Advertisment

Recruitment Exams: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର, ହେବନି ପ୍ରଶ୍ନପତ୍ର ଲିକ୍!

ପରୀକ୍ଷା ପୂର୍ବରୁ ଅନେକ ଥର ପ୍ରଶ୍ନପତ୍ର ଲିକ୍ ହୋଇଛି। ସେଥିପାଇଁ ଏଥର ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ଯାହା ଦ୍ବାରା ଆଉ ପ୍ରଶ୍ନପତ୍ର ଲିକ୍ ହେବନି। ବୃଥା ହେବନି ପରୀକ୍ଷାର୍ଥୀଙ୍କ ପରିଶ୍ରମ !

author-image
Chinmayee Sahoo
Govt-Job-Exam-Question-Paper

ଚାକିରି Photograph: (OTV)

ଆଉ ଦ୍ବନ୍ଦ୍ବରେ ରହିବନି ସରକାରୀ ଚାକିରି ଆଶାୟୀ ! ଏଣିକି ବୃଥା ହେବନି ପରୀକ୍ଷାର୍ଥୀଙ୍କ ପରିଶ୍ରମ ! ସରକାରଙ୍କ କଡ଼ା ତାଗିଦ, ହେବନି ପ୍ରଶ୍ନପତ୍ର ଲିକ୍ ! ପୂର୍ବରୁ ଅନେକ ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ଲିକ ହୋଇଛି । ତେଣୁ ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ସରକାରୀ ପ୍ରେସରେ ପ୍ରଶ୍ନପତ୍ର ଛପାଯିବ ବୋଲି କୁହାଯାଇଛି । ପୋଲିସ ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ରିଣ୍ଟିଂ ହେବା ନେଇ ସବୁ ନିୟୋଜନ ସଂସ୍ଥା ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ସାଧାରଣ ପ୍ରଶାସନ ବିଭାଗ । 
ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଗାଇଡଲାଇନ୍ । ପରୀକ୍ଷା ପରିଚାଳନାକାରୀ ସଂସ୍ଥାମାନେ ବାହାରେ ପ୍ରଶ୍ନପତ୍ର ପ୍ରିଣ୍ଟିଂ କରିପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରିଣ୍ଟି ପ୍ରେସ ୟୁନିଟ ସ୍ଥାପନ କରିବେ । ପ୍ରଶ୍ନପତ୍ର ପ୍ରସ୍ତୁତିଠୁ ପରୀକ୍ଷା ହଲକୁ ଆସିବା ଯାଏଁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ପୋଲିସ ଅଧିକାରୀ ଓ ଅନ୍ୟ ବିଭାଗର ଜଣେ ଅଧିକାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ପୋଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ରହିବେ । ଏବଂ ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।  
ସେହିପରି ପ୍ରଶ୍ନପତ୍ର ଖୋଲିବା ସମୟରେ କରାଯିବ ଭିଡିଓଗ୍ରାଫି । ପରୀକ୍ଷା କେନ୍ଦ୍ରରେ ଏଆଇ ଟୁଲ୍ ବ୍ୟବହାର କରାଯିବ । ସିସିଟିଭି ଲାଇଭ୍ ଷ୍ଟ୍ରିମିଂ କଣ୍ଟ୍ରୋଲ୍ ଓକାକ୍ କିମ୍ବା ଏନଆଇସି ପାଖରେ ରହିବ । ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟରେ କରାଯିବ । ଆଗକୁ ଯେପରି ଏଜେନ୍ସି କିମ୍ବା ଆଉଟସୋର୍ସିଂ ସଂସ୍ଥା ଦ୍ବାରା ପରୀକ୍ଷା କରାନଯାଏ ସେନେଇ ମଧ୍ୟ କଡ଼ା ଆଭିମୁଖ୍ୟ ଆପଣାଯିବ । ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ଅନଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍ ବା MFକୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । ଅନଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ ।

Advertisment
Odisha Question Paper Leak
Advertisment
Related Articles
Advertisment