Advertisment

Cow-Protection Law: ଖୁବଶୀଘ୍ର ରାଜ୍ୟରେ ଆସିବ ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ

ଖୁବଶୀଘ୍ର ରାଜ୍ୟରେ ଆସିବ ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ। ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସ୍ପଷ୍ଟ ହେବ ଚିତ୍ର। ୫ ଦିନ ପରେ ଅନଶନରୁ ଓହରିଲା ଗୋ-ସୁରକ୍ଷା ସମିତି।

author-image
Chinmayee Sahoo
Cow-Protection Law

Cow-Protection Law Photograph: (OTV)

ଖୁବଶୀଘ୍ର ରାଜ୍ୟରେ ଆସିବ ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ। ରାଜ୍ୟ ସରକାର ଗୋ-ମାତାର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିବେ ନାହିଁ । ଏଥି ସହିତ ରାଜ୍ୟରେ ବେଆଇନ କଂସେଇ ଖାନା ଓ ଗୋଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କାରାଯିବ । 

Advertisment

ଏହାକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ ଆଣିବାକୁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି । ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହାର ସ୍ପଷ୍ଟ ଚିତ୍ର ଆସିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

ରାଜ୍ୟରେ ଗୋ-ସୁରକ୍ଷା ପାଇଁ ଅନଶନରତ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବା ସହ ସେ କହିଛନ୍ତି ଯେ, ଆମ ଦେଶର ପ୍ରତିଟି ନାଗରିକ ମଧ୍ୟରେ ଗୋ-ମାତା ପ୍ରତି ଯେଉଁ ଭାବନା ରହିଛି ତାହାକୁ କେବେବି କ୍ଷୁର୍ଣ୍ଣ ହେବାକୁ ଦିଆଯିବନି । ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ପରେ ୫ ଦିନ ଧରି ଚାଲିଥିବା ଅନଶନକୁ ଗୋ-ସୁରକ୍ଷା ସମିତି ପ୍ରତ୍ୟାହୃତ କରିଥିଲା ।

Advertisment

•    ଖୁବଶୀଘ୍ର ରାଜ୍ୟରେ ଆସିବ ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ
•    'ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସ୍ପଷ୍ଟ ହେବ ଚିତ୍ର'
•    ଗୋ-ମାତାର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ ହେବନାହିଁ: ଆଇନ ମନ୍ତ୍ରୀ
•    ୫ ଦିନ ପରେ ଅନଶନରୁ ଓହରିଲା ଗୋ-ସୁରକ୍ଷା ସମିତି

Prithiviraj Harichandan
Advertisment
Related Articles
Advertisment