Advertisment

Puri Sea Turns Polluted: ବିଷାକ୍ତ ହେଉଛି ପୁରୀ ସମୁଦ୍ର ପାଣି , ବଢୁଛି ବିପଦ !

ପରିବେଶବିତଙ୍କ ମତରେ ବାଙ୍କୀ ମୁହାଣ ବାଟ ଦେଇ ସମୁଦ୍ରରେ ଆବର୍ଜନା ପାଣି ମିଶିବା ଦ୍ବାରା ବିଷାକ୍ତ ହେଉଛି ପାଣି। ଯାହା ବି ଉନ୍ନତିକରଣ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ।

author-image
Manas Ranjan Mohanty
DRAIN-WATER-IN-SEA

DRAIN-WATER-IN-SEA Photograph: (OTV)

ଘୁ ଘୁ ହୋଇ ସମୁଦ୍ରରେ ପଶୁଛି ଆବର୍ଜନା ପାଣି। କଳା ମଚ ମଚ ପାଣି ସମୁଦ୍ର ଜଳରାଶିରେ ମିଶି ବିଷାକ୍ତ ହେଉଛି। ମହୋଦଧିରେ ମଇଳା ଆବର୍ଜନା ପାଣି ମିଶିବା ଦ୍ବାରା ପ୍ରଦୂଷିତ ହେଉଛି ଜଳରାଶି। ଗତ ସରକାର ସମୟରେ ଯେଉଁ ଟ୍ରିଟମେଣ୍ଟ ପ୍ଳାଣ୍ଟ କରାଯାଇଥିଲା ତାହା ଠିକ୍ ରୂପେ ବିଶୋଧନ କରିପାରୁ ନାହିଁ । ଏପରିକି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।

Advertisment

ସେପଟେ ପରିବେଶବିତଙ୍କ ମତରେ ବାଙ୍କୀ ମୁହାଣ ବାଟ ଦେଇ ସମୁଦ୍ରରେ ଆବର୍ଜନା ପାଣି ମିଶିବା ଦ୍ବାରା ବିଷାକ୍ତ ହେଉଛି ପାଣି। ଯାହା ବି ଉନ୍ନତିକରଣ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ। ତେଣୁ ସରକାର ବିକାଶମୂଳକ କାର୍ଯ୍ୟ ତ୍ବାରାନ୍ବତ କରି ତୁରନ୍ତ ଏହି ଆବର୍ଜନା ପାଣିକୁ ଫିଲଟର କରି ପୁନଃ ବ୍ୟବହାର ଉପଯୋଗୀ କରିବାକୁ ଦାବି ହୋଇଛି । 

ପୁରୀ ସହରର ସମସ୍ତ ପାଣିକୁ ବାଙ୍କୀ ମୁହାଣ ନିକଟରେ ଫିଲଟର କରାଯାଉଛି। ହେଲେ ତାହା ସଠିକ ଭାବରେ ଟ୍ରିଟମେଣ୍ଟ ହେଉନାହିଁ । ଫଳରେ ସମୁଦ୍ରରେ ମିଶୁଛି ମଇଳା ପାଣି। ଯାହାକୁ ନେଇ ଏବେ ଓ୍ବାଟକୋ ଡିଭିଜନ ପକ୍ଷରୁ ଆଧୁନିକ ଉପାୟରେ ଆବର୍ଜନା ପାଣିକୁ ଟ୍ରିଟମେଣ୍ଟ କରାଯିବ। ଏଥିପାଇଁ ୧୫ MLDର ପ୍ଳାଣ୍ଟ ପ୍ରତିଷ୍ଠା କରାଯିବ। ୬ ମାସ ଭିତରେ ଶେଷ ହେବ ପ୍ଳାଣ୍ଟ ନିର୍ମାଣ କାମ। ଏହି ପ୍ଳାଣ୍ଟ ଦ୍ବାରା ମଇଳା ପାଣିକୁ ପ୍ରୋସେସିଂ କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରିବ। ବିଶେଷ କରି ନୀଳାଦ୍ରି ବିଚ, ବ୍ଳୁ ଫ୍ଳାଗ ବିଚରେ ଥିବା ଗଛରେ ପାଣି ବ୍ୟବହାର ହୋଇପାରିବ ବୋଲି କହିଛନ୍ତି ଓ୍ବାଟକୋର ଜେନେରାଲ ମ୍ୟାନେଜର । ଯାହାକୁ ସ୍ବାଗତ କରିଛନ୍ତି ପରିବେଶବିତ୍ । 

Advertisment

ପୁରୀ ସମୁଦ୍ରରେ ମିଶୁଛି ସହରର ମଇଳା ଆବର୍ଜନା ପାଣି
କାମ କରୁନି ବାଙ୍କୀ ମୁହାଣ ନିକଟରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ 
ସମୁଦ୍ର ଜଳ ବିଷାକ୍ତ ହେଉଥିବାରୁ ବଢୁଛି ବିପଦ
୬ ମାସ ଭିତରେ ପାଣି ବିଶୋଧନ ପାଇଁ ପ୍ଲାଣ୍ଟ ବଶାଇବ ୱାଟକୋ

Puri Sea
Advertisment