in devotees: ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ, ଶ୍ରୀକ୍ଷେତ୍ରରେ ଜମିବ ଭିଡ଼

ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ। ଜଗନ୍ନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ଭିଡ଼ ଜମିବ। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି।

author-image
Chinmayee Sahoo
Puri Srimandir

Puri Srimandir Photograph: (OTV)

ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ। ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭର ଇଚ୍ଛା ରଖୁଥିବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ଭିଡ଼ ଜମିବ ।ସେଇଥିପାଇଁ ଶୃଙ୍ଖଳିତ ଜଗାଦର୍ଶନ ସାଙ୍ଗକୁ ଭକ୍ତ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି। ନିଷ୍ପତ୍ତି ମୁତାବକ ନୂଆବର୍ଷ ପାଇଁ ଆଜି ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ସମ୍ପନ୍ନ ହେବ। ଅର୍ଥାତ ଏଇ ସମୟଠୁ ଆରମ୍ଭ ହେବ ଭକ୍ତଙ୍କ ଜଗାଦର୍ଶନ। 

Advertisment

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ବି ପୂରା ପ୍ରସ୍ତୁତ। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ସେହପରି ବ୍ୟାରିକେଡ୍ ବ୍ୟବସ୍ଥାକୁ ମାର୍କେଟ ଛକ ଯାଏଁ ବଢ଼ାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏଥର ୭୦ ପ୍ଲାଟୁନରୁ ଅଧିକ ଫୋର୍ସରେ ଛାଇଯିବ ସାରା ଶ୍ରୀକ୍ଷେତ୍ରରେ। ସିସିଟିଭି ନଜରରେ ରହିବ ପୂରା ସହର। 

ଏଥିପାଇଁ ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ପୁରୀ ବେଳାଭୂମି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବହୁ ସଂଖ୍ୟାରେ ଲାଇଫ୍ ଗାର୍ଡ ମୁତୟନ ସହ ୩୦୦ ଘରୋଇ ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରିବାକୁ ବି ନିଷ୍ପତ୍ତି ହୋଇଛି।

Advertisment

ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ
ଜଗନ୍ନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ଭିଡ଼ ଜମିବ 
ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି
ଆଜି ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ସମ୍ପନ୍ନ ହେବ 

Puri Srimandir
Advertisment
Related Articles
Advertisment