Advertisment

Flight Operations Disrupted: ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ , ଆପଣ କରିଛନ୍ତି କି ଟିକେଟ...ଜାଣନ୍ତୁ ପୂରା ଖବର

ବିମାନ ଉଡ଼ାଣରେ ଗୁରୁତର ତ୍ରୁଟି। ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୬ ହଜାର ବିମାନ ପ୍ରଭାବିତ । ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି। A320 ଫ୍ୟାମିଲି ବିମାନର ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ଏୟାରବସ୍ କମ୍ପାନୀର ଚେତାବନୀ ପରେ ବଢିଛି ଚିନ୍ତା।

author-image
Manas Ranjan Mohanty
Flight

Flight Photograph: (OTV)

A320 ଫ୍ୟାମିଲି ବିମାନର ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ଏୟାରବସ୍ କମ୍ପାନୀର ଚେତାବନୀ ପରେ ବଢିଛି ଚିନ୍ତା।ବିମାନ ଉଡ଼ାଣରେ ଗୁରୁତର ତ୍ରୁଟି। ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୬ ହଜାର ବିମାନ ପ୍ରଭାବିତ । ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି। 

Advertisment

କିଛି ଏୟାରଲାଇନ୍ସ ସେମାନଙ୍କ ବିମାନ ଉଡ଼ାଣ ରଦ୍ଦ କରିଥିବା ବେଳେ, ଆଉ କିଛି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ଅଧିକାଂଶ ବିମାନ କିଛି ଘଣ୍ଟା ମଧ୍ୟରେ ଉଡ଼ାଣ କରିବ । ହେଲେ ପ୍ରାୟ ୧ ହଜାର ବିମାନକୁ ଉଡ଼ାଣ ପାଇଁ ୧ ସପ୍ତାହ ମଧ୍ୟ ଲାଗିପାରେ ।

ତେବେ ପ୍ରଖର ସୌର ବିକିରଣରୁ ବିମାନର ଫ୍ଲାଇଟ୍ କଣ୍ଟ୍ରୋଲ ସିଷ୍ଟମ ପାଇଁ ଜରୁରୀ ଡାଟା ଖରାପ ହେଉଛି । ଏଥିପାଇଁ ସଫ୍ଟୱେର୍ ଅପଗ୍ରେଡର ଆବଶ୍ୟକତା ରହିଛି । ଦେଶରେ ୫୬୦ରୁ ଅଧିକ A320 ପ୍ଲେନ୍ ଉଡାଣ କରୁଛି। ଏଥି ମଧ୍ୟରୁ ୨୦୦ରୁ ୨୫୦ ପ୍ଲେନ୍ ଗୁଡ଼ିକର ତୁରନ୍ତ ଯାଞ୍ଚ ଆବଶ୍ୟକ ହୋଇପଡ଼ିଛି। ଏନେଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି ହୋଇଛି। ... 

Advertisment


ସଫ୍ଟୱେର୍ ତ୍ରୁଟି, ଉଡ଼ାଣ ଠପ୍
ବିମାନ ଉଡ଼ାଣରେ ଗୁରୁତର ତ୍ରୁଟି
ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ବାଧାପ୍ରାପ୍ତ
୬ ହଜାର A320 ବିମାନର ହେବ ସଫ୍ଟୱେର୍ ଅପଗ୍ରେଡ୍ 
ଏୟାରବସ୍ କମ୍ପାନୀର ଚେତାବନୀ ପରେ ବଢିଲା ଚିନ୍ତା
କିଛି ବିମାନ ଉଡ଼ାଣ ରଦ୍ଦ, ଆଉ କିଛି ଉଡ଼ାଣରେ ବିଳମ୍ବ
ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ 
ଭାରତରେ ୨୦୦ରୁ ୨୫୦ ପ୍ଲେନର ତୁରନ୍ତ ଯାଞ୍ଚ ଆବଶ୍ୟକ 
ପ୍ରଖର ସୌର ବିକିରଣରୁ ଡାଟା ଖରାପ ହେଉଥିବାରୁ ସମସ୍ୟା

Advertisment
Related Articles
Advertisment