Advertisment

Bolangir Illegal Sand Mining: ଛୋଟ ମାଛକୁ ଧରି ବଡକୁ ମାଫ୍ , ନା ଫିଟୁଛି ପାଟି ନା ଆକ୍ସନ ...ହାତ ଚିକ୍କଣ କରୁଛନ୍ତି ଖଣି ଅଧିକାରୀ !

ରାଜ୍ୟ ସରକାରଙ୍କ କଡା ନିୟମ! ମୁଖ୍ୟମନ୍ତ୍ରୀଙ୍କ ତାଗିଦ! ଖଣିମନ୍ତ୍ରୀଙ୍କ ନିର୍ଦେଶ- ମୁଠାଏ ବି ବାଲି ଚୋରି ହେବ ନାହିଁ ! କିନ୍ତୁ ବଲାଙ୍ଗିର ଜିଲ୍ଳାରେ ଓଲଟା ନିୟମ। ବାଲିଘାଟ ନିଲାମ ବନ୍ଦ ହୋଇଥିବା ବେଳେ, ଦିନରାତି ନଦୀ ପଠାରୁ ଚାଲିଛି ବାଲି ଚୋରି।

author-image
Manas Ranjan Mohanty
Bolangir-Sand-Mafia

Bolangir-Sand-Mafia Photograph: (OTV)

ରାଜ୍ୟ ସରକାରଙ୍କ କଡା ନିୟମ! ମୁଖ୍ୟମନ୍ତ୍ରୀଙ୍କ ତାଗିଦ! ଖଣିମନ୍ତ୍ରୀଙ୍କ ନିର୍ଦେଶ- ମୁଠାଏ ବି ବାଲି ଚୋରି ହେବ ନାହିଁ ! କିନ୍ତୁ ବଲାଙ୍ଗିର ଜିଲ୍ଳାରେ ଓଲଟା ନିୟମ। ବାଲିଘାଟ ନିଲାମ ବନ୍ଦ ହୋଇଥିବା ବେଳେ, ଦିନରାତି ନଦୀ ପଠାରୁ ଚାଲିଛି ବାଲି ଚୋରି। କିନ୍ତୁ ଧର୍ମକୁ ଆଖିଠାର ଭଳି, କେବେ କେମିତି, ଦି ଚାରିଟା ଟ୍ରାକ୍ଟର ଧରି ଫାଇନ ପକାଇ, ଖଣି ଅଧିକାରୀ ଖାମୋସ। କିନ୍ତୁ ବଡ ବଡ ହାଇୱାରେ, ଦିନଦ୍ୱିପ୍ରହରେ, ନଦୀପଠାରୁ ଲୋଡିଂ ହେଉଛି ବାଲି ଆଉ ଚାଲାଣ ହେଉଛି । ନା ଧରା ପଡୁଛି ନା ଫାଇନ ହେଉଛି। 

Advertisment

ଜିଲ୍ଳା ସ୍ତରୀୟ ଅଧିକାରୀଙ୍କୁ ନେଇ ସଦର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସମୀକ୍ଷା ବୈଠକ । ବିଭିନ୍ନ ନଦୀନାଳରୁ ବାଲି ଚୋରି ହେଉଥିବାର ଅଭିଯୋଗ ଆଣି, ଖଣି ଅଧିକାରୀଙ୍କୁ ତାଗିଦ କରିଛନ୍ତି ବିଧାୟକ। କୌଣସି ତଥ୍ୟ ଦେଇ ନପାରି, ଥମ ଥମ ହୋଇପଡିଥିଲେ ଖଣି ଅଧିକାରୀ। 

ପାଟଣାଗଡ ନିକଟ ଦେଇ ଯାଇଥିବା ସୁକତେଲ ଓ ଲାନ୍ଥ ନଦୀର ଦୃଶ୍ୟ ଆପଣଙ୍କ ଚକିତ କରିବ । ସବୁ ନଦୀ ପଠାରେ ଲୋଡିଂ ମେସିନ। ଲୁଚାଛପା ନୁହେଁ, ଖୋଲାଖୋଲି ସହର ଭିତରେ, ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର ହାଇୱା ଯାଉଛି। କିନ୍ତୁ ଖଣି ବିଭାଗର ଟାକ୍ସଫୋର୍ସର ନଜର ପଡୁନାହିଁ। ସେପଟେ ବେଧଡକ ବାଲି ଚୋରିକୁ ନେଇ, ପ୍ରଶାସନିକ ଅଧିକାରୀ ଠାରୁ ଖଣି ବିଭାଗକୁ ଅଭିଯୋଗ କରି ନିରାଶ ସାଧାରଣ ଲୋକେ। ତେଣୁ ଆଗକୁ ଆନ୍ଦୋଳନର ଧମକ ଦେଇଛି ଆଦିବାସୀ ସଂଘ।

ସରକାରଙ୍କ ନୂଆଁ ନିୟମ ଅନୁଯାୟୀ, ଏବେ ଲଘୁ ଖଣିଜ ସଂପଦ, ରାଜସ୍ୱ ବିଭାଗରୁ ଯାଇ ଖଣି ବିଭାଗ ଅଧିନରେ । ତେଣୁ ଚୋରାଚାଲାଣକୁ ରୋକିବା ପାଇଁ ତହସିଲଦାର ଓ ତାଙ୍କ ଷ୍ଟାଫ ଆଗ୍ରହ ଦେଖାଉ ନାହାନ୍ତି। ଟାକ୍ସଫୋର୍ସ ଗଠନ କରି ଖଣି ବିଭାଗର ଟିମ୍‌ ବୁଲୁଛନ୍ତି। ଧର୍ମକୁ ଆଖିଠାର ଭଳି, କେବେ କେମିତି ଛୋଟ ମାଛଙ୍କୁ ଧରି କାମ ତୁଟାଇ ଦେଉଛନ୍ତି ଖଣି ଅଧିକାରୀ। କିନ୍ତୁ ନିର୍ଦ୍ଦିଷ୍ଟ କିଛି ବାଲି ମାଫିଆଙ୍କ ବଡ ବଡ ହାଇୱାକୁ ଖଣି ବିଭାଗର ମାଫ୍। ଏନେଇ ଦିନକୁ ଦିନ ଜିଲ୍ଳାରେ ବଢୁଛି, ବାଲି ମାଫିଆଙ୍କ ରାଜ୍ । ସମୀକ୍ଷା ବୈଠକରେ ଲିଜଧାରୀଙ୍କ ବିରୁଧରେ ଗୋଟିଏ ବି କେସ କରିଥିବା, ପ୍ରମାଣ ଦେଖାଇବାକୁ ବିଧାୟକଙ୍କ ପ୍ରଶ୍ନରେ, ଖଣି ଅଧିକାରୀ ମୌନବ୍ରତ ଧାରଣ କରିଥିଲେ ।

Advertisment
Advertisment
Related Articles
Advertisment