/odishatv-khabar/media/media_files/2025/12/07/teacher-2025-12-07-20-40-07.jpg)
teacher Photograph: (OTV)
ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସରକାରଙ୍କ ସହ ଆଲୋଚନା ବିଫଳ ପରେ...ମାସ୍ ଲିଭରେ ଯିବାକୁ ଦେଲେ ଧମକ । ତିନି ଦିନ ଧରି ଲୋୟର ପିଏମଜିରେ ଚାଲିଛି ପ୍ରାଥମିକ ଶିକ୍ଷକଙ୍କ ଅହୋରାତ୍ର ଧାରଣା । ସ୍କୁଲରେ ପାଠପଢା ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ପ୍ରାୟ ୬୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ । ଚୁଡାମୁଢ଼ି ଖାଇ ଶୀତ କାକରରେ ରାତି କାଟୁଛନ୍ତି । ପୁଣି କିଏ ସାଙ୍ଗରେ କୁନି ପିଲାଙ୍କୁ ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦୁଇ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବାNPS ବର୍ଗଙ୍କ ଠିକା ଅବଧିକୁ ନିୟମିତ ମାନ୍ୟତା ସହ ନୋସନାଲ ଇନ୍ କ୍ରିମେଣ୍ଟ ପ୍ରଦାନ କରାଯାଉ । ଏଥିସହ ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ୩୫ ହଜାର ୪ଶହ ଟଙ୍କା ଗ୍ରେଡ୍ ପେ ହାରରେ ଦରମା ପ୍ରଦାନ । ମହାସଂଘର କହିବା ଅନୁସାରେ, ଯେପର୍ଯ୍ୟନ୍ତ ଦାବୀ ପୂରଣ ହେବନି ସେପର୍ଯ୍ୟନ୍ତ ରାଜଧାନୀରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଦରକାର ପଡିଲେ ସେମାନେ ମାସ ଲିଭରେ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।
ଦୁଇ ଦଫା ଦାବି ନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଶିକ୍ଷକ ମହାସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହା ବିଫଳ ହେବା ପରେ ଆଜି ବିଧାନସଭା ବନ୍ଦ ସତ୍ତ୍ବେ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକମାନେ । ମହାସଂଘର କହିବା ଅନୁସାରେ, ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ଲାଗି ୨୦୨୨ ମସିହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ ହୋଇଥିଲା ।...ଆଉ ଏବେ ସରକାର ପୁଣି ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପୁଣି ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ଶିକ୍ଷକଙ୍କ ବିଭିନ୍ନ ଦାବି ଅନୁଶୀଳନ କରି ୬ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ । ତେବେ ସରକାରଙ୍କ ଏହି ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନ୍ଦୋଳନରତ ଶିକ୍ଷକ ସଂଘ। ସେପଟେ ଶିକ୍ଷକଙ୍କ ଦାବିକୁ ଯାଥାର୍ଥ ବୋଲି କହିଛନ୍ତି ଶିକ୍ଷାବିତ୍ ।
ରାଜ୍ୟରେ ପ୍ରାୟ ୫୫ ହଜାର ସ୍କୁଲରେ ଦେଢ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢାଉଥିବା ବେଳେ ଏହି ଆନ୍ଦୋଳନ ଯୋଗୁଁ ଏବେ ୪୦ ପ୍ରତିଶତ ଶିକ୍ଷକରେ ପାଠପଢା ଚାଲିଛି । ଆଉ ଯେଉଁଥିପାଇଁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।
Wild Scene in Pakistan Parliament: ସଂସଦରେ ଗଧର ହଙ୍ଗାମା: ନେତାଙ୍କୁ ତଳେ ଫୋପାଡିଲା, ଜୀବନ ବିକଳରେ ଦୌଡିଲେ ସାଂସଦ

SI Exam SCAM: ପୋଲିସ SI ପରୀକ୍ଷା ସ୍କାମ, SSB ଯବାନ ସମେତ ୨ ଜଣ ଗିରଫ

Self-Immolation Attempt Case: ଜୀବନ ସହ ଲଢ଼ୁଛି ପୀଡ଼ିତା, ଆବଶ୍ୟକ ହେଲେ ପୀଡ଼ିତାଙ୍କୁ ଏୟାରଲିଫ୍ଟ ହେବ: ମନ୍ତ୍ରୀ

Anubhav Demands Probe into Humane Sagar's Death: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ତଦନ୍ତ ଦାବି: କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ଅନୁଭବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)