Advertisment

Self-Immolation Attempt Case: ଜୀବନ ସହ ଲଢ଼ୁଛି ପୀଡ଼ିତା, ଆବଶ୍ୟକ ହେଲେ ପୀଡ଼ିତାଙ୍କୁ ଏୟାରଲିଫ୍ଟ ହେବ: ମନ୍ତ୍ରୀ

ରାଜଗାଙ୍ଗପୁର ଲାଞ୍ଜିବେରନାରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ଗୁରୁତର ଛାତ୍ରୀ ରାଉରକେଲା IGHରେ ଚିକିତ୍ସିତ। ଶରୀର ୯୦% ପୋଡ଼ି ଯାଇଛି, ଅବସ୍ଥା ସଂକଟାପନ୍ନ। ଜଣେ ଯୁବକ ଗିରଫ।

author-image
Chinmayee Sahoo
STUDENT_SUICIDE

STUDENT_SUICIDE Photograph: (OTV)

ଜୀବନ ସହ ସଂଗ୍ରାମ କରୁଛି ରାଜଗାଙ୍ଗପୁର ପୀଡ଼ିତା। ଗତକାଲିରାଜଗାଙ୍ଗପୁର ଲାଞ୍ଜିବେରନା ଅଞ୍ଚଳରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। 

Advertisment

ତାସହ ସୁନ୍ଦରଗଡ଼ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। କିନ୍ତୁ ଏପଟେ IGHରେ ଚାଲିଛି ନାବାଳିକାଙ୍କ ଚିକିତ୍ସା। ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି।  

ଛାତ୍ରୀ ଜଣଙ୍କ ରାଜଗାଙ୍ଗପୁର ଥିବା ସରବତୀ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ। ବିଳମ୍ବିତ ରାତିରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ଓ ପଡୋଶୀ ରାଉରକେଲା ସରକାରୀ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ନେଇଥିଲେ।

Advertisment

•    ଜୀବନ ସହ ଲଢ଼ୁଛି ପୀଡ଼ିତା 
•    ରାଜଗାଙ୍ଗପୁର ଲାଞ୍ଜିବେରନାରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
•    ଗୁରୁତର ଛାତ୍ରୀ ରାଉରକେଲା IGHରେ ଚିକିତ୍ସିତ
•    ଶରୀର ୯୦% ପୋଡ଼ି ଯାଇଛି, ଅବସ୍ଥା ସଂକଟାପନ୍ନ
•    +୩ରେ ପଢୁଥିଲେ ଛାତ୍ରୀ, ଜଣେ ଯୁବକ ଗିରଫ 
•    ସଂଗ୍ରାମ କରୁଛି ରାଜଗାଙ୍ଗପୁର ପୀଡ଼ିତା
•    ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
•    ଯୁବକ ହଇରାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି

Rourkela
Advertisment
Related Articles
Advertisment