/odishatv-khabar/media/media_files/uploadimage/library/16_9/16_9_0/Horoscope_1692329039-938373.jpg)
ମେଷ-
ଅଶ୍ୱନୀ- ସାଧାରଣ ଲୋକଙ୍କ ସହ ମିଳାମିଶା କରିବା ଦ୍ୱାରା ସମୟ ଆନନ୍ଦରେ କଟିବ । କୌଣସି ନୂତନ କାମର ଯୋଜନା କରିବେ ଓ ସଫଳତା ମଧ୍ୟ ପାଇବେ । ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ ।
ଦ୍ୱିଜା- ବିଦ୍ୟାର୍ଥୀ ମାନେ କ୍ୟାରିୟର ପ୍ରତି ଚିନ୍ତିତ ହେବେ । ଅଫିସ୍ ରେ ଫୋନ୍ ର ଉପଯୋଗ କମ୍ କରନ୍ତୁ । ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି ।
କୃତିକା- ନିକଟ ସମ୍ପର୍କୀୟ ମାନଙ୍କ କଳହରେ ଲିପ୍ତ ରହିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଲାଗିରହିବ । ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଘରୁ ବାହାରିବା ସମୟରେ ଠାକୁରଙ୍କ ପାଖରେ ଦୀପଟିଏ ଜାଳନ୍ତୁ
ବୃଷ-
କୃତିକା- ପରିବାରର ଖର୍ଚ୍ଚ ପରିମାଣ ଦ୍ୱିଗୁଣା ହୋଇପାରେ । ଘରର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ତ୍ରୀଙ୍କ ସହ ଆଲୋଚନା କରିବେ। ପୁରାତନ ରୋଗରୁ ଉପସମ ପାଇବେ ।
ରୋହିଣୀ- ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ । ରାଜନୀତିରେ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ।
ମୃଗଶିରା- ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଶୁଣା ଖବରକୁ ବିଶ୍ୱାସ କରି ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଅନ୍ୟଦ୍ୱାରା ପରିଚାଳିତ ହୋଇ ସ୍ଥଗିତ କାମକୁ କରିଚାଲିବେ । ବ୍ୟବସାରେ କଠିନ ପରିଶ୍ରମ କରି ଲାଭ ପାଇବେ । ପରିବାରରେ ସ୍ଥିତି ଅନୁକୁଳ ରହିବ ।
ଆଦ୍ରା- ଅଫିସ୍ ରେ ବରିଷ୍ଠ ଅଧିକାରୀ ଆପଣଙ୍କ ପ୍ରଶଂସା କରିବେ । କାହାଠାରୁ ନେଇଥିବା ଧାର ଅର୍ଥ ଫେରସ୍ତ କରିବେ । କୌଣସି କାମରେ ବିରୋଧି ପରାମର୍ଶ ମାଗିବେ ।
ପୁନର୍ବସୁ- ଗଣମାଧ୍ୟମ କର୍ମ ଚାରୀଙ୍କୁ ଭଲ ଲାଭ ମିଳିବ । ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ମନୋରଞ୍ଜନ କିମ୍ବା ସଭାସମିତିରେ ସଫଳତା ଅର୍ଜନ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ-
ପୁନର୍ବସୁ- ଧନର ଆଗମନ ହୋଇପାରେ । କୌଣସି ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ସେଥିରେ ବିଜୟ ହେବେ । ନୂତନ କର୍ମ ଅରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ ।
ପୁଷ୍ୟା- କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଦେଖାଦେଇପାରେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ପାଇଁ ମୂଲ୍ୟବାନ୍ ବାଦ୍ୟଯନ୍ତ୍ର କିଣିପାରନ୍ତି ।
ଅଶ୍ଲେଷା- କୌଣସି ନିକଟ ସମ୍ପର୍କୀୟଙ୍କ ସମ୍ପତ୍ତି କମ୍ ମୂଲ୍ୟରେ ପାଇପାରନ୍ତି । ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ପ୍ରକାଶ କରିବେ । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ମଘା- କୌଶଳରେ କାମ ହାସଲ ପାଇଁ ଚେଷ୍ଟାକଲେ ଉପକୃତ ହେବେ । ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସାଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସମସ୍ୟା ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ।
ପୂ,ଫାଲଗୁନି- ରାଜନୈତିକ ପୃଷ୍ଠପୋଷକତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ ।
ଉ,ଫାଲଗୁନି- ବାହ୍ୟ ଗମନା ଗମନ ପ୍ରତି ସତର୍କ ରୁହନ୍ତୁ । ବିବାଦୀୟ ପରିସରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ପରିବାର ସହିତ ମିଶି ଅନେକ ସମୟ ଆନନ୍ଦରେ କଟାଇପାରନ୍ତି । ବ୍ୟବସାୟୀ ମାନେ କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଗଣ୍ଠି ଜନିତ ସମସ୍ୟା ଗୁରୁତ୍ୱର ହୋଇପାରେ ।
ହସ୍ତା- ରାଜନୀତିରେ ପ୍ରତିଯୋଗିତା ଅଧିକ ସଂଘର୍ଷ ପୂର୍ଣ୍ଣ ହେବ । ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହୋଇ ଅଧିକ ଖୁସି ଅନୁଭବ କରିବେ । କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ରହିଛି ।
ଚିତ୍ରା- ଆଶଙ୍କା ଦୂର ହୋଇଯିବ ଓ ସାମାଜିକ ସମ୍ମାନ ଲାଭ କରିିବେ । ସଙ୍ଗଠନ କିମ୍ବା ନିର୍ମାଣ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ପ୍ରିୟ ବନ୍ଧୁଙ୍କଠାରୁ ସାହାଯ୍ୟ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇବେ।
ସ୍ୱାତୀ- କାମ ସମ୍ପର୍କିତ ଉଦ୍ୟମରେ ଆପଣ ସଫଳ ହେବେ । ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଶିକ୍ଷା ସମ୍ପର୍କିତ ସମସ୍ୟା ମାସିକ ସ୍ଥିତିକୁ ବିଷାଦିତ କରି ରଖିବ ।
ବିଶାଖା- ବାସସ୍ଥାନ ବା ଯାନବାହାନର ନବୀକରଣ କରିବା ପାଇଁ ସୁବିଧା ସୁଯୋଗ ପାଇବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅଚାନକ ଧନ ଲାଭ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଆରଧନା କରନ୍ତୁ
ବିଛା-
ବିଶାଖା- କଳ୍ପନା ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ । କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ ।
ଅନୁରାଧା- ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରେ ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବ । ନିଜର ମନ ପସନ୍ଦର ଖାଦ୍ୟ ଖାଇବେ ।
ଜ୍ୟେଷ୍ଠା- ମାଲିମୋକଦ୍ଦମା ସ୍ଥିତି ଅନୁକୂଳ ହୋଇପାରେ । କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟିହେବାର ସୂଚନା ରହିଛି । ମହିଳାଙ୍କ ପାରିବାରିକ ଟେନ୍ସନ କେତେକଶଂରେ କମିଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । କର୍ମ କ୍ଷେତ୍ରରେ ନ୍ୟାୟ ମିଳିବା ସହ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ । ଜୀବନସାଥୀ ସହିତ ବାହାରକୁ ବୁଲିଯିବେ ।
ପୂ,ଷାଢା- ଜୀବନ ସାଥୀର ପ୍ରେମ ଓ ସୁଖ ପାଇବେ । ଶ୍ରେଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଦ୍ୱାରା ଶୁଭ ସମ୍ବାଦ ପାଇ ଉତ୍ସାହିତ ହେବେ । ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ ।
ଉ,ଷାଢା- ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ଦୁଶ୍ଚିନ୍ତାକୁ ବଢ଼ାଇ ଦେଇପାରେ। ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ ସାହାଯ୍ୟ କରିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟରେ ଯୋଗଦେବେ । କର୍ମ କ୍ଷେତ୍ରରେ ସହଭାଗୀ ମାନଙ୍କ ସହ ଖୁସିରେ କାମ କରିବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇବେ
ଶ୍ରବଣା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହୋଇପାରିବେ । ଅନ୍ୟମାନଙ୍କୁ ସାମୟିକ ସହଯୋଗ ଦେଇ ପରୋକ୍ଷରେ ପ୍ରଶଂସିତ ହେବେ।
ଧନିଷ୍ଠା- ଅଫିସ୍ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍ ଦେବାକୁ ପଡିବାର ଆଶଙ୍କା ରହିଛି । ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ-
ଧନିଷ୍ଠା- ପୂର୍ବର ପାରିବାରିକ ମତଭେଦ ଦୂର ହେବ । ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢିବ । ସହଜ ସରଳରେ କର୍ମରେ ନିଯୁକ୍ତି ପାଇବେ ।
ଶତଭିଷା- ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ୱାରା ହୋଇପାରୁ ନଥିବା କାମକୁ କରିପାରିବେ । ମନୋରଞ୍ଜନ କରିବା ପାଇଁ ସମୟ ମିଳିବ । ବିଦ୍ୟା ଅଧ୍ୟୟନ ସମ୍ବନ୍ଧିତ ଶୁଭ ସମାଚାର ପ୍ରାପ୍ତି ହେବ ।
ପୂ,ଭାଦ୍ରପଦ- ଲେଖକଙ୍କ କୌଣସି ନୂତନ ପୁସ୍ତକ ପ୍ରକାଶ ହେବ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ଋଣ ଭାରରେ ଅତିଷ୍ଠ ହେବା କାରଣରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଘରେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି । କରିଥିବା ଉଚ୍ଚ ଆଶା ପୂରଣ ନ ହୋଇ ପାରେ । ଧର୍ମ ମାର୍ଗରେ ଯିବା ପାଇଁ ମନ ବଳାଇ ପାରନ୍ତି ।
ଉ,ଭାଦ୍ରପଦ-ସାମାଜିକ ସ୍ତରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ; କିନ୍ତୁ ହୁଏତ ଆପଣ ତାହାକୁ ଅସ୍ବୀକାର କରି ଦେଇପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ରେବତୀ- ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। କ୍ୟାରିୟରରେ ସଠିକ୍ ଦିଗରେ ଯିବା ପାଈଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
Today Panchang 31st December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Significance of Tuesday: ମଙ୍ଗଳବାରର ଧାର୍ମିକ ମହତ୍ତ୍ୱ; ଏହା କେଉଁ ଦେବାଦେବୀଙ୍କ ତିଥି? ଏହିଦିନ କେଉଁ କାମ କରିବେ ଓ କ’ଣ କଲେ ଅଶୁଭ?

Patha Utsav Return to Bhubaneswar: ଫେରିବ ପଥ ଉତ୍ସବ, ତାହା ପୁଣି ନିଆରା ଢଙ୍ଗରେ; ହେବ ଏହିସବୁ ପ୍ରତିଯୋଗିତା

Elaborate Arrangements in Place for New Year Darshan: ନୂଆବର୍ଷରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)