Advertisment

Paddy Procurement Chaos: ସରୁନି ମଣ୍ଡି ଦୁର୍ଦ୍ଦଶା: ଖରିଫ ଧାନ କିଣା ପ୍ରକ୍ରିୟା ଏବେ ବି ବ୍ୟବସ୍ଥିତ ହୋଇପାରିନି

ଖରିଫ ଧାନ କିଣା ପ୍ରକ୍ରିୟା ଏବେ ବି ବ୍ୟବସ୍ଥିତ ହୋଇପାରିନି। ଗତକାଲି ସମ୍ବଲପୁରରେ ମଣ୍ଡିରୁ ଧାନ ଉଠିବା ପରେ ବି ସମସ୍ୟା। ଧାନ ଗାଡି ଗୁଡିକୁ ମିଲ୍ ଭିତରକୁ ଯିବାକୁ ଦେଇ ନଥିଲେ ମିଲର୍ସ।

author-image
Chinmayee Sahoo
Paddy Procurement Chaos

Paddy Procurement Chaos Photograph: (OTV)

ସରୁନି ମଣ୍ଡି ଦୁର୍ଦ୍ଦଶା। ଖରିଫ ଧାନ କିଣା ପ୍ରକ୍ରିୟା ଏବେ ବି ବ୍ୟବସ୍ଥିତ ହୋଇପାରିନି। ଗତକାଲି ସମ୍ବଲପୁରରେ ଯୋଗାଣ ବିଭାଗର ଉଦ୍ୟମ କ୍ରମେ ମଣ୍ଡିରୁ ଧାନ ଉଠିଲା। ଧାନ କିଣାକୁ ନେଇ ଯେଉଁ ଅନିଶ୍ଚିତତା ଥିଲା, ତାହା ଦୂର ହେଲା ବୋଲି କୁହାଯାଉଥିଲା । କିନ୍ତୁ ସେଠାରୁ ଧାନ ବୋଝେଇ ଗାଡ଼ି ଗୁଡ଼ିକ ମିଲରେ ପହଞ୍ଚିବା ପରେ ମିଲର ମାନେ ଧାନ ନେଇ ନଥିଲେ। 

Advertisment

ଧାନ ଗାଡି ଗୁଡିକୁ ମିଲ ଭିତରକୁ ବି ଯିବାକୁ ଦେଇ ନଥିଲେ । ସଂଧ୍ୟା ଯାଏ ଏପରି ଅବସ୍ଥା ଲାଗି ରହିବାରୁ ରାତିରେ ଚାଷୀ ମାନେ ଏକାଠି ହୋଇ ବିରୋଧ କରିଥିଲେ। ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ପୋଲିସ ପହଁଚି ଆଲୋଚନା କରିବା ପରେ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିଲା । ଧାନ ଗାଡି ଗୁଡ଼ିକ ମିଲ ଭିତରକୁ ପ୍ରବେଶ କରିଥିଲା ।

•    ଖରିଫ ଧାନ କିଣା ପ୍ରକ୍ରିୟା ଏବେ ବି ବ୍ୟବସ୍ଥିତ ହୋଇପାରିନି 
•    ଗତକାଲି ସମ୍ବଲପୁରରେ ମଣ୍ଡିରୁ ଧାନ ଉଠିବା ପରେ ବି ସମସ୍ୟା
•    ଧାନ ଗାଡି ଗୁଡିକୁ ମିଲ୍ ଭିତରକୁ ଯିବାକୁ ଦେଇ ନଥିଲେ ମିଲର୍ସ

Advertisment
Irregularities In Paddy Procurement
Advertisment
Related Articles
Advertisment