/odishatv-khabar/media/media_files/2025/12/31/police-checking-2025-12-31-09-56-15.jpg)
Police Checking Photograph: (OTV)
ଆଉ କେଇ ଘଣ୍ଟା ପରେ ସରିଯିବ ବର୍ଷ ୨୦୨୫। ନୂଆବର୍ଷକୁ ବେସ୍ ଧୁମଧାମରେ ସ୍ବାଗତ କରିବେ ଲୋକେ। ଜିରୋ ନାଇଟ୍ ସେଲିବ୍ରେସନ୍ କରି ରାତି ୧୨ଟା ପରେ ନୂଆବର୍ଷକୁ ସ୍ବାଗତ କରିବେ। ଏଥିପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ହୋଟେଲଠୁ ଆରମ୍ଭ କରି ପବ୍ ସବୁଠି ବ୍ୟାପକ ପ୍ରସ୍ତୁତି। ଏପଟେ ନୂଆବର୍ଷ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଟ୍ବିନସିଟି।
ବିଶେଷ କରି ଆଜି କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯିବ। ସିସିଟିଭି ନଜରରେ ରହିବ ପୁରା ସହର। ନିୟମ ଖିଲାପକାରୀଙ୍କ ପାଇଁ ରହିବ ପୋଲିସର ଜିରୋ ଟଲେରାନ୍ସ ନୀତି। ରାଜଧାନୀରେ ୧୮ଟି ସ୍ଥାନରେ ନାକାବନ୍ଦୀ ରହିବ। ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ।
୨୯ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ରାତି ୧୨ଟା ପରେ ନଜର ରଖିବ କ୍ବିକ୍ ରିଆକସନ୍ ଟିମ୍। ହୋଟେଲ, ବାର, ପବକୁ ରାତି ୧୨ ଯାଏଁ ପୋଗ୍ରାମ ଅନୁମତି ରହିବ। ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ। ଡିଜେ ବଜାଇବାକୁ କାହାରିକୁ ଅନୁମତି ମିଳିନାହିଁ ।
ସେହିପରି ସହରରେ ଥିବା ୪ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ୍ ପୋଲିସ। ମଦ ପିଇ ଡ୍ରାଇଭିଂ କଲେ ସିଜ୍ ହେବ ଗାଡି। ସେହିଭଳି କଟକ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।
ଆଉ କେଇ ଘଣ୍ଟା ପରେ ସରିଯିବ ବର୍ଷ ୨୦୨୫
ନୂଆବର୍ଷକୁ ଧୁମଧାମରେ ସ୍ବାଗତ କରିବେ ଲୋକେ
ସବୁଠି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି
ନୂଆବର୍ଷ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଟ୍ବିନସିଟି
ପୋଲିସ ପକ୍ଷରୁ କରାଯିବ କଡ଼ାକଡ଼ି ଚେକିଂ
ଭୁବନେଶ୍ୱର ଦାୟିତ୍ୱରେ ରହିବେ ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ
୨୯ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ
ଜିରୋ ନାଇଟରେ ରାତି ୧୨ଟା ପରେ ନଜର ରଖିବ କ୍ବିକ୍ ରିଆକସନ୍ ଟିମ୍
ହୋଟେଲ, ବାର, ପବକୁ ରାତି ୧୨ ଯାଏଁ ପୋଗ୍ରାମ ଅନୁମତି ରହିବ
ଡିଜେ ବଜାଇବାକୁ କାହାରିକୁ ଅନୁମତି ମିଳିନାହିଁ
ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ୍ ପୋଲିସ
ମଦ ପିଇ ଡ୍ରାଇଭିଂ କଲେ ସିଜ୍ ହେବ ଗାଡି
କଟକ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ
Armed conflict between India and Pakistan: ୨୦୨୬ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ! ପରମାଣୁ ସାମର୍ଥ୍ୟ ଯୋଗୁଁ ଭୟାନକ ହେବ

Daily Horoscope 31st December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 31st December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Significance of Tuesday: ମଙ୍ଗଳବାରର ଧାର୍ମିକ ମହତ୍ତ୍ୱ; ଏହା କେଉଁ ଦେବାଦେବୀଙ୍କ ତିଥି? ଏହିଦିନ କେଉଁ କାମ କରିବେ ଓ କ’ଣ କଲେ ଅଶୁଭ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)